ଋଷ ଦ୍ୱାରା ୟୁକ୍ରେନ ଉପରେ ଆକ୍ରମଣ ପରେ ବିଭିନ୍ନ ଦେଶ ଋଷ ଉପରେ ବିଭିନ୍ନ ପ୍ରକାର କଟକଣା ଜାରୀ କରୁଛନ୍ତି । ପାଶ୍ଚାତ୍ୟ ଦେଶ ମାନଙ୍କର ବିଭିନ୍ନ ବ୍ରାଂଡ ଋଷକୁ ଏକ ଘରିକିଆ କରିବାକୁ ସେମାନଙ୍କର ବ୍ୟବସାୟ ବନ୍ଦ କରିବାକୁ ଘୋଷଣା କରୁଛନ୍ତି ।
ଏହି କ୍ରମରେ ମ୍ୟାକଡୋନାଲ୍ଡ ମଧ୍ୟ ଋଷରେ ନିଜ ବ୍ୟବସାୟକୁ ସାମୟିକ ଭାବେ ବନ୍ଦ କରିବାକୁ ନିଷ୍ପତି ନେଇଛି । ମ୍ୟାକଡୋନାଲ୍ଜ ଏବେ ଋଷରେ ଥିବା 850ଟି ରେଷ୍ଟୁରାଂଟକୁ ବନ୍ଦ କରିବାକୁ ନିଷ୍ପତି ନେଇଛି ।
ତେବେ ଏହାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଲୋକେ ମାନେ ଏହି ଖବର ଉପରେ ପ୍ରତିକ୍ରିୟା ଦେଉ କହିଛନ୍ତି ଯେ ଋଷରେ ଇଡଲି, ଦୋଷା. ସିଙ୍ଗଡା. ଜିଲାପି ଆଦିତୁ ପ୍ରବେଶ କରାଇବାର ଏହା ସଠିକ ସମୟ ।