– ଏନଆରସି ଓ ସିଏଏ ପରି ଏବେ କଥିତ ଚାଷୀ ଆନ୍ଦୋଳନକୁ ବଢାଇବା ପାଇଁ ପ୍ରସ୍ତୁତି ଚାଲିଛି । ମୁମ୍ବାଇର ଆଜାଦ ମୈଦାନ ଠାରେ ହଜାର ହଜାର ସଂଖ୍ୟାରେ ମୁସଲମାନ ପ୍ରଦର୍ଶନକାରୀ ପହଂଚିଥିଲେ । ସେମାନେ କଥିତ ଭାବେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୁଦ୍ଧରେ ଆନ୍ଦୋଳନକୁ ସମର୍ଥନ କରିବାକୁ ଆସିଥିଲେ ।
ଏବିପି ନ୍ୟୁଜର ରିପୋର୍ଟ ଅନୁସାରେ ଆଜାଦ ମୈଦାନ ଠାରେ ଚାଷୀ ମାନଙ୍କର ସମର୍ଥନରେ କିସାନ ଆଲାୟନ୍ସ ମୋର୍ଚାର ଆୟୋଜନ କରାଯାଇଥିଲା । ଏଥିରେ ପ୍ରଦର୍ଶନକାରୀ ମାନେ ଆଜାଦୀର ସ୍ଲୋଗାନ ଦେଇଥିଲେ ।
ଏହା ବ୍ୟତୀତ ସୋସିଆଲ ମିଡିଆ ବ୍ୟବହାର କାରୀ ମାନେ ଏହି ଆନ୍ଦୋଳନ ପୂର୍ବର ଲୋକଙ୍କୁ ଏକତ୍ରିତ କରିବାକୁ କରାଯାଇଥିବା ଭାଷଣର ଏକ ଭିଡିଓ ଜାରୀ କରିଛନ୍ତି ଯେଉଁଥିରେ ଭାଷଣ ଦେଉଥିବା ଲୋକ ଚାଷୀ ମାନଙ୍କ ପାଇଁ ଗୋଟିଏ ଲାଇନ ମଧ୍ୟ କହିବାର ଦେଖା ଯାଉ ନାହିଁ ।