ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଇଣ୍ଡିଆ ଗେଟରେ ମୂର୍ତି ସ୍ଥାପନା କରିବାକୁ ନିଷ୍ପତିକୁ ନେତାଜୀଙ୍କ ଝିଅ ଅନିତା ବୋଷ ସ୍ୱାଗତ କରିଛନ୍ତି।
ଏକ ଜାତୀୟ ଟେଲିଭିଜନ ଚାନେଲରେ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ କଂଗ୍ରେସର ଏକ ବର୍ଗ ନେତାଜୀଙ୍କ ପ୍ରତି ଅନ୍ୟାୟ କରିଛି ।
ସେ କହିଛନ୍ତି ଯେ ଦେଶରେ ତାଙ୍କ ପିତାଙ୍କ ଲିଗାସି ଓ ତାଙ୍କ ପିତାଙ୍କ ପ୍ରତି ବଡ ଅନ୍ୟାୟ କରାଯାଇଛି । ନେତାଜୀ ଜଣେ ଧର୍ମନିଷ୍ଠ ହିନ୍ଦୁ ଥିଲେ ଓ ଧର୍ମ ନାମରେ ଲୋକ ମାନଙ୍କର ହତ୍ୟା କରି ପାରି ନ ଥାନ୍ତେ, ଯେପରି ଦେଶ ବିଭାଜନ କାରଣରୁ ହେଲା। ଉଲ୍ଲେଖଯୋଗ୍ୟ ଯେ ଦେଶ ବିଭାଜନ ବେଳେ ଲକ୍ଷ ଲକ୍ଷ ହିନ୍ଦୁଙ୍କର ହତ୍ୟା ହୋଇଥିଲା ।
ସେ ସ୍ପଷ୍ଟ କରିଥିଲେ ଯେ ତାଙ୍କ ପିତାଙ୍କର ଏକ ମାତ୍ର ଉଦ୍ଦେଶ୍ୟ ଭାରତକୁ ପରାଧୀନତାର ବେଡିରୁ ମୁକ୍ତ କରିବା ଥିଲା ।