ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବ ପୁଣି ଥରେ ଏକ ବିବାଦୀୟ ବକ୍ତବ୍ୟ ଦେଇଛନ୍ତି । ସେ ଏକ ଇଂରାଜୀ ସମ୍ବାଦପତ୍ରକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ଭାରତର ଅସଲ ଶତ୍ରୁ ପାକିସ୍ତାନ ନୁହେଁ । କେବଳ ଭୋଟ ହାସଲ କରିବାକୁ ଭାରତୀୟ ଜନତା ପାର୍ଟି ପାକିସ୍ତାନକୁ ଟାର୍ଗେଟ କରିଥାଏ ।
ସେ ଆହୁରି କହିଛନ୍ତି ଯେ ଚୀନ ଭାରତର ଭୂମି ଉପରେ ଅତିକ୍ରମଣ କରି ଭାରତର କାମକୁ ପ୍ରଭାବିତ କରୁଛି । ଗଲୱାନ ଘାଟିରେ କଣ ହେଉଛି ତାକୁ ନେଇ ଭାରତ ସରକାର ବିରୋଧୀ ଦଳ ସହ କଥାବାର୍ତା କରି ସୂଚନା ଦେବା ଆବଶ୍ୟକ ।
ଅନ୍ୟ ପକ୍ଷରେ ଭାରତୀୟ ଜନତା ପାର୍ଟି ଅଖିଳେଶଙ୍କ ଏହି ବକ୍ତବ୍ୟକୁ ନେଇ ତାଙ୍କୁ ଟାର୍ଗେଟ କରିଛି । ବିଜେପିର ମୁଖପାତ୍ର ଡ. ସମ୍ବିତ ପାତ୍ର କହିଛନ୍ତି ଯେ ଯାହାଙ୍କୁ ଜିନ୍ନା ସହ ପ୍ରେମ ରହିଛି ସେ ପାକିସ୍ତାନକୁ ଖାରଜ କିପରି କରି ପାରିବେ । ଅଖିଳେଶ ଏହି ନିର୍ବାଚନରେ ଜିନ୍ନା ଓ ପାକିସ୍ତାନକୁ ନେଇ ଆସିଛନ୍ତି କାରଣ ସେ ଜିନ୍ନା ଓ ପାକିସ୍ତାନକୁ ଭଲ ପାଆନ୍ତି ।