ପାକିସ୍ତାନ ବୁଧବାର ଦିନ ସ୍ଥଳ ଭାଗରୁ ସ୍ଥଳ ଭାଗକୁ ଯାଇ ପାରୁଥିବା ବାଲାଷ୍ଟିକ କ୍ଷେପଣାସ୍ତ୍ର ଶାହିନ-3ର ପରୀକ୍ଷଣ କରିଛି ।
ପାକିସ୍ତାନ ସେନା ପକ୍ଷରୁ ଏହାର ସଫଳ ପରୀକ୍ଷଣ କରାଯାଇଥିବା ସମ୍ପର୍କରେ ସୂଚନା ଦିଆ ଯାଇଥିବା ବେଳେ କିଛି ରିପୋର୍ଟ ଅନୁସାରେ ଏହା ବିଫଳ ହୋଇଥିବା କୁହାଯାଉଛି । ଏହି ରିପୋର୍ଟ ଅନୁସାରେ ଏହି କ୍ଷେପଣାସ୍ତ୍ର ବଲୁଚିସ୍ତାନର ନାଗରିକ ଅଂଚଳରେ ପଡିଥିଲା । ଫଳରେ ଅନେକ ଘର ଧ୍ବସ୍ତ ହେବା ସହ ଅନେକ ଲୋକ ଆହତ ହୋଇଛନ୍ତି ।
ବଲୁଚିସ୍ତାନର ପ୍ରଭାବଶାଳୀ ରାଜନୈତିକ ପାର୍ଟି ମଧ୍ୟରେ ଅନ୍ୟତମ ବଲୁଚ ରିପବ୍ଲିକାନ ପାର୍ଟି ପକ୍ଷରୁ କୁହା ଯାଇଛି ଯେ ପାକିସ୍ତାନ ଆର୍ମୀ ଏହି କ୍ଷେପଣାସ୍ତ୍ରକୁ ଡେରା ଗାଜି ଖାନର ରାଖୀ ଅଂଚଳରୁ ଫାୟର କରା ଯାଇଥିଲା ଓ ଏହା ଲୋକ ମାନଙ୍କର ବସତି ଥିବା ଅଂଚଳ ଡେରା ବୁଗତିର ମୈଟ ଅଂଚଳରେ ପଡିଛି ।