The Independence:paribarbad-in-supreme-court

ଗତ କିଛିମାସ ହେବ ଦେଶର ନ୍ୟାୟିକ ବ୍ୟବସ୍ଥା, ନ୍ୟାୟାଳୟର କାର୍ଯ୍ୟସମୟ, ବିଚାରପତିଙ୍କ ସୁବିଧା ସୁଯୋଗ, ଦେଶରେ ମାମଲାର ବଢୁଥିବା ସଂଖ୍ୟା,ଉଚ୍ଚ ଅଦାଲତରେ ବିଳମ୍ବିତ ନ୍ୟାୟ ପ୍ରକ୍ରିୟାକୁ କେନ୍ଦ୍ରକରି ଅନେକ ଆଲୋଚନା-ସମାଲୋଚନା ସମସ୍ତଙ୍କ ଦୃଷ୍ଟିକୁ ଆସିଛି । ଦେଶର ଗଣମାଧ୍ୟମଗୁଡିକ ଆଜି ପର୍ଯ୍ୟନ୍ତ କେବଳ ରାଜନୀତି, ରାଜନେତା ଏବଂ ରାଜନୈତିକ ଦଳଗୁଡିକୁ କେନ୍ଦ୍ରକରି ଖବର ପ୍ରସାର କରୁଥିବା ବେଳେ ଦେଶର ସବୁ ସମସ୍ୟାର ମୂଳ କେବଳ ସେମାନେ ବୋଲି କୁହାଯାଇଆସିଛି, ଦର୍ଶାଯାଇ ଆସିଛି । କିନ୍ତୁ ଗଣତାନ୍ତ୍ରିକ ବ୍ୟବସ୍ଥାର ଏହା ଏକମାତ୍ର ଅଂଶବିଶେଷ, ସବୁକିଛି ନୁହେଁ ବୋଲି ଆମକୁ ଗ୍ରହଣ କରିବାକୁ ହେବ । ଅଥଚ ଦେଶର ରାଜନୀତିରେ ପିତାପରେ ପୁତ୍ରର ରାଜନୀତିକୁ ବଂଶବାଦର ଆଖ୍ୟା ପ୍ରଦାନ କରାଯାଉଥିଲା ବେଳେ ବଡ ବ୍ୟବସାୟୀର ପୁତ୍ର ଆହୁରି ବଡ ବ୍ୟବସାୟୀ ହେବା, ସିନେ ତାରକାଙ୍କ ପୁଅଝିଅମାନେ ବାପାମାଆଙ୍କ ପରି ସିନେ ଜଗତକୁ ଦଖଲ କଲେ ମଧ୍ୟ ସେଠାରେ ବଂଶବାଦକୁ ନେଇ କେହି ଏଠି ଆଲୋଚନା କରୁନାହିଁ । ସେମିତି ଦେଶର ବିଚାର ବ୍ୟବସ୍ଥାରେ ମଧ୍ୟ ବଂଶବାଦ ଆଧାରିତ ପରମ୍ପରା ଅଧିକ ସୁଦୃଢ ହେଉଥିବା ସମୟରେ ତାକୁ କେହି ଦୋଷ ଦେଉନାହାନ୍ତି । ଏବି ବଂଶବାଦୀ ଧରାଧରି ବ୍ୟବସ୍ଥା ଯୋଗୁ ଅନେକ ଯୋଗ୍ୟ ବିଚାରପତି ଉଚ୍ଚନ୍ୟାୟାଳୟ କିମ୍ବା ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମକୋର୍ଟ)କୁ ଆସିବାର ସୁଯୋଗ ନପାଇ ତଳ ଅଦାଲତରେ ନିଜର କାର୍ଯ୍ୟକାଳ ଶେଷ କରିବାକୁ ବାଧ୍ୟ ହେଉଛନ୍ତି । ଦେଶର କଲେଜିୟମ ବ୍ୟବସ୍ଥା ଯୋଗ୍ୟ ବିଚାରପତିମାନଙ୍କୁ ସ୍ଥାନ ନଦେଇ ସଂପର୍କୀତ ଏବଂ ନିକଟତର ବିଚାରପତିମାନଙ୍କୁ ପଦପଦବୀରେ ଆସୀନ କରୁଥିବା ହେତୁ ଅସଲ ସଙ୍କଟ ସୃଷ୍ଟି ହେଉଥିବା କଥା କୁହାଯାଉଛି । ଗତ କିଛିଦିନ ତଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚାପୁଡାମାରି ଜେଲରେ ଥିବା ଦେଶର ଗରିବ, ଆଦିବାସୀମାନଙ୍କ ଅସହାୟତା କଥା ପ୍ରକାଶ କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ । ଜମି ନଥିବାରୁ ସେମାନେ କିପରି ଜାମିନଦାର ନ ପାଇବା, ସର୍ବହରା ହେବା ଭୟରେ ଅଦାଲତକୁ ନଯିବା କଥା କହିଥିଲେ । ଆଇନମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ବିଚାର ବ୍ୟବସ୍ଥାରେ ପାରଦର୍ଶିତା,ନିଯୁକ୍ତିରେ ସ୍ୱଚ୍ଛତା, ଯୋଗ୍ୟତା ଚୟନରେ ବିଶ୍ୱସନୀୟତା ରହିବା ଉପରେ ଜୋର ଦେଇ ଦେଶର କଲେଜିୟମ ବ୍ୟବସ୍ଥାକୁ ପରୋକ୍ଷରେ ଇଙ୍ଗିତ କରିଥିଲେ ।

ବିଗତ ଦିନଗୁଡିକରେ ଦେଶର ବିଚାର ବ୍ୟବସ୍ଥାର ଅବ୍ୟବସ୍ଥାକୁ କେନ୍ଦ୍ରକରି ଢେର ଢେର ଲେଖାମାନ ପ୍ରକାଶ ପାଇଛି । ସାମ୍ବିଧାନିକ ବ୍ୟବସ୍ଥାକୁ ଲକ୍ଷ୍ୟକଲେ ଦେଶର ତଳ କୋର୍ଟ ପାଇଁ ବିଧିବଦ୍ଧ ଭାବେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉ ୀର୍ଣ୍ଣ ହେବାପରେ ବିଚାରପତି ନିଯୁକ୍ତି ବ୍ୟବସ୍ଥା ରହିଥିଲେ ମଧ୍ୟ ଉପର କୋର୍ଟ (ହାଇକୋର୍ଟ, ସୁପ୍ରିମକୋର୍ଟ) ଗୁଡିକ ପାଇଁ ସେପରି ବ୍ୟବସ୍ଥା ନାହିଁ । ସମ୍ବିଧାନର ଧାରା ୧୨୪(୨) ଏବଂ ୨୧୭ରେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ଜଜ୍ (ବିଚାରପତି)ମାନଙ୍କର ନିଯୁକ୍ତିି ସଂପର୍କରେ ଉଲ୍ଲେଖ ରହିଛି । କିନ୍ତୁ କୌଣସି ନିର୍ଦ୍ଧିଷ୍ଟ ପ୍ରକ୍ରିୟା ବିଷୟରେ ଉଲ୍ଲେଖ କରାଯାଇନାହିଁ । ବ୍ୟବସ୍ଥା ଅନୁଯାୟୀ ୧୨୪(୨) କହେ ଯେ ସୁପ୍ରିମକୋର୍ଟ ଓ ହାଇକୋର୍ଟର ଜଜ୍‌ମାନଙ୍କୁ ନିଯୁକ୍ତି ପାଇଁ ରାଷ୍ଟ୍ରପତି ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମକୋର୍ଟ)ର ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରିଥାନ୍ତି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ପାଇଁ ସେ ଅନ୍ୟ ବିଚାରପତିମାନଙ୍କ ସହ ଆଲୋଚନା କରିଥାନ୍ତି । ତେବେ ସମ୍ବିଧାନର ୨୧୭ଧାରା ଅନୁଯାୟୀ ହାଇକୋର୍ଟର ବିଚାରପତିଙ୍କ ନିଯୁକ୍ତି ରାଷ୍ଟ୍ରପତିଙ୍କ ଦ୍ୱାରା ହେଉଥିଲେ ମଧ୍ୟ ସେ ସଂପୃକ୍ତ ରାଜ୍ୟର ରାଜ୍ୟପାଳ ଏବଂ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରିଥାନ୍ତି ।

ଦେଖିବାକୁ ଗଲେ ଏବେ ପ୍ରଚଳିତ କଲେଜିୟମ ବ୍ୟବସ୍ଥା ମୂଳ ସମ୍ବିଧାନରେ ନଥିଲା । ୨୮ ଅକ୍ଟୋବର ୧୯୯୮ରେ ୩ଜଣିଆ ଜଜ୍ ମାମଲାରେ ସୁପ୍ରିମକୋର୍ଟର ରାୟ ମାଧ୍ୟମରେ ଏହାକୁ ଦେଶରେ କାର୍ଯ୍ୟକାରୀ କରାଯାଇଥିଲା । ଏହି ବ୍ୟବସ୍ଥା ଅନୁସାରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏବଂ ୪ଜଣ ବରିଷ୍ଠ ଜଜ୍‌ଙ୍କୁ ନେଇ ଗଠିତ କମିଟି (କଲେଜିୟମ) ଦେଶର ବିଚାରପତି (ଜଜ୍‌)ମାନଙ୍କୁ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ନିଯୁକ୍ତି ଦେଇଥାନ୍ତି, ବଦଳିପାଇଁ ସୁପାରିଶ କରିଥାଆନ୍ତି । କଲେଜିୟମର ସୁପାରିଶକୁ ସ୍ୱୀକୃତି ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥାଏ । ସେହି ତାଲିକାରେ ମତଭେଦ ଥିଲେ ସରକାର କିଛି ନୂଆ ପ୍ରସ୍ତାବିତ ନାମ ତାଲିକା ସହ ସଂଶୋଧନ ନିମନ୍ତେ କଲେଜିୟମକୁ ପଠାଇଥାନ୍ତି । କଲେଜିୟମ ସରକାରଙ୍କ ସଂଶୋଧନକୁ ଗ୍ରହଣ କରନ୍ତି କିମ୍ବା ନିଜ ମୁତାବକ ତାଲିକା କରି ପୁଣିଥରେ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇଥାନ୍ତି । ତେବେ ଦ୍ୱିତୀୟଥର ସରକାର କଲେଜିୟମର ପ୍ରସ୍ତାବକୁ ଗ୍ରହଣ କରିବାକୁ ବାଧ୍ୟ ହୋଇଥାନ୍ତି ।

ଗତ ୨୫ ବର୍ଷରେ ଯାହା ଦେଖାଯାଇଛି ଏହି ବ୍ୟବସ୍ଥାରେ କେତେକ ହାତଗଣା ପରିବାର ବର୍ଗ ଉପକୃତ ହୋଇଛନ୍ତି । ଏହି ପ୍ରକ୍ରିୟା କାର୍ଯ୍ୟକାରୀ କରିବା ବେଳେ କଲେଜିୟମ ବନାମ ସରକାର ସ୍ଥିତି ଉପୁଜିଲେ ଅଯଥା ବର୍ଷ ବର୍ଷ ସମୟ ନଷ୍ଟ ହୋଇଥାଏ, ନିଯୁକ୍ତି ବିଳମ୍ବିତ ହୋଇଥାଏ । କଲେଜିୟମ ସରକାରଙ୍କ ଆପ ିକୁ ଗ୍ରହଣ ନ କଲେ ସରକାର ମଧ୍ୟ କଲେଜିୟମର ବିରୋଧୀ ହୋଇଥାନ୍ତି । ଫଳସ୍ୱରୂପ ମକଦ୍ଦମା ସଂଖ୍ୟା ବଢୁଥାଏ, ବିଚାରକାଳ ଗଡୁଥାଏ । ସରକାର କଲେଜିୟମର  ପ୍ରସ୍ତାବକୁ ଗ୍ରହଣ କରି କେତେ ସମୟ ମଧ୍ୟରେ ନିଯୁକ୍ତି ଦେବେ ତାହା ସ୍ପଷ୍ଟ ନଥିବାରୁ ସରକାର ଟାଳଟୁଳନୀତି ଅବଲମ୍ବନ କରିଥାନ୍ତି ।  କଲେଜିୟମ ବ୍ୟବସ୍ଥାକୁ ବ ର୍ମାନର ସରକାର ବିରୋଧ କରିବାର କାରଣ ହେଲା ଯେ ଏହି ବ୍ୟବସ୍ଥା ପ୍ରିୟାପ୍ରୀତି ତୋଷଣକୁ ପ୍ରୋତ୍ସାହିତ କରିଆସୁଛି । ଏଥିରେ କେନ୍ଦ୍ର ସଚିବାଳୟ କିମ୍ବା ଅନ୍ୟ କାର୍ଯ୍ୟାଳୟର ଭୂମିକା ରହୁନାହିଁ । ୫ଜଣ ଜଜ୍ ବନ୍ଦ କୋଠରୀ ମଧ୍ୟରେ ଯାହା ସ୍ଥିର କରୁଛନ୍ତି ତାକୁ ସର୍ବମାନ୍ୟ ଭାବେ ଗ୍ରହଣ କରାଯାଉଛି । ଏହି ଚୟନ ପ୍ରକ୍ରିୟା ଆଦୌ ଯୋଗ୍ୟତା ଏବଂ ପ୍ରତିଯୋଗିତାଭି ିକ ନହୋଇ ବ୍ୟକ୍ତିଗତ ସଂପର୍କଭି ିକ ହୋଇ ଆସିଛି । ଏଥିରେ ଅସ୍ୱଚ୍ଛତା ରହିଥିବା ହେତୁ ସନ୍ଦେହର ଘେରରେ ରହିଆସିଛି ।  

ତେଣୁ କଲେଜିୟମ ବ୍ୟବସ୍ଥାର ସଂଶୋଧନ ପାଇଁ ୧୫ ଅଗଷ୍ଟ ୨୦୧୪ରେ ତତ୍‌କାଳୀନ ସରକାର ରାଷ୍ଟ୍ରୀୟ ନ୍ୟାୟାଳୟ ନିଯୁକ୍ତି ଆୟୋଗ (ଏନ୍‌ଜେଏସି) ଗଠନ କରିଥିଲେ । ଯାହାକୁ ୧୬ ଅକ୍ଟୋବର ୨୦୧୫ରେ ସୁପ୍ରିମକୋର୍ଟ ଆସାମ୍ବିଧାନିକ ଆଖ୍ୟା ଦେଇଥିଲେ । ଏଥିରେ ୬ଜଣିଆ ସଦସ୍ୟଙ୍କ ବ୍ୟବସ୍ଥା ଥିଲା । ଏହାର ପ୍ରମୁଖ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଥିଲାବେଳେ ୨ ସୁପ୍ରିମକୋର୍ଟ ଜଜ୍‌, କେନ୍ଦ୍ର ଆଇନମନ୍ତ୍ରୀ ଏବଂ ଭିନ୍ନ ଭିନ୍ନ କ୍ଷେତ୍ରରେ ୨ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଏହାର ସଦସ୍ୟ କରାଯିବା ଲାଗି ବ୍ୟବସ୍ଥା ରହିଥଲା । ଏହି ଦୁଇଜଣ ସଦସ୍ୟଙ୍କ ଚୟନ ବିରୋଧୀଦଳ ନେତାଙ୍କ କମିଟି ସ୍ଥିର କରିବାକୁ ଥିବା ହେତୁ ସୁପ୍ରିମକୋର୍ଟ ସରକାରଙ୍କ ପ୍ରସ୍ତାବରେ ଅରାଜି ହୋଇଥିଲେ ।

ନିକଟରେ ଅବସର ଗ୍ରହଣ କରିଥିବା ପୂର୍ବତନ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ୟୁୟୁ ଲଳିତ ସୁପ୍ରିିମକୋର୍ଟରେ ଖାଲିଥିବା ପଦପାଇଁ ୪ଜଣ ବିଚାରପତିଙ୍କ ନାମ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇଥିଲେ, ଯାହାକୁ କଲେଜିୟମ ମଧ୍ୟ ବିରୋଧ କରିଥିଲେ । ମୁଖ୍ୟ ବିଚାରପତି ଲଳିତ ଅନ୍ୟ ନ୍ୟାୟାଧୀଶଙ୍କ ସମର୍ଥନ ଚାହିଁଥିଲେ ହେଁ ୨ଜଣ ସଦସ୍ୟ ସେହି ପ୍ରସ୍ତାବର ବିରୋଧ କରିଥିଲେ । ଲଳିତଙ୍କ ତାଲିକାରେ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ରବିଶଙ୍କର ଝା, ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୟ କରୋଲ, ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୟ କୁମାର, ବରିଷ୍ଠ ଓକିଲ କେବି ବିଶ୍ୱନାଥଙ୍କ ନାମ ରହିଥିଲା । ତେବେ ମୁଖ୍ୟ ବିଚାରପତି ଲଳିତ କେବି ବିଶ୍ୱନାଥଙ୍କୁ ପଦୋନ୍ନତି ଦେଇ ଯେପରି ତାଲିକାରେ ତାଙ୍କୁ ସାମିଲ କରିଥିଲେ ତାକୁ ଅନ୍ୟ ବିଚାରପତିମାନେ ଗ୍ରହଣ କରିପାରି ନଥିଲେ ।

ରାଜନୀତିରେ ବାପ ପରେ ପୁଅ ଶାସନକୁ ଆସିଲା ପରି କଲେଜିୟମ ବ୍ୟବସ୍ଥାରେ ବାପ ପରେ ପୁଅ ସୁପ୍‌୍ରିମକୋର୍ଟ, ହାଇକୋର୍ଟର ବିଚାରପତି ଏବଂ ମୁଖ୍ୟ ବିଚାରପତି ହେଉଛନ୍ତି ।  ଏ କ୍ଷେତ୍ରରେ ଯୋଗ୍ୟତା ଅପେକ୍ଷା କିଏ କାହାର ନିଜ ଲୋକ ତାକୁ ଗୁରୁତ୍ୱ ପ୍ରଦାନ କରାଯାଉଛି । ବ ର୍ମାନର କଲେଜିୟମ କିପରି ବଂଶବାଦକୁ ସ୍ୱାଗତ କରୁଛି ତାହା କେବଳ ଅଭିଯୋଗ ନୁହେଁ ଜଳଜଳ ସ୍ପଷ୍ଟ । ୟଶୱନ୍ତ ବିଷ୍ଣୁ ଚନ୍ଦ୍ରଚୂଡ ସୁପ୍ରିମକୋର୍ଟର ୧୬ଶ ମୁଖ୍ୟ ବିଚାରପତି ଭାବେ ୨୨ ଫେବୃଆରୀ ୧୯୭୮ରୁ ୧୧ଜୁଲାଇ ୧୯୮୫ ପର୍ଯ୍ୟନ୍ତ ଦାୟିତ୍ୱରେ ଥିଲେ । ତାଙ୍କ ପୁଅ ଧନଞ୍ଜୟ ଚନ୍ଦ୍ରଚୂଡ ଏବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଥିଲାବେଳେ, ତାଙ୍କ ପୁଅ ଅଭିନବ ଚନ୍ଦ୍ରଚୂଡ ମୁମ୍ବାଇ ହାଇକୋର୍ଟର ଓକିଲ  ରହିଛନ୍ତି । ଲୋକଙ୍କ କହିବାନୁସାରେ ଦେଶରେ କଲେଜିୟମ ବ୍ୟବସ୍ଥା ଜାରି ରହିଲେ ଅଭିନବ ମଧ୍ୟ ଆଗାମୀ ଦିନରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ହେବା କିଛି ବଡ କଥା ହେବନାହିଁ । ସେହିପରି ସୁପ୍ରିମକୋର୍ଟର ବିଚାରପତି ରହିଥିବା କୁଟ୍ଟିଲ କୁରିଏନ୍ ମାଥ୍ୟୁଙ୍କ ପିତା କେ.ଏମ୍‌. ଜୋସେଫ ମଧ୍ୟ ପୂର୍ବରୁ ସୁପ୍ରିମକୋର୍ଟର ବିଚାରପତି ରହିଥିଲେ । ସୁପ୍ରିମକୋର୍ଟର ଜଜ୍ ଭାବେ ୨୦୨୨ରୁ କାର୍ଯ୍ୟରତ ଦୀପଙ୍କର ଦ ଙ୍କ ପିତା ସଲିଳ କୁମାର ଦ  ଅତୀତରେ କୋଲକାତା ହାଇକୋର୍ଟର ଜଜ୍‌ଭାବେ କାର୍ଯ୍ୟ କରିଥିଲେ । ତାଙ୍କର ଭିଣୋଇ  ମଧ୍ୟ ସୁପ୍ରିମକୋର୍ଟର ଓକିଲ ରହିଛନ୍ତି ।

ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ଜଜ୍‌ଥିବା ସଞ୍ଜୟ କିଷନ କାଉଲଙ୍କ ପରିବାର ଓକିଲାତି ପେସାରେ ରହିଆସିଛନ୍ତି । ଜାମ୍ମୁ-କାଶ୍ମୀର ରାଜ ପରିବାରର ବଂଶଧର କାଉଲଙ୍କ ପରିବାର ଲୋକେ ସେଠାର ରାଜନୀତିରେ ଥିଲେ । ରାଜା ସୂରଜ କିଷନ କାଉଲ  ରାଜସ୍ୱ ମନ୍ତ୍ରୀ ଥିଲେ , ଦୟା କିଷନ କାଉଲ ଅର୍ଥମନ୍ତ୍ରୀ ଥିଲେ, ସାଆନ୍ତ ବାପା ରାଜା ଉପିନ୍ଦର କାଉଲ ରାଜନେତା ଥିଲାବେଳେ ଭାଇ ନୀରଜ କାଉଲ ଏବେ ଦିଲ୍ଲୀ ହାଇକୋର୍ଟର ଜଜ୍ ଭାବେ କାର୍ଯ୍ୟରତ । ସୁପ୍ରିମକୋର୍ଟର ବିଚାରପତି ଜାମସେଦ ବୁର୍ଜୋର ପାରଡିୱାଲାଙ୍କ ତିନିପୁରୁଷ ଓକିଲାତିରେ ରହିଆସିଛନ୍ତି । ତାଙ୍କ ପିତା ବୁର୍ଜୋର କାୱାସଜୀ ପାରଡିୱାଲା ଗୁଜରାଟ ବିଧାନସଭାର ୭ମ ବାଚସ୍ପତି ଥିଲେ, ଯିଏକି ପରେ ଗୁଜରାଟ ହାଇକୋର୍ଟର ଓକିଲ ଭାବେ କାର୍ଯ୍ୟ କରିଥିଲେ । ସୁପ୍ରିମକୋର୍ଟର ବିଚାରପତି ଅଜୟ ରସ୍ତୋଗୀଙ୍କ ପିତା ରାଜସ୍ଥାନର ଜଣେ ପ୍ରଭାବଶାଳୀ ଓକିଲ ଥିଲେ । ସୁପ୍ରିମକୋର୍ଟର ବିଚାରପତି ଦୀନେଶ ମାହେଶ୍ୱରୀଙ୍କ ପିତା ରମେଶ ଚନ୍ଦ୍ର ମାହେଶ୍ୱରୀ ରାଜସ୍ଥାନ ହାଇକୋର୍ଟର ଓକିଲ ରହିଥିଲେ । ସୁପ୍ରିମକୋର୍ଟରେ କାର୍ଯ୍ୟରତ ବିଚାରପତି ସଞ୍ଜୟ ଖାନ୍ନାଙ୍କ ପିତା ଜଷ୍ଟିସ ଦେବରାଜ ଖାନ୍ନା ଅତୀତରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ରହିଥିଲେ । ସୁପ୍ରିମକୋର୍ଟର ବିଚାରପତି ବାଙ୍ଗାଲୋର ଭେଙ୍କଟରାମାୟା ନାଗରତ୍ନାଙ୍କ ପିତା ଇ.ଏସ୍‌. ଭେଙ୍କଟରାମାୟା ମଧ୍ୟ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ । କଥାହେଲା ଯେ ସାଧାରଣ ପରିବାର ଲୋକେ ଆଇ.ଏ.ଏସ୍‌, ଆଇପିଏସ୍ ପରି ତଳକୋର୍ଟର ଓକିଲ କିମ୍ବା ଜଜ୍ ସିନା ହେଉଛନ୍ତି, ହେଲେ ସୁପ୍ରିମକୋର୍ଟର ଜଜ୍ ହୋଇପାରୁନାହାନ୍ତି । କାରଣ ଏଥିପାଇଁ ଲମ୍ବାହାତ ଦରକାର, ଯୋଗ୍ୟତା ନୁହେଁ, ପ୍ରତିଯୋଗିତା ନୁହେଁ,କେବଳ ମନୋନୟନ । ଏହି ବଂଶବାଦ ସୁପ୍ରିମକୋର୍ଟଙ୍କ ପାଇଁ  ବ ର୍ମାନ କଳଙ୍କର ବଡଦାଗ ହୋଇଛି ଯାହା ଚିନ୍ତାର ବିଷୟ ।

Author Image

Soumendra Jena

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ