ନୂଆଦିଲ୍ଲୀ, 24 ଜାନୁଆରୀ – ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜୟନ୍ତୀ ବର୍ଷ ପାଳନର ଶୁଭାରମ୍ଭ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତା ଗସ୍ତରେ ଯାଇ ପହଂଚିବା ପରେ ସେ ଫେସବୁକରେ ଶେୟାର କରିଥିବା ଫଟୋ ଅତି ମାତ୍ରାରେ ଲୋକପ୍ରିୟତା ମିଳିଛି । ଏହି ଫଟୋକୁ 24 ଘଂଟା ନ ପୁରୁଣୁ 1 ମିଲିୟନରୁ ଅଧିକ ଲାଇକ ମିଳି ଏକ ପ୍ରକାର ରେକର୍ଡ ସୃଷ୍ଟି କରିଛି ।
ବର୍ତମାନ ସୁଦ୍ଧା ଏହି ଫଟୋକୁ 11 ଲକ୍ଷ ଲାଇକ ସହ 50 ହଜାର କମେଂଟ ଓ 15 ହଜାର ଶେୟାର ହୋଇ ସାରିଛି ।