ନୂଆଦିଲ୍ଲୀ, 21 ଜାନୁଆରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ବିଶ୍ବର ସବୁଠାରୁ ଅଧିକ ଲୋକପ୍ରିୟ ନେତା ମାନଙ୍କ ତାଲିକାରେ ସବୁଠାରୁ ଉପରେ ରହିଛି । ପ୍ରଧାନମନ୍ତ୍ରୀ ମୋଦି 71 ପ୍ରତିଶତ ରେଟିଂ ସହ ବିଶ୍ୱର ନେତା ମାନଙ୍କ ମଧ୍ୟରେ ଗ୍ଲୋବାଲ ରେଟିଂରେ ଶୀର୍ଷରେ ଅଛନ୍ତି।
ଏହି 13 ଜଣ ନେତା ମାନଙ୍କ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜନ ବାଇଡେନ 43 ପ୍ରତିଶତ ରେଟିଂ ସହ ଷଷ୍ଠ ସ୍ଥାନରେ ଅଛନ୍ତି ।
ଏହା ପରେ କାନାଡାର ରାଷ୍ଟ୍ରପତି ଜଷ୍ଟିମ ଟ୍ରୁଡୋଙ୍କ ନାମ ରହିଛି ଯାହାଙ୍କର ରେଟିଂ 43 ପ୍ରତିଶତ ରହିଛି । ଅଷ୍ଟ୍ରେଲିଆଲ ପ୍ରଧାନମନ୍ତ୍ରୀ ସ୍କଟ ମରିସନଙ୍କୁ 41 ପ୍ରତିଶତ ରେଟିଂ ମିଳିଛି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ 2021ରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତାଙ୍କ ତାଲିକାରେ ଥିଲା ।