ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ହଳଦିଆ ଠାରେ ଏକ ଜନସଭାକୁ ସମ୍ବୋଧିତ କରି ଉତ୍ତରାଖଣ୍ଡରେ ହୋଇଥିବା ବିପର୍ଯ୍ୟୟ ସମ୍ପର୍କରେ ଲୋକ ମାନଙ୍କୁ ଅବଗତ କରିଥିଲେ ଓ କହିଲେ ସେ ଲଗାତାର ଏ ସମ୍ପର୍କରେ ଅପଡେଟ ନେଉଛନ୍ତି। ସେ କହିଥିଲେ ଯେ ସମଗ୍ର ଦେଶ ଉତ୍ତରାଖଣ୍ଡ ପାଇଁ ପ୍ରାର୍ଥନା କରୁଛି ।
ପ୍ରଧାନମନ୍ତ୍ରୀ ମୋଦି ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି କହିଥିଲେ ଯେ ଲୋକ ମାନେ ଯଦି ଦିଦିଙ୍କୁ ତାଙ୍କର ଅଧିକାର ସମ୍ପର୍କରେ ପଚାରନ୍ତି ତେବେ ସେ ନାରାଜ ହୋଇଯାଆନ୍ତି, ଏପରିକି ଯଦି କେହି ଭାରତ ମାତା କି ଜୟ କହିଦିଏ ତେବେ ରାଗି ଯାଆନ୍ତି । ହେଲେ ଦେଶ ବିରୁଦ୍ଧରେ ବିଷ ଓଗାଳୁଥିବା ଲୋକଙ୍କୁ ସେ କେବେ ହେଲେ ରାଗନ୍ତି ନାହିଁ ।