ଭାରତର ପୂର୍ବତନ ରାଷ୍ଟ୍ରପତି ଓ କଂଗ୍ରେସର ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀ ତାଙ୍କ ପୁସ୍ତକ ପ୍ରେସିଡେନସିଆଲ ଇୟର୍ସରେ ଲେଖିଛନ୍ତି ଯେ “ମନମୋହନ ସିଂହଙ୍କୁ ପିଏମ ପଦ ଦାନରେ ମିଳିଥିଲା, ମୋଦୀ ପିଏମ ପଦ ନିଜେ ହାସଲ କରିଛନ୍ତି ।
ଉଲ୍ଲେଖନୀୟ ଗତ ବର୍ଷ ପ୍ରଣବ ମୁଖାର୍ଜୀଙ୍କର ମୃତ୍ୟୁ ହୋଇଥିଲା । ଏବେ ତାଙ୍କର ପୁସ୍ତକ ପ୍ରେସିଡେନସିଆଲ ଇୟର୍ସ ପୁସ୍ତକ ମଙ୍ଗଳବାର ଦିନ ବଜାରକୁ ଆସିବା ପରେ ପୁସ୍ତକକୁ ନେଇ ଚର୍ଚା ଆରମ୍ଭ ହୋଇଛି ।
ସେ ଏହି ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ କଂଗ୍ରେସର ଆକର୍ଷଣୀୟ ନେତୃତ୍ୱ ଆଉ ନାହିଁ ।