ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳ ଠାରେ ରହସ୍ୟମୟ ଭାବେ ଏକ ଯୁବକର ମୃତ୍ୟୁ ଘଟଣାରୁ ପରଦା ଉଠିଛି । ଏହି ମାମଲାରେ ରଇସ ଖାନ ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ତାର ଝିଅକୁ ଭଲ ପାଉଥିବା ଜଣେ ହିନ୍ଦୁ ଯୁବକ ଧର୍ମେନ୍ଦ୍ରକୁ ପ୍ରଥମେ ମାରିବା ସହ ତାର ଶବକୁ ହାଇ ଟେନ୍ସନ ବିଜୁଳି ତାରରେ ଜଳାଇ ଦେଇଥିବା ନେଇ ପୋଲିସ କହିଛି । ଏହା ଦ୍ୱାରା ରଇସ ଖାନ ଏହା ପ୍ରମାଣିତ କରିବାକୁ ଚାହୁଁଥିଲା ଯେ ବଜ୍ରପାତରେ ଧର୍ମେନ୍ଦ୍ରର ମୃତ୍ୟୁ ହୋଇଛି ଓ ପୋଲିସ ତାକୁ ଧରି ପାରିବ ନାହିଁ ।
ଏହି ଘଟଣା 2020 ମସିହା ଅଗଷ୍ଟ ମାସ 29 ତାରିଖ ଦିନର । ଏହି ଦିନ ଧର୍ମେନ୍ଦ୍ର ନାମକ 26 ବର୍ଷୀୟ ଯୁବକର ମୃତଦେହ ବାଇକ ସହ ଜବତ ହୋଇଥିଲା । ତେବେ ପୋଲିସକୁ ଏହି ମାମଲାରେ ସନ୍ଦେହ ଥିଲା ଯେ ଯଦି ବଜ୍ରପାତରେ ତାର ମୃତ୍ୟୁ ହୋଇଛି ତେବେ ତାର ହାତ ମୁଠା କିପରି ବନ୍ଦ ଥିଲା । ଗାଡି ଚଳାଇବା ବେଳେ ହାତ ମୁଠା ବନ୍ଦ ହେବା ସମ୍ଭବ ନୁହେଁ । ତେଣୁ ପୋଲିସ ଏହି ମାମଲାରେ ତଦନ୍ତ କରି ରଇସ ଖାନକୁ ଗିରଫ କରିଛି । ସେ ମଧ୍ୟ ଏହି ହତ୍ୟାକୁ ସ୍ୱୀକାର କରିଛି ।