ପ୍ରସିଦ୍ଧ ଟ୍ବିଟର ବ୍ୟବହାରକାରୀ ତଥା ମାନବାଧିକାର ଆକ୍ଟିଭିଷ୍ଟ ରାହତ ଅଷ୍ଟିନଙ୍କ ଉପରେ ଛୁରାରେ ଆକ୍ରମଣ କରାଯାଇଛି । ମଙ୍ଗଳବାର ଦିନ ସେ ଏହି ସୂଚନା ଦେଇଥନ୍ତି ।
ସେ ଟ୍ୱିଟରରେ ଲେଖିଛନ୍ତି ଯେ ତାଙ୍କ ଉପରେ ଜଣେ ଜେହାଦୀ ଆକ୍ରମଣ କରିଛି । ସେ କିଏ ମୋତେ ଜଣା ନାହିଁ ହେଲେ ସେ ମଧ୍ୟ-ପୂର୍ବ ଦେଶର ବୋଲି ମୁଁ ଭାବୁଛି । ସେ ଆକ୍ରମଣ କଲା ବେଳେ ଆଲ୍ଲାହୁ ଆକବର ବୋଲି ଚିତ୍କାର କରୁଥିଲା ।
ପାକିସ୍ତାନୀ ମାନବିକ ଅଧିକାର କାର୍ଯ୍ୟକର୍ତା ଅଷ୍ଟିନ ଗତ ଜାନୁଆରୀ 1 ତାରିଖ ଦିନ ପାକିସ୍ତାନର ପଂଜାବ ରାଜ୍ୟର ଭାଟି ଗାଁରେ ଜଣେ ମୁସଲମାନ ଲୋକ ଦ୍ୱାରା ଜଣେ ହିନ୍ଦୁ ରତନଲାଲର ଝିଅ ମିଜା କୁମାରୀକୁ ବଳପୂର୍ବକ ଅପହରଣ କରି ଦୁଷ୍କର୍ମ କରିବା ଓ ତାକୁ ନିକାହ କରି ବଳପୂର୍ବକ ଇସଲାମରେ ପରିବର୍ତିତ କରିବା ସମ୍ପର୍କରେ ଖବର ଟ୍ୱିଟରରେ ଦେଇଥିଲେ ।
ସେ ଝିଅର ମାତା ପିତାଙ୍କ ଏକ ଭିଡିଓ ଶେୟାରକରିଥିଲେ ଯେଉଁଥିରେ ସେମାନେ ଲୋକ ମାନଙ୍କୁ ସହାୟତା ପାଇଁ ଗୁହାରୀ କରୁଥିଲେ । ସେମାନେ କହିଥିଲେ ଯେ ତାଙ୍କ ଝିଅ ଯଦି ତାଙ୍କୁ ନ ମିଳେ ତେବେ ସେମାନେ ଆତ୍ମହତ୍ୟା କରି ନେବେ । ଆମେ ଗରୀବ ଲୋକ । ଆମେ ଦୋଷୀ ବିରୁଦ୍ଧରେ ଲଢି ପାରିବୁ ନାହିଁ । ପାକିସ୍ତାନରେ ଆମର କେହି ସହଯୋଗ କରୁ ନାହାନ୍ତି ।