ତାମିଲନାଡୁରେ ହେଉଥିବା ପ୍ରସିଦ୍ଧ ଜାଲିକାଟୁ ଖେଳ ପୁଣି ଥରେ ଆରମ୍ଭ ହୋଇ ସାରିଛି । କଂଗ୍ରେସ ଏହି ଖେଳକୁ କେବେ ବର୍ବର ବୋଲି କହି ଭାରତୀୟ ଜନତା ପାର୍ଟିକୁ ଏହାକୁ ନେଇ ରାଜନୀତିକରଣ କରାଯାଉଛି ବୋଲି ଅଭିଯୋଗ କରିଥିଲା ହେଲେ ସେହି ଜାଲିକାଟୁକୁ ଏବେ ରାହୁଲ ଗାନ୍ଧୀ ତାମିଲ ସଂସ୍କୃତି ବୋଲି କହିବା ସହ ଏହାକୁ ନିଜେ ଦେଖିବାକୁ ପହଂଚିଛନ୍ତି ।
ରାହୁଲ ଗାନ୍ଧୀ ବୋଧ ହୁଏ ଭୁଲି ଯାଇଛନ୍ତି ଯେ ତାଙ୍କ ଦଳର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଜାଲିକାଟୁକୁ ଅତ୍ୟନ୍ତ ବର୍ବର ଓ ପଶୁ ମାନଙ୍କ ପ୍ରତି ଅତ୍ୟାଚାର ବୋଲି କହି ପତ୍ର ଲେଖି ସାରିଛନ୍ତି । 2016ରେ କଂଗ୍ରେସ ନିଜର ଘୋଷଣା ପତ୍ରରେ ଜାଲିକାଟ୍ଟୁକୁ ନିଷିଦ୍ଧ କରିବା କଥା ଉଲ୍ଲେଖ କରିଥିଲେ ।
ରାହୁଲ ଗାନ୍ଧୀ ଜାଲିକାଟୁରେ ସାମିଲ ହେବା ସମ୍ପର୍କରେ ସୂଚନା ମିଳିବା ପରେ ସୋସିଆଲ ମିଡିଆରେ ଲୋକ ମାନେ ତାଙ୍କୁ ଓ କଂଗ୍ରେସର ଅନ୍ୟ ନେତା ମାନଙ୍କୁ ହଟହଟା କରିଛନ୍ତି ।