କାଶ୍ମୀର ପ୍ରସଙ୍ଗରେ ଫ୍ରାନ୍ସ ପୁଣି ଥରେ ଭାରତର ସମର୍ଥନ କରିଛି । ଫ୍ରାନ୍ସର ରାଷ୍ଟ୍ରପତିଙ୍କ ଜଣେ ପରାମର୍ଶଦାତା ଗୁରୁବାର ଦିନ ପୁଣି ଥରେ କହିଛନ୍ତି ଯେ ଫ୍ରାନ୍ସ କାଶ୍ନୀର ପ୍ରସଙ୍ଗରେ ଭାରତର ସମର୍ଥକ ରହି ଆସିଛି । ତେଣୁ ଫ୍ରାନ୍ସ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଚୀନକୁ କୌଣସି ପ୍ରକ୍ରିୟାଗତ ଖେଳ ( ପ୍ରସିଜରାଲ ଗେମ) ଖେଳିବାକୁ ଅନୁମତି ଦେଲୁ ନାହିଁ ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ଫ୍ରାନ୍ସ ଓ ଭାରତ ମଧ୍ୟରେ ରଣନୈତିକ ବାର୍ଷିକ ଆଲୋଚନା ଜରିଆରେ ଭାରତ ଗସ୍ତରେ ଆସିଥିବା ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମୈକ୍ରୋଙ୍କ କୂଟନୈତିକ ପରାମର୍ଶଦାତା ଇମାନୁଏଲ ବନ କହିଛନ୍ତି ଯେ ଚୀନ ଯେତେବେଳେ ନିୟମ ଭାଙ୍ଗିଥାଏ ସେତେବେଳକୁ ଆମକୁ ଖୁବ ଶକ୍ତିଶାଳୀ ଓ ଖୁବ ସ୍ପଷ୍ଟ ହେବାକୁ ପଡିବ । ଭାରତ ମହାସାଗରରେ ଆମର ଉପସ୍ଥିତିର ଏହା ହେଉଛି ବାର୍ତା । ଆମେ ଯାହା ଖୋଲାଖୋଲି ଭାବେ କହୁଛୁ ତାକୁ ଚୀନକୁ ପ୍ରାଇଭେଟ ଭାବରେ ମଧ୍ୟ କୁହା ଯାଇ ପାରେ, ଏଥିରେ କୌଣସି ପ୍ରକାର ଅସ୍ପଷ୍ଟତା ନାହିଁ ।