ମୁସଲିମ ଝିଅକୁ ଭଲ ପାଉଥିଲେ ରବି, ତାଙ୍କର ଶବ କୂଅରୁ ମିଳିଲା, ପ୍ରେମିକାର ଭାଇ ଓ ମାମୁଁ ହତ୍ୟା କରିଥିବା କଥା ସ୍ୱୀକାର କଲେ
କର୍ଣାଟକର ବିଜାପୁରରେ ଏକ ମୁସଲିମ ମହିଳାଙ୍କୁ ଭଲ ପାଇବା କାରଣରୁ ଏକ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ଯୁବକ ଜଣଙ୍କ ହେଲେ ରବି । ସେ ଗତ 21 ଅକ୍ଟୋବର ତାରିଖ ଦିନ କିଛି ଜିନିଷ କିଣିବାକୁ ବାହାରିଥିଲେ । ପରେ ତାଙ୍କର ଶବ ଏକ କୂଅରୁ ମିଳିଛି ।
ସ୍ଥାନୀୟ ଏସପି ଏଚଡି ଆନନ୍ଦକୁମାର ଗଣମାଧ୍ୟମକୁ କହିଛନ୍ତି ଯେ ଏହି ମାମଲାରେ ଉକ୍ତ ଝିଅର ଅଭିଯୋଗ କ୍ରମେ ଝିଅର ଭାଇ ଓ ମାମୁକୁ ପୋଲିସ ଗିରଫ କରିଛି । ଉଭୟ ରବିକୁ ହତ୍ୟା କରିଥିବା କଥା ସ୍ୱୀକାର କରିଛନ୍ତି । ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ 24 ଘଂଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଚେତାବନୀ ଦେଇଥିଲେ ।