ବଙ୍ଗଳାଦେଶରେ ଜେହାଦୀ ମାନଙ୍କ ଦ୍ବାରା ବଙ୍ଗବନ୍ଧୁ ମୁଜିବୁର ରହମାନଙ୍କ ମୂର୍ତି ଭାଙ୍ଗିବା ପରେ ଏବେ ସ୍ବାଧୀନତା ସଂଗ୍ରାମୀ ବାଘା ଜତୀନଙ୍କ ପ୍ରତିମୂର୍ତିକୁ ଭାଙ୍ଗି ଅପମାନିତ କରିଛନ୍ତି । ବଙ୍ଗଳାଦେଶର କୁଶ୍ତିଆ ଜିଲ୍ଲାର କାୟା କଲେଜ ଠାରେ ଏହି ଘଟଣା ଘଟିଛି । କଲେଜ ପ୍ରଶାସନର ଲୋକ ମାନଙ୍କର ସହମତିରେ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଥିବାରୁ ପୋଲିସ କଲେଜର ଗଭର୍ନିଂଗ ବଡିର ଅଧ୍ୟକ୍ଷ ନିଜାମୁଲ ହକଙ୍କୁ ହାଜତକୁ ନେଇ ପଚରା ଉଚୁରା କରୁଛି ।
ଅନ୍ୟ ପକ୍ଷରେ ତସଲିମା ନସରିନ ଏହି ମାମଲାରେ ଜେହାଦୀ ମାନଙ୍କ ବିରୁ୍ଦ୍ଧରେ କଡା କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଠାରେ ଦାବି କରିଛନ୍ତି ।