ଘରେ ନ ପଶୁଣୁ ଚାଳ ବାଜିଲା । ବିହାରରେ ମହା ମେଂଟ ସରକାରରେ ମନ୍ତ୍ରିମଣ୍ଡଳ ଗଠନ ମାମଲାରେ ଏପରି ହୋଇଛି । ବିହାରରେ ମନ୍ତ୍ରି ପଦ ଭାଗବଂଟାକୁ ନେଇ କଂଗ୍ରେସରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି ।
ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ବିହାରର ପ୍ରଭାରୀ ଭକ୍ତ ଚରଣ ଦାସ କହିଥିଲେ ଯେ ବିହାରକୁ ମହାଗଠବନ୍ଧନ ସରକାରରେ କଂଗ୍ରେସକୁ ତିନୋଟି ମନ୍ତ୍ରିପଦ ମିଳିବ । ତେବେ କିଏ ମନ୍ତ୍ରୀ ହେବେ ସେ ନେଇ କୌଣସି ନାମ ସ୍ଥିର ହୋଇ ନାହିଁ ବୋଲି ସେ ସୂଚନା ଦେଇଥିଲେ ।
ତାଙ୍କର ଏହି ଘୋଷଣା ପରେ କଂଗ୍ରେସ ଦଳରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି । ଏ ସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କଂଗ୍ରେସର ପାଟନା ସ୍ଥିତ କାର୍ଯ୍ୟାଳୟ ସଦାକତ ଆଶ୍ରମ ସାମନାରେ ଭକ୍ତ ଚରଣ ଦାସଙ୍କ ବିରୋଧରେ କଂଗ୍ରେସ କର୍ମୀ ମାନେ ବିରୋଧ କରୁଥିବା ଦେଖିବାକୁ ମିଳିଛି ।
ଏହି ନିଷ୍ପତି ବିରୁଦ୍ଧରେ କଂଗ୍ରେସ ନେତା ମାନେ କହୁଛନ୍ତି ଯେ କଂଗ୍ରେସ ଦଳର ବିହାର ପ୍ରଭାରୀ କିଏ, ଆମେ କେଉଁ ପ୍ରଭାରୀଙ୍କୁ ଜାଣି ନାହୁଁ । ଆମ ପାଇଁ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ହେଉଛନ୍ତି ନେତା । ଆମେ ହେଉଛୁ କର୍ମୀ । ଆମକୁ ଅତି କମରେ ପାଂଚଟି ମନ୍ତ୍ରି ପଦ ଆବଶ୍ୟକ ।