ଗୁଜରାତର କଚ୍ଛ ଅଂଚଳରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ କରୁଥିବା ହିନ୍ଦୁ କାର୍ଯ୍ୟକର୍ତା ମାନଙ୍କ ଉପରେ ଆକ୍ରମଣ ହୋଇଥିବା ଜଣା ପଡିଛି।
ହିନ୍ଦୁ କାର୍ଯ୍ୟକର୍ତା ମାନେ ଗାନ୍ଧୀଧାମ ଅଂଚଳର କିଦାନା ଗାଁ ନିକଟରେ ନିଧି ସଂଗ୍ରହ ଅଭିଯାନ ବେଳେ ସେମାନଙ୍କର ଉପରେ ଆକ୍ରମଣ ହୋଇଥିଲା । ଗାନ୍ଧୀଧାମର ଡିଏସପି ବିଆର ପଟେଲ କହିଛନ୍ତି ଯେ କିଛି ଲୋକ ମନ୍ଦିର ନିର୍ମାଣ ନିଧି ସଂଗ୍ରହ ପାଇଁ ରଥଯାତ୍ରା ବେଳେ କିଛି ଲୋକ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଏହା ପରେ ସଂଘର୍ଷ ଆରମ୍ଭ ହୋଇଥିଲା । ପୋଲିସ ଏହି ମାମଲାରେ କାର୍ଯ୍ଯାନୁଷ୍ଠାନ କରୁଥିବା ସେ କହିଛନ୍ତି ।