ଆଫଗାନିସ୍ତାନର ରାଜଧାନୀ କାବୁଲ ସ୍ଥିତ କରତା ପରବନ ଗୁରୁଦ୍ବାରା ଉପରେ ମଙ୍ଗଳବାର (05 ଅକ୍ଚୋବର,2021) ଦିନ ତାଲିବାନ ପକ୍ଷରୁ ଆକ୍ରମଣ କରାଯାଇଛି ।
କାବୁଲରୁ ମିଳିଥିବା ବିଭିନ୍ନ ରିପୋର୍ଟରେ କୁହାଯାଉଛି ଯେ ଅସ୍ତ୍ର ଶସ୍ତ୍ରରେ ସୁସଜ୍ଜିତ ତାଲିବାନୀ ମାନେ ସେଠାରେ ପ୍ରବେଶ କରି ସୁରକ୍ଷା ଦାୟିତ୍ବରେ ଥିବା ତିନି ଜଣ ମୁସଲିମ ଗାର୍ଡକୁ ସମେତ ଅନେକ ଲୋକଙ୍କୁ ବନ୍ଦୀ କରି ନେଇଛନ୍ତି । ସେମାନେ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାକୁ ମଧ୍ୟ ଭାଙ୍ଗି ଦେଇଛନ୍ତି ।
ସ୍ଥାନୀୟ ପ୍ରଶାସନକୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଇଣ୍ଡିଆ ୱାର୍ଲଡ ଫୋରମର ଅଧ୍ୟକ୍ଷ ପୁନିତ ଚଣ୍ଡୋକ କହିଛନ୍ତି ଯେ ତାଲିବାନୀ ମାନେ ପବିତ୍ର ଗୁରୁଦ୍ବାରାକୁ ଅପବିତ୍ର କରିବା ସହ ଅପମାନ କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ମୋଦି ଓ ବୈଦେଶିକ ମନ୍ତ୍ରଣାଳୟକୁ ଏ ସମ୍ପର୍କରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି ।