ଚେନ୍ନାଇ, 22 ଜାନୁଆରୀ – ଦେଶରେ ଶିକ୍ଷା ପାଇଁ ସମର୍ପିତ ବୋଲି ନିଜକୁ ଦାବି କରୁଥିବା ଖ୍ରୀଷ୍ଟିଆନ ମିଶନାରୀ ସ୍କୁଲ ମାନଙ୍କର କାର୍ଯ୍ୟକଳାପ ସମସ୍ତ ସୀମା ଟପି ସାରିଲାଣି । ସେମାନେ ଖୋଲା ଖୋଲି ଭାବେ ପିଲା ମାନଙ୍କୁ ପାଢ ପଢାଇବାକୁ ହେଲେ ଖ୍ରୀଷ୍ଟିଆନିଟିରେ କନଭର୍ଟ ହେବାକୁ ପଡିବ ବୋଲି ଚାପ ପ୍ରୟୋଗ କଲେଣି । ମିଶନାରୀ ସ୍କୁଲର ଏଭଳି ନିର୍ଯ୍ୟାତନା ସହି ନ ପାରି ଜଣେ ଛାତ୍ରୀ ଶେଷରେ ଆତ୍ମହତ୍ୟା କରିଥିବା ଭଳି ହୃଦୟ ବିଦାରକ ଖବର ସାମନାକୁ ଆସିଛି ।
ଘଟଣାଟି ତାମିଲନାଡୁର । ତାମିଲନାଡୁର ତଂଜାବୁର ଠାରେ ସାକ୍ରେଡ ହାର୍ଟ ହାୟର ସେକେଣ୍ଡାରୀ ସ୍କୁଲରେ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀ ଏମ. ଲାବଣ୍ୟା ଶେଷରେ ଆତ୍ମହତ୍ୟା କରିଛି । ସେହି ସ୍କୁଲର ଜଣେ ଅଧିକାରୀ ତାଙ୍କୁ ଖ୍ରୀଷ୍ଟିଆନିଟିରେ କନଭର୍ଟ ହେବାକୁ ବାଧ୍ୟ କରୁଥିଲା । ଲାବଣ୍ୟ ସ୍ପଷ୍ଟ ଶବ୍ଦରେ କହିଥିଲା ଯେ ହିନ୍ଦୁ ଧର୍ମ ଛାଡି କଦାପି ଖ୍ରୀଷ୍ଟିଆନ ହେବ ନାହିଁ । ଏହା ପରେ ମିଶନାରୀ ସ୍କୁଲର ନିର୍ଯ୍ୟାତନା ବଢିବାରେ ଲାଗିଥିଲା । ଏହାକୁ ସହି ନ ପାରି ସେ ଆତ୍ମହତ୍ୟା କରିଥିବା ଜଣା ପଡିଛି ।
ସେ ଖ୍ରୀଷ୍ଟିଆନିଟିକୁ କନଭର୍ଟ ହେବାକୁ ମନା କରିବା ପରେ ସ୍କୁଲ କର୍ତୃପକ୍ଷ ତାକୁ ପୋଙ୍ଗଲ ସମାରୋହରେ ଭାଗ ନେବାକୁ ଘରକୁ ଯିବା ପାଇଁ ଅନୁମତି ଦେଇ ନ ଥିଲେ । ତାକୁ ହଷ୍ଟେଲର ଶୌଚାଳୟ ସଫା କରିବା, ବାସନ ମାଜିବା କାମ ଦିଆ ଯାଇଥିଲା । ଏହା ପରେ ସେ କୀଟନାଶକ ଖାଇ ନିଜର ଜୀବନ ଲୀଳା ସମାପ୍ତ କରି ଦେଇଥିଲା ।
ସୋସିଆଲ ମିଡିଆରେ ତାର ମୃତ୍ୟୁ ପୂର୍ବରୁ କହିଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ତାମିଲ ଭାଷାରେ ତା ସହ ହୋଇଥିବା ନିର୍ଯ୍ୟାତନା ବିଷୟରେ କହିଛି ।
ଚାମିଲ ଭାଷାରେ ସେ ଯାହା କହିଛି ତାର ଅର୍ଥ ହେଲା - ମୋର ନାମ ଲାବଣ୍ୟା । ସେମାନେ (ସ୍କୁଲ) ମୋର ମାତା ପିତାଙ୍କୁ ମୋର ଉପସ୍ଥିତି ସମ୍ପର୍କରେ କହିଥିଲେ ଯେ କଣ ମୋତେ ସେମାନେ ଖ୍ରୀଷ୍ଟିଆନିଟିରେ କନଭର୍ଟ କରି ପାରିବେ । ଏହା ଦ୍ୱାରା ସେମାନେ ଆଗକୁ ପଢିବାରେ ସହଯୋଗ କରିବେ । ମୁଁ ତାଙ୍କ କଥାକୁ ମାନିଲି ନାହିଁ । ତେଣୁ ମୋତେ ସେମାନେ ରାଗୁଥିଲେ।
ଏହି ଭିଡିଓରେ ଲାବଣ୍ୟା ରାଚେଲ ମେରୀ ନାମକ କେଉଁ ମହିଳାଙ୍କ ନାମ ନେଇଥିଲେ ଯିଏ ତାଙ୍କୁ ଲଗାତାର ନିର୍ଯ୍ୟାତନା ଦେଉଥିଲେ ।
ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଲୋକ ମାନେ ତିରୁକଟପଲ୍ଲୀ ପୋଲିସ ଥାନା ସାମନାରେ ଏକାଠି ହୋଇ ଥାନା ଘେରାଉ କରିଛନ୍ତି । ଏହି ମାମଲାରେ ବିଶ୍ୱ ହିନ୍ଦୁ ପରିଷଦ, ହିନ୍ଦୁ ମୁନାନୀ , ଇନ୍ଦୁ ମକଲ କଚି ପରି ସଂଗଠନ ମାନେ ରାସ୍ତାକୁ ଓହ୍ଲାଇଥିବା ଜଣା ପଡିଛି ।