ମାତା ସୀତାଙ୍କ ବିରୁଦ୍ଧରେ ଅପମାନଜନକ ଟିପ୍ପଣୀ କରିଥିବା ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରା ଯାଇଛି । ତାଙ୍କର ଅଶାଳୀନ ମନ୍ତବ୍ୟ ସମ୍ପର୍କରେ ଭିଡିଓ ଭାଇରାଲ ହେବା ପରେ ଏହାର ପ୍ରବଳ ପ୍ରତିକ୍ରିୟା ଦେଖା ଦେଇଥିଲା ଓ ଶେଷରେ ତାଙ୍କ ବିରୁଦ୍ଧରେ ହାଓଡାର ଗୋଲିବାରୀ ଥାନାରେ ମାମଲା ରୁଡୁ କରାଯାଇଛି ।
ବିଜେପି ଯୁବ ମୋର୍ଚାର ନେତା ଆଶୀଷ ଜାୟସବାଲ ଏ ସମ୍ପର୍କରେ ମାମଲା ରୁଜୁ କରିଥିଲେ । ସେ କହିଥିଲେ ଯେ ଏହା ଦ୍ବାରା ତାଙ୍କର ଭାବନା ଉପରେ ଆଘାତ ଲାଗିଛି ।