ଅକ୍ଷୟ କୁମାରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ହାଉସଫୁଲ -୪ ର ଟ୍ରେଲର ରିଲିଜ୍ ହୋଇସାରିିଛି । ଟ୍ରେଲରରେ ଅକ୍ଷୟ କୁମାରଙ୍କ ସମେତ ରିତେଶ ଦେଶମୁଖ , ବବି ଦେଓଲ , ରାଣା ଦଗ୍ଗୁବାତି , କୃତୀ ସାନନ , କୃତି ଖରବନ୍ଧା ଓ ପୂଜା ହେଗଡେଙ୍କୁ ଦେଖିବାକୁ ମିଳିଛି । ଫିଲ୍ମରେ ନବାଜୁଦ୍ଦିନ୍ ସିଦ୍ଦିକି ଓ ଚଙ୍କି ପାଣ୍ଡେ ଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ୨୦୧୦ରୁ ଆରମ୍ଭ ହୋଇଥିବା ହାଉସ୍ ଫୁଲ ସିରିଜ୍ ର ଚତୁର୍ଥ ଫିଲ୍ମକୁ ଫରହାଦ୍ ସମଜୀ ନିର୍ଦ୍ଦେଶନା ଦେଇଛନ୍ତି ।
ପ୍ରତି ସିରିଜ୍ ରେ ନୂଆ ନୂଆ କାହାଣି ନେଇ ଆସୁଥିବା ହାଉସଫୁଲ ୪ ପୂର୍ନଜନ୍ମ କୁ ତିଆରି କରାଯାଇଛି ।ଟେଲରରୁ ଜଣାଯାଉଛି ଯେ ଫିଲ୍ମ ଟି ମସ୍ତି , ମଜାକ୍ ରେ ଭରପୁର । ଆସନ୍ତା ୨୫ ଅକ୍ଟୋବରରେ ଏହି ଫିଲ୍ମ ଟି ରିଲିଜ୍ ହେବ । ସାଜିଦ୍ ନାଡିୟାଡୱାଲା ଏହାର ନିର୍ମାତା ରହିଛନ୍ତି । ସିନେ ସମୀକ୍ଷକ ତରନ ଆଦର୍ଶ ଏହାର ଟ୍ରେଲରକୁ ଟ୍ୱିଟ୍ କରିଛନ୍ତି ।
ଫିଲ୍ମର କାହାଣୀ ଅନୁଯାୟୀ ଅକ୍ଷୟ କୁମାର ଲଣ୍ଡନରେ ରୁହନ୍ତିଯେ କି ୬୦୦ ବର୍ଷ ପୂର୍ବେ ରାଜକୁମାର ଥିଲେ । ତାଙ୍କୁ ପୂର୍ବ ଜନ୍ମ ମନେ ପଡିବା ପରେ ସେ ନିଜ ସାଙ୍ଗ ମାନଙ୍କ ସହ ମିଶି ଏହାର ସମାଧାନ କରିବା ସହ ନିଜ ଭଲ ପାଇବାକୁ କିଭଳି ପାଉଛନ୍ତି ତାହାକୁ ନେଇ ଗତିଶୀଳ ହେବ ଫିଲ୍ମର କାହାଣୀ ।