ଉତ୍ତର ପ୍ରଦେଶର ଲଖିମପୁର ଖୀରିରେ ଚାଷୀ ଆନ୍ଦୋଳନକାରୀଙ୍କ ହିଂସାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତି ହେଉଛନ୍ତି ଶ୍ୟାମ ସୁନ୍ଦର ନିଷାଦ । ସେ ବିଜେପିର କର୍ମୀ ଥିଲେ । ଆପଣଙ୍କୁ ସେହି ଫଟୋ ମନେ ଥିବ ଯେଉଁଥିରେ ସେ ବାରମ୍ବାର ଛାଡି ଦେବାକୁ ନିବେଦନ କରୁଛି ।
ଡ୍ରାଇଭର ହାତ ଯୋଡି କହୁଛି. ଦାଦା, ଛାଡି ଦିଅ, ମୋତେ ଯିବାକୁ ଦିଅ.. । ସେଠାରେ ଥିବା ଭିଡ ତାଙ୍କୁ ଜୋରଜବରଦସ୍ତି କୁହାଇବାକୁ ଚେଷ୍ଟା କରୁଛନ୍ତି ଯେ ମନ୍ତ୍ରୀ ଟେନି ଲୋକଙ୍କୁ ମାରିବାକୁ ପଠାଇଥିଲା । ଗାଡି ଚଢାଇବାକୁ କହିଥିଲା ।
ହେଲେ ଡ୍ରାଇଭର କହୁଛି ଟେନି ମୋତେ ପଠାଇଥିଲା, ହେଲେ ଗାଡି ଚଢାଇବାକୁ ନୁହେଁ। ତା ପରେ କିଛି ଲୋକ ତାକୁ ଲାଠି ଦେଖାଉଛନ୍ତି। ତାକୁ ଜୋର ଜବରଦସ୍ତି ପୁଣି ଥରେ ସେହି କଥା କହିବାକୁ ବାଧ୍ୟ କରୁଛନ୍ତି । ଡ୍ରାଇଭର ମନା କରୁଛି । ତାପରେ ପୁଣି ତା ଉପରେ ଆକ୍ରମଣ ଆରମ୍ଭ ହୋଇଯାଉଛି ।
ସେ ହାତ ଯୋଡୁଛି । ମୋତେ ଛାଡି ଦିଅ । କିଛି ଲୋକ କହୁଛନ୍ତି ତାକୁ ମାର । ତାର ଏହି ଶେଷ ଚିତ୍କାରରେ ଏହି ତଥାକଥିତ ଚାଷୀ ମାନଙ୍କର ହୃଦୟକୁ ତରଳାଇ ପାରୁ ନାହିଁ ।
ମିଡିଆ ରିପୋର୍ଟ ଅନୁସାରେ ଶ୍ୟାମ ସୁନ୍ଦର ନିଷାଦଙ୍କ ବୃଦ୍ଧ ପିତା କହିଛନ୍ତି ଯେ ପରିବାରରେ ଜଣଙ୍କର ମୋବାଇଲ ଫୋନରେ ତାଙ୍କୁ ତାଙ୍କ ପୁତ୍ରର ମୃତ୍ୟୁ ସମ୍ପର୍କିତ ଖବର ମିଳିଲା । ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ଚାଷୀ ଆନ୍ଦୋଳନକାରୀ ମାନେ ତାଙ୍କର ପୁଅକୁ ମାରିଛନ୍ତି । ସେ ହିଁ ପରିବାର ଚଳାଉଥିଲା । ତାର ଦୁଇଟି ଝିଅ ଅଛନ୍ତି । ଗୋଟିଏ ଝିଅ ତିନି ବର୍ଷର ହୋଇଥିବା ବେଳେ ଗୋଟିଏ ଝିଅ ସାତ ମାସର । ସେମାନେ ବାପା ବାପା ଡାକି କାନ୍ଦୁଛନ୍ତି ।
ସେ କହିଛନ୍ତି ଯେ ପ୍ରଶାସନର କିଛି ଲୋକ ତାଙ୍କୁ ଭେଟିବାକୁ ଆସିଥିଲେ । ତାଙ୍କ ପରିବାରକୁ 45 ଲକ୍ଷ ଟଙ୍କା ଦିଆ ଯିବ ବୋଲି ସେମାନେ କହିଛନ୍ତି ।
ଏବେ ତାଙ୍କ ପରିବାରର କଣ ହେବ ବୋଲି ସେ ପ୍ରଶ୍ନ କରିବା ସହ ଯଦି ସରକାର ସାହାଯ୍ୟ କରନ୍ତି ତେବେ ହିଁ ଏହି କନ୍ୟା ମାନଙ୍କର ଲାଳନ ପାଳନ ହୋଇ ପାରିବ ।