ଲଣ୍ଡନ, 20 ଜାନୁଆରୀ – ବିଶ୍ୱର ବିଭିନ୍ନ ଦେଶରେ କରୋନା ଭାଇରସ ଓ ଓମ୍ରିକନ କାରଣରୁ ସଂକଟ ଦେଖା ଦେଇଥିବା ବେଳେ ବ୍ରିଟେନ ଏହାକୁ ନେଇ କଟକଣାକୁ ସମାପ୍ତ କରିବାକୁ ଘୋଷଣା କରିଛି ।
ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ମାସ୍କକୁ ବାଧ୍ୟତାମୂଳକ କରାଯିବା ସମ୍ପର୍କିତ ନିୟକୁ ସମାପ୍ତ କରିବାର ଘୋଷଣା କରିଛନ୍ତି । ଏହା ସହିତ ସେ ବ୍ରିଟେନରେ ୱାର୍କ ଫ୍ରମ ହୋମକୁ ସମାପ୍ତ କରିବାକୁ ମଧ୍ୟ ଘୋଷଣା କରିଛନ୍ତି ।
ସେ କହିଛନ୍ତି ଯେ – “ଆମର ବୈଜ୍ଞାନିକ ମାନଙ୍କ ଆକଳନ ଅନୁସାରେ ଓମ୍ରିକନ ଆମ ଦେଶରେ ପିକ୍ କୁ ପହଂଚି ସାରିଛି । ଏବେ ଏହାର ଗତି କମିବା ଜଣା କରୁଛି। ତେଣୁ ଏବେ ସରକାର ଲୋକ ମାନଙ୍କୁ ଘରୁ କାମ କରିବାକୁ କହୁ ନାହାନ୍ତି । ”