ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ
ଧର୍ମାନ୍ତରୀକରଣ ପରେ
ମହିଳାଙ୍କୁ ହତ୍ୟା କରିବା ଭଳି ଘଟଣା ସାମନାକୁ ଆସିଛି। ଏଠାକାର କାଂଶୀରାମ କଲୋନୀରେ ସ୍ୱାମୀ ମୋହମ୍ମଦ ୟାସିନ ତାର ଦ୍ୱିତୀୟ ସ୍ତ୍ରୀ ଜାରା ଖାନ ଓରଫ ଶିବା ବିଶ୍ୱକର୍ମାଙ୍କୁ ତଂଟି ଚିପି ହତ୍ୟା କରିଛି । ହତ୍ୟା ପରେ ସେ ତାର ତିନି ବର୍ଷର ଝିଅକୁ ସେଠାରୁ ଛାଡି ଫେରାର ହୋଇଯାଇଛି।
ଶିବା ବିଶ୍ୱକର୍ମା ନାମକ ଜଣେ ମହିଳାକୁ ଧର୍ମାନ୍ତରଣ କରିବା ପରେ ୟାସିନ ତାକୁ ବିବାହ କରିଥିଲା । ଏହା ପୂର୍ବରୁ ତାର ଏକ ସ୍ତ୍ରୀ ଥିଲା ।
ଶିବା ବିଶ୍ୱକର୍ମା ଓରଫ ଜାରାର ଭାଇ ସେଠାରେ ପହଂଚିବା ପରେ ତା ଭଉଣୀର ମୃତ ଦେହ ଦେଖିଥିଲା ଓ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲା । ଏହା ପରେ ଘଟଣା ସମ୍ପର୍କରେ ପୋଲିସ ଖବର ପାଇଥିଲା ।