ଟି-20 ବିଶ୍ୱକପ ମ୍ୟାଚରେ ଭାରତକୁ ହରାଇ ପାକିସ୍ତାନର ବିଜୟ ପରେ ଖୁସିରେ ଉଲ୍ଲସିତ ହୋଇ ପାକିସ୍ତାନ ଜିନ୍ଦାବାଦର ସ୍ଲୋଗାନ ଦେଇଥିବା ଲୋକ ମାନଙ୍କ ବିରୁଦ୍ଧରେ ଉତ୍ତର ପ୍ରଦେଶ ପୋଲିସ ବୁଧବାର ଦିନ ମାମଲା ରୁଜୁ କରିଛି।
ଏମାନଙ୍କ ମଧ୍ୟରୁ 3 ଜଣ ଆଗ୍ରାର ହୋଇଥିବା ବେଳେ 3 ଜଣ ବରେଲୀର ଓ ଜଣେ ଲକ୍ଷ୍ନୌର ହୋଇଥିବା ଜଣା ପଡିଛି।
ମ୍ୟାଚ ପରେ ଏହି ଲୋକ ମାନେ ଭାରତ ବିରୋଧୀ ଓ ପାକିସ୍ତାନ ସମର୍ଥନରେ ସ୍ଲୋଗାନ ଦେଇଥିବା ନେଇ ଅଭିଯୋଗ ହୋଇଥିଲା ।