ପଶ୍ଚିମ ବଙ୍ଗର ବନ ମନ୍ତ୍ରୀ ତଥା ଡମଜୁରର ବିଧାୟକ ରାଜୀବ ବାନାର୍ଜୀ ମମତା ବାନାର୍ଜୀଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ଏହାକୁ ରାଜ୍ୟପାଳ ଜଗଦୀପ ଧନକଡ ସ୍ୱୀକାର ମଧ୍ୟ କରି ନେଇଛନ୍ତି । ଏହା ଦ୍ୱାରା ମମତାଙ୍କ ସମସ୍ୟା ବଢିବାରେ ଲାଗିଛି ।
ଉଲ୍ଲେଖନୀୟ ଯେ ମମତା କ୍ୟାବିନେଟରୁ ଇସ୍ତଫା ଦେଇଥିବା ତୃତୀୟ ମନ୍ତ୍ରୀ ହେଉଛନ୍ତି ରାଜୀବ ବାନାର୍ଜୀ । ଏହା ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ଓ ଲକ୍ଷ୍ମୀରତନ ଶୁକ୍ଲ ଇସ୍ତଫା ଦେଇ ସାରିଛନ୍ତି ।
ଉଲ୍ଲେଖନୀୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତାଜୀ ଜୟନ୍ତୀରେ ପଶ୍ଚିମବଙ୍ଗ ଆସୁଛନ୍ତି ।ତାଙ୍କ ଆସିବା ଠିକ ପୂର୍ବରୁ ବାନାର୍ଜୀ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି ।