କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ଗସ୍ତରେ ଶୁକ୍ରବାର ରାତିରେ କୋଲକାତାରେ ପହଞ୍ଚିବା ପରେ ଶନିବାର ଦିନ ସେ ପ୍ରଥମେ କୋଲକାତାର ସ୍ୱାମୀ ବିବେକାନନ୍ଦଙ୍କ ପୈତୃକ ବାସଭବନକୁ ଯାଇ ତାଙ୍କର ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ଏହା ପରେ ସେ ପଶ୍ଚିମ ମେଦିନୀପୁର ଜିଲ୍ଲାରେ ଖୁଦିରାମ ବୋଷଙ୍କ ପୈତୃକ କ ଗ୍ରାମକୁ ଯାଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ଅମିତ ଶାହା ଏଠାରେ ଖୁଦିରାମ ବୋଷଙ୍କ ପରିବାର ସଦସ୍ୟଙ୍କୁ ଭେଟି ତାଙ୍କୁ ମାଳା ପିନ୍ଧାଇ ସମ୍ମାନିତ କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହ ଏହି ଅବସରରେ କହିଥିଲେ ଯେ “ମୋର ସୌଭାଗ୍ୟ ଯେ ମୁଁ ମହାନ ସ୍ୱାଧୀନତା ସଂଗ୍ରାମୀ ଖୁଦିରାମ ବୋଷଙ୍କ ଘରର ମାଟିକୁ କପାଳରେ ସ୍ପର୍ଶ କରି ପାରିଲି । । ସେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ପାଇଁ ବଳିଦାନ କରିବାକୁ ଖୁସିରେ ଫାଶିଖୁଣ୍ଟରେ ଝୁଲି ଯାଇଥିଲେ । ”
ଏଥିରେ ଖୁଦିରାମ ବୋଷଙ୍କ ପରିବାର ବହୁତ ଖୁସି ବ୍ୟକ୍ତ କରିଥିଲେ । । ତାଙ୍କ ପରିବାର ସଦସ୍ୟ ଗୋପାଳ ବସୁ କହିଛନ୍ତି, “ବିଜେପି ଆମକୁ ଟିକେ ସମ୍ମାନ ଦେଇଛି। ପୂର୍ବ ସରକାର ଆମକୁ ଏପରି ସମ୍ମାନ ଦେଇନାହାଁନ୍ତି। ତୃଣମୂଳ କଂଗ୍ରେସ ମଧ୍ୟ ଆମକୁ ସମ୍ମାନ ଦେଇ ନାହିଁ ।