ନୂଆଦିଲ୍ଲୀ, 29 ଜାନୁଆରୀ – ଯୋଗେନ୍ଦ୍ର ଯାଦବଙ୍କୁ ଦେଶଦ୍ରୋହୀ ବୋଲି କହି ତାଙ୍କ ସୋସାଇଟିର ଲୋକ ମାନେ ତାଙ୍କୁ ବାହାର କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନେ ଯୋଗେନ୍ଦ୍ର ଯାଦବଙ୍କ ଦେଶ ବିରୋଧୀ ଗତିବିଧିରେ ସାମିଲ ଥିବା ଅଭିଯୋଗ କରିଛନ୍ତି ।
ଗୌତମ ଅଗ୍ରୱାଲ ଏହାର ସୂଚନା ଦେଇ ନିଜର ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ – ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ କିସାନ ୟୁନିୟନ ନେତା ଯୋଗେନ୍ଦ୍ର ଯାଦବଙ୍କ ନିବାସ ବାହାରେ ଦିଲ୍ଲୀର ଇନ୍ଦ୍ର ପ୍ରସ୍ଥ ଏକ୍ସଟେନସନର ନିବାସୀ ମାନଙ୍କ ଦ୍ବାରା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନେ ସୋସାଇଟିର ପରିଚାଳନା କମିଟିକୁ କହିଛନ୍ତି ଯେ ତାଙ୍କର ଫ୍ଲାଟ ଖାଲି କରାଇ ନିଆଯାଉ କାରଣ ସେ ଦେଶ ପାଇଁ ବିପଦ ।