ନରେନ୍ଦ୍ର ମୋଦିଙ୍କ ପରେ ଦେଶର ଜନସାଧାରଣ ପ୍ରଧାନମନ୍ତ୍ରୀ ଭାବେ କାହାକୁ ଦେଖିବାକୁ ଚାହୁଁଛନ୍ତି । ଇଣ୍ଡିଆ ଟୁଡେ ଦ୍ୱାରା କରାଯାଇଥିବା ସର୍ଭେରେ ଜଣା ପଡିଛି ଯେ ମୋଦିଙ୍କ ପରେ ଲୋକ ମାନେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ତେବେ ଅଧିକାଂଶ ଲୋକ ମାନେ ଚାହାନ୍ତି ଯେ ଆଗାମୀ ନିର୍ବାଚନରେ ମଧ୍ୟ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୁଅନ୍ତୁ ।
ଗତ 3ରୁ 13 ତାରିଖ ଯାଏ କରାଯାଇଥିବା ସର୍ଭେରେ ଲୋକ ମାନେ କହିଛନ୍ତି ଯେ ମୋଦିଙ୍କ ପରେ ସେମାନେ ଯୋଗୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି । 12,232 ଲୋକଙ୍କ ମଧ୍ୟରେ କରାଯାଇଥିବା ସର୍ଭେରେ 67 ପ୍ରତିଶତ ଲୋକ ଗ୍ରାମାଂଚଳର ହୋଇଥିବା ବେଳେ 33 ପ୍ରତିଶତ ଲୋକ ସହରାଂଚଳର ।