The Independence:BJG-government-will-end-Baijayant-Panda

 ୨ ଥର ପଦ୍ମ, ୨ ଗୁଣା ବିକାଶ; ଓଡିଶାରେ ହେବ ବିଜେପି ସରକାର

୩୫ ପ୍ରତିଶତ ଚାଷ ଜମି ଜଳସେଚନ କରିବାର ପ୍ରତିଶୃତିକୁ ପୁରଣ କରିବାରେ ବିଫଳ ବିଜେଡି ସରକାର

ଧାନ କ୍ୱିଂଟାଲ ପ୍ରତି ୩୧୦୦ ଟଙ୍କା ପ୍ରଦାନ କରାଯିବ

୪୮ ଘଂଟା ଭିତରେ ଡିବିଟି ଜରିଆରେ ଚାଷୀଙ୍କ ବ୍ୟାଂକ ଖାତାକୁ ଟଙ୍କା ପହଂଚିଯିବ

୨୦୨୯ ସୁଦ୍ଧା ୩ଗୁଣା ଚାଷଜମି ଜଳସେଚିତ କରାଯିବ

ଅଣ ଉତ୍ପାଦନ ସମୟରେ ମତ୍ସଜୀବୀକୁ ୧୦ହଜାର ଟଙ୍କାର ସହାୟତା ମିଳିବ

ଓଡ଼ିଶାରେ ୭୫ହଜାର କିଲୋମିଟର ରାସ୍ତା ନିର୍ମାଣ କରାଯିବ

ଅମୁଳକ ଓ ଭିତିହୀନ ଅଭିଯୋଗ କରିବା ହେଉଛି ବିଜେଡିର ପୁରୁଣା ଅଭ୍ୟାସ

ଭୁବନେଶ୍ୱର, ତା.୦୭/୦୫: ଗତ ୧୦ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଦୃତଗତିରେ ଆଗକୁ ବଢ଼ିଛି । ସାରା ବିଶ୍ୱରେ ଭାରତ ପ୍ରଶଂସାର ପାତ୍ର ହୋଇପାରିଛି । ସମଗ୍ର ବିଶ୍ୱ ଆଜି ମୋଦିଜୀଙ୍କ ସାହାଯ୍ୟ ଲୋଡୁଛି । ବିଶ୍ୱର ୫ମ ଅର୍ଥନୀତି ରାଷ୍ଟ୍ରରୁ ୩ୟ ରାଷ୍ଟ୍ର ହେବାକୁ ଯାଉଛି । ଭାରତବର୍ଷ ଦୃତ ଗତିରେ ଆଜି ପ୍ରଗତି ପଥେ । ୨୫ କୋଟିରୁ ଉର୍ଦ୍ଧ୍ୱ ଗରୀବ ସୀମାରେଖାରୁ ବାହାରକୁ ଆସିଛନ୍ତି । କିନ୍ତୁ ଓଡ଼ିଶାର ବିକାଶ ବହୁ ପଛରେ ପଡିଯାଇଛି । ୨୫ ବର୍ଷର ବିଜେଡି ଶାସନରେ ଓଡିଶାର ଅନେକ ବିକାଶ ସ୍ତମ୍ଭ ହୋଇଥାନ୍ତା । କିନ୍ତୁ ବ୍ୟାପକ ଦୁର୍ନୀତି, ଭ୍ରଷ୍ଟାଚାର ଆଦି ବାଧକ ସାଜିଥିବାରୁ ରାଜ୍ୟର ବିକାଶ ସମ୍ଭବ ହେଲା ନାହିଁ । ସ୍ଥାଣୁ ପାଲଟିଥିବା ବିଜେଡି ସରକାରରେ ଓଡିଶାର ବିକାଶ ଆଦୌ ସମ୍ଭବ ନୁହେଁ । ଓଡିଶାରେ ଶାସନ ବ୍ୟବସ୍ଥାର ପରିବର୍ତନ ନିହାତି ଜରୁରୀ । ସେଥିପାଇଁ ଚଳିତ ନିର୍ବାଚନରେ “୨ ଥର ପଦ୍ମ, ୨ ଗୁଣା ବିକାଶ; ଓଡିଶାରେ ହେବ ବିଜେପି ସରକାର” ବୋଲି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରପଡା ଲୋକସଭା ପ୍ରାର୍ଥୀ ଶ୍ରୀ ବୈଜୟନ୍ତ ପଣ୍ଡା କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ୨୫ ବର୍ଷର ବିଜେଡି ଶାସନରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀକୁଳ । ୩୫ ପ୍ରତିଶତ ଚାଷ ଜମି ଜଳସେଚନ କରିବାର ପ୍ରତିଶୃତିକୁ ପୁରଣ କରିବାରେ ବିଫଳ ବିଜେଡି ସରକାରର ଚାଷୀମାରଣ ନୀତି କାରଣରୁ ଚାଷୀଙ୍କୁ ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ମିଳିଲା ନାହିଁ । କୃଷି ଯନ୍ତ୍ରପାତି ଦୁର୍ନୀତିରେ ବିଜେଡିର ନେତାଙ୍କ ସଂପୃକ୍ତି ଅତ୍ୟନ୍ତ ଲଜ୍ଜାଜନକ । ବିଜେପି ଶାସନରେ ଚାଷୀକୁ ଧାନ କ୍ୱିଂଟାଲ ପ୍ରତି ୩୧୦୦ ଟଙ୍କା ପ୍ରଦାନ କରାଯିବ, ୪୮ ଘଂଟା ଭିତରେ ଡିବିଟି ଜରିଆରେ ଚାଷୀଙ୍କ ବ୍ୟାଂକ ଖାତାକୁ ଟଙ୍କା ପହଂଚିଯିବ । ୨୦୨୯ ସୁଦ୍ଧା ୩ଗୁଣା ଚାଷଜମି ଜଳସେଚିତ କରାଯିବ । ଅଣ ଉତ୍ପାଦନ ସମୟରେ ମତ୍ସଜୀବୀକୁ ୧୦ହଜାର ଟଙ୍କାର ସହାୟତା ମିଳିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ରାଜ୍ୟରେ ଖାଲି ପଡିଥିବା ସରକାରୀ ପଦବୀକୁ ଯଥାଶୀଘ୍ର ପୁରଣ କରାଯିବା ସହିତ ନୂତନ ନିଯୁକ୍ତି ସୃଷ୍ଟି କରାଯିବା ପାଇଁ ବିହୀତ ପଦକ୍ଷେପ ନିଆଯିବ । ଭିତିଭୂମିର ବିକାଶ ହେଲେ ଶିଳ୍ପ ଆସିବା ସହଜ ହୋଇଯିବ । । ବିଜେପି ସରକାର ଆସିଲେ ଓଡ଼ିଶାରେ ୭୫ହଜାର କିଲୋମିଟର ରାସ୍ତା ନିର୍ମାଣ କରାଯିବ । ସମ୍ବଲପୁର, ରାଉରକେଲା, ଧାମରା, ପାରାଦୀପ ନେଇ ଶିଳ୍ପ କରିଡର ପ୍ରତିଷ୍ଠା ହେବ । ୮୫ ହଜାର ସରକାରୀ ପଦବୀ ପୁରଣ କରାଯିବା ସହିତ ୧.୫ ଲକ୍ଷ  ନୂତନ ନିଯୁକ୍ତି ଦିଆଯିବ । ନିଯୁକ୍ତିରେ ଓବିସି ଓ ପଛୁଆ ବର୍ଗଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଗତ ଦୁଇ ଦିନ ତଳେ ସଂକଳ୍ପ ପତ୍ରକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା ଲୋକାର୍ପିତ କରିଛନ୍ତି । ସମଗ୍ର ଦେଶ ସମେତ ଓଡ଼ିଶାରେ ବି ମୋଦି ଲହର ଚାଲିଛି । ପ୍ରତିଦିନ ଶହ ଶହ ନେତା, କର୍ମୀମାନେ ଅନ୍ୟ ଦଳରୁ ଆସି ବିଜେପିରେ ମିଶୁଛନ୍ତି । ଜୁନ ୪ରେ ବିଜେଡି ସରକାରର ଅନ୍ତ ହେବ ଓ ୧୦ତାରିଖରେ ଓଡ଼ିଶାରେ ଶପଥ ନେବ ବିଜେପି ସରକାର । ରାସନ, ଆବାସ ଘର ସବୁ କେନ୍ଦ୍ର ସରକାର ଦେଉଛନ୍ତି । ମନରେଗା, ମିଶନଶକ୍ତି ଭଳି ଯୋଜନା ବନ୍ଦ ହୋଇଯିବ ବୋଲି ବିଜେଡି ସରକାର ପରାଜୟ ଭୟରେ ମିଛ ପ୍ରଚାର କରୁଛି । ଯାହା ସଂପୂର୍ଣ୍ଣ ଅମୂଳକ ଓ ଭିତିହୀନ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ମୁଖପାତ୍ର ସୁଦୀପ୍ତ ରାୟ, ମନୋଜ ମହାପାତ୍ର ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ 

Author Image

RELATED NEWS

Recent Posts

The Independence:ପାଣ୍ଡିଆନଙ୍କ-ରାଜନୈତିକ-ଅଭିଳାଷକୁ-ଚରିତାର୍ଥ-କରିବା-ପାଇଁ-ବିଜେଡିର-ମ୍ୟାନିଫେଷ୍ଟୋ-ଆସିଛି-ଅନିଲ-ବିଶ୍ୱାଳ

ପାଣ୍ଡିଆନଙ୍କ-ରାଜନୈତିକ-ଅଭିଳାଷକୁ-ଚରିତାର୍ଥ-କରିବା-ପାଇଁ-ବିଜେଡିର-ମ୍ୟାନିଫେଷ୍ଟୋ-ଆସିଛି-ଅନିଲ-ବିଶ୍ୱାଳ

The Independence:Prime-Minister-Modi-will-come-to-Odisha-tomorrow

କାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

The Independence:Naveen-Bishnudev-Sai-has-not-done-anything-new-for-the-development-of-Odisha

ଓଡ଼ିଶାର ବିକାଶ ପାଇଁ ନୂଆ କିଛି କରିନାହାନ୍ତି ନବୀନ –ବିଷ୍ଣୁଦେବ ସାଏ

The Independence:Union-Ministers-response-to-allegations-of-BJP-breaking-BJD

ବିଜେଡିକୁ ବିଜେପି ଭାଙ୍ଗି ଦେବା ଅଭିଯୋଗ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା

The Independence:BJP-delegation-met-the-Chief-Electoral-Officer-of-the-state

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:The-Union-Minister-went-door-to-door-in-Sambalpur

ସମ୍ବଲପୁରରେ ଘର ଘର ବୁଲି ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ

The Independence:Hundreds-of-BJJ-leaders-and-workers-from-Bari-constituency-joined-the-BJP

ବରୀ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀ ବିଜେପିରେ ଯୋଗ ଦେଲେ

The Independence:BJP-delegation-met-the-Chief-Electoral-Officer-of-the-state

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:PMs-press-conference-in-Sambalpur-with-Modi-guarantee-and-Odisha-resolution-letter

ମୋଦୀ ଗ୍ୟାରେଣ୍ଟି ଏବଂ ଓଡ଼ିଶା ସଂକଳ୍ପ ପତ୍ର ନେଇ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରେସମିଟ୍

The Independence:BJG-government-will-end-Baijayant-Panda

ବିଜେଡି ସରକାରର ଅନ୍ତ ହେବ: ବୈଜୟନ୍ତ ପଣ୍ଡା

The Independence:BJC-candidate-Pranab-Das-showed-2-in-Arts-in-2009-while-science-student-showed-2-in-2024-is-ridiculous-Thachanambar-Acharya

ବିଜେଡି ପ୍ରାର୍ଥୀ ପ୍ରଣବ ଦାସ ସତ୍ୟପାଠରେ ୨୦୦୯ରେ +୨ କଳା ଦେଖାଇଥିବା ବେଳେ ୨୦୨୪ରେ +୨ ବିଜ୍ଞାନ ଛାତ୍ର ଦେଖାଇବା ହାସ୍ୟାସ୍ପଦ: ପିତାମ୍ବର ଆଚାର୍ଯ୍ୟ

The Independence:Union-Minister-in-Sambalpur-at-the-merger-festival

ସମ୍ବଲପୁରରେ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ

The Independence:ରାଜ୍ୟ-ମୁଖ୍ୟ-ନିର୍ବାଚନ-ଅଧିକାରୀଙ୍କୁ-ଭେଟିଲା-ବିଜେପି-ପ୍ରତିନିଧିମଣ୍ଡଳୀ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:June-4-Expiry-date-of-BJG-Govt---Prime-Minister

ଜୁନ୍ ୪ ବିଜେଡି ସରକାରର ଏକ୍ସପାୟରୀ ଡେଟ୍ – ପ୍ରଧାନମନ୍ତ୍ରୀ

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Cow-Slaughtering-Beef-Smuggling-in-Odisha-High

Odisha : ବୃଦ୍ଧି ପାଇବାରେ ଲାଗିଛି ଗୋମାଂସ ଚୋରାଚାଲାଣ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା