The Independence:PMs-press-conference-in-Sambalpur-with-Modi-guarantee-and-Odisha-resolution-letter

 ବିଜେପି ସରକାର ହେଲେ ସମ୍ବଲପୁରରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସହ ଟେକ୍ସଟାଇଲର ହବ୍ କରାଯିବ - ଧର୍ମେନ୍ଦ୍ର ପ୍ରଧାନ

ମୋଦୀ ଗ୍ୟାରେଣ୍ଟି, ବିଜେପି ସଂକଳ୍ପ ଏବଂ ସାମ୍ବାଦିକଙ୍କ ସ୍ୱାଧୀନତା ଦେବା ଉପରେ ମତ ରଖିଲେ 

ସମ୍ବଲପୁରରେ ମହାନଗର ନିଗମ ନିର୍ବାଚନ ନହେବା ସହ ୫ଟି ମୌଳିକ ବ୍ୟବସ୍ଥା ନେଇ ପ୍ରଶ୍ନ କଲେ 

ଓଡ଼ିଶାରେ ମୋଦୀଙ୍କ ସରକାର ହେଲେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ 

କଟନୀଛଟନୀ ନାଁରେ ଚାଷୀଙ୍କୁ ଯେଉଁ ଶୋଷଣ ହେଉଛି, ତାହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ

ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ 

କେନ୍ଦୁପତ୍ର ତୋଳାଳିଙ୍କୁ ୩୫ ପ୍ରତିଶତ, କେନ୍ଦୁପତ୍ର ବାନ୍ଧୁଥିବା ଲୋକଙ୍କୁ ୧୦ ପ୍ରତିଶତ ବୋନସ ଦିଆଯିବ  

ପ୍ରତି ବ୍ଲକରେ ୨ଟି ଭାବରେ ୮୦୦ ପିଏମଶ୍ରୀ ସ୍କୁଲ ପ୍ରତିଷ୍ଠା ହେବ 

ପକ୍କା ଘର, ପାନୀୟ ଜଳ, ଗ୍ୟାସ, ସୌର ବିଜୁଳି ଓ ରୋଜଗାର ଉପଲବ୍ଧ କରାଯିବ 

ଏସଏଜଏଜି ମୋଦୀ ସରକାରଙ୍କ ସଫଳ କାର୍ଯ୍ୟକ୍ରମ, ଓଡ଼ିଶାର ୨୫ ଲକ୍ଷ ଭଉଣୀ ହେବେ ଲକ୍ଷପତି ଦିଦି 

ବିଜେପି ସରକାର ହେବାର ପ୍ରଥମ ମାସରେ ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ ହେବ 

ଦୁର୍ନୀତିକୁ ରୋକିବା ପାଇଁ ଜିରୋ ଟେଲେରାନ୍ସ ନୀତି ଅବଲମ୍ବନ କରାଯିବ

ଏହା ବିଜେପିର କେବଳ ଦସ୍ତାବିଜ ନୁହେଁ,  ମୋଦୀଙ୍କ ଗ୍ୟାରେଣ୍ଟି ଓ ଆଶ୍ୱାସନାର ପତ୍ର ଅଟେ 

ଆଜି ଓଡ଼ିଶାରେ ଗଣତନ୍ତ୍ର ନାହିଁ, ସ୍ୱେଚ୍ଛାଚାରିତା ଚାଲିଛି, ଚତୁର୍ଥସ୍ତମ୍ଭଙ୍କୁ ସରକାରୀ ଦପ୍ତରକୁ ଯିବା ପାଇଁ ବାରଣ କରାଯାଇଛି, ରାଜ୍ୟରେ ସାମ୍ବାଦିକଙ୍କ ପାଇଁ ଅଧିସ୍ୱୀକୃତି କମିଟି ବସୁନାହିଁ 

ବିଜେପି ସରକାର ହେଲେ ପରିବର୍ତ୍ତିତ ଦୃଶ୍ୟପଟ୍ଟରେ ଓଡ଼ିଶାରେ ସବଡିଭିଜନରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ସାମ୍ବାଦିକଙ୍କ ପାଇଁ ନୂଆ ନୂଆ ଅଧିସ୍ୱୀକୃତିର ପୁନଃ ରଚନା କରାଯିବ

ନିର୍ବିବାଦରେ ସରକାରୀ କାମକୁ ସମୀକ୍ଷା କରିବା ପାଇଁ ସୁଯୋଗ ଦିଆଯିବା ସହ ଅନ୍ୟ ରାଜ୍ୟ ଭଳି ପେନସନର ବ୍ୟବସ୍ଥା କରାଯିବ 

ସମ୍ବଲପୁର, ମଇ ୦୭ – ଓଡ଼ିଶାରେ ବିଜେପି ସରକାର ହେଲେ ସମ୍ବଲପୁର ବସ୍ତ୍ରର ଗୁଣବତ୍ତା ବଢାଇବା ପାଇଁ ପଦକ୍ଷେପ ନିଆଯିବା ସହ ବୁଣାକାରଙ୍କୁ ପ୍ରୋତ୍ସାହିତ କରାଯିବ । କୃଷି ପ୍ରାଧାନ୍ୟ ସମ୍ବଲପୁର ସହରରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସହ ଖାଦ୍ୟ ପ୍ରକ୍ରିୟାକରଣର ଏକ ହବ୍ କରାଯିବ ବୋଲି ଆଜି ସେଠାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଓଡ଼ିଶା ପାଇଁ ମୋଦୀଙ୍କ ଗ୍ୟାରେଣ୍ଟି -୨୦୨୪  ଏବଂ ଓଡ଼ିଆଙ୍କ ପାଇଁ ଦଳ ପକ୍ଷରୁ ଉନ୍ମୋଚିତ ହୋଇଥିବା ଓଡ଼ିଶା ସଂକଳ୍ପ ପତ୍ର ଉପରେ ସାମ୍ବାଦିକ ଗଣମାଧ୍ୟମ ପ୍ରତିନିଧିଙ୍କ ଆଲୋଚନା କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେପିର ସଂକଳ୍ପ ପତ୍ରରେ ସବୁ ବର୍ଗ ବିଶେଷତଃ ଗରିବ, କୃଷକ, ମହିଳା, ଯୁବବର୍ଗଙ୍କ କଲ୍ୟାଣ ସହ ସମ୍ବଲପୁରର ବୁଣାକାର ମାନଙ୍କ ବ୍ୟବସାୟକୁ ପ୍ରୋତ୍ସାହନ ଦେବା ଭଳି ଅନେକ ସଂକଳ୍ପ କରାଯାଇଛି । ଓଡ଼ିଶାରେ ବିଜେପି ସରକାର ହେଲେ ସବୁ ଘୋଷଣାକୁ ପାଳନ କରାଯିବା ସହ ଦୁର୍ନୀତିକୁ ରୋକିବା ପାଇଁ ଜିରୋ ଟେଲେରାନ୍ସ ନୀତି ଅବଲମ୍ବନ କରାଯିବ । ସମ୍ବଲପୁରକୁ ଭାରତର ପ୍ରମୁଖ ସହର ଭାବେ ତିଆରି କରାଯିବ । ସମ୍ବଲପୁରୀ ଟେକ୍ସଟାଇଲକୁ ବିଶ୍ୱରେ ପହଞ୍ଚାଇବାର କାମ ଆରମ୍ଭ ହୋଇଥିବା ବେଳେ ଏହାକୁ ପ୍ରାଥମିକତା ଦିଆଯିବ। ଲୋକଙ୍କୁ ସବୁ ସୁବିଧା ସହ ଶିକ୍ଷା ଆଧାରିତ ଅର୍ଥନୀତିର ପେଣ୍ଠସ୍ଥଳୀ ସହ ସବୁ ପ୍ରକାର ଯୁବ ପ୍ରତିଭାକୁ ପ୍ରାଥମିକତା ଦେଇ ସେମାନଙ୍କୁ ଆଗକୁ ବଢିବା ପାଇଁ ଦକ୍ଷ କରାଯିବ । ସମ୍ବଲପୁର ସମେତ ରାଜ୍ୟରେ ଉଚ୍ଚମାନର ଶିକ୍ଷା ପାଇଁ ସହରାଞ୍ଚଳ ସହ ପ୍ରତି ବ୍ଲକରେ ୨ଟି ଭାବରେ ୮୦୦ ପିଏମଶ୍ରୀ ସ୍କୁଲ ପ୍ରତିଷ୍ଠା ହେବ । କେନ୍ଦୁପତ୍ର ତୋଳାଳି ମାନଙ୍କୁ ୩୫ ପ୍ରତିଶତ, କେନ୍ଦୁପତ୍ର ବାନ୍ଧୁଥିବା ଲୋକଙ୍କୁ ୧୦ ପ୍ରତିଶତ ବୋନସ ଦିଆଯିବ । ସମ୍ବଲପୁର ପାଇଁ ଖୁବ୍ ଶୀଘ୍ର ବିଜେପି ଏକ ସଂକଳ୍ପ ପତ୍ର ଉନ୍ମୋଚନ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।  

ବିଜେପିର ସଂକଳ୍ପ ପତ୍ରରେ କୃଷକ କଲ୍ୟାଣକୁ ଯୋର ଦିଆଯାଇଛି । ଧାନ କିଣା ଓଡ଼ିଶା କୃଷି ଅର୍ଥନୀତିର ମେରୁଦଣ୍ଡ । ବର୍ତ୍ତମାନ ଧାନ କ୍ୱିଣ୍ଟାଲ ପିଛା ୨୧୮୩ ଟଙ୍କା ଥିବା ବେଳେ ଓଡ଼ିଶାରେ ମୋଦୀଙ୍କ ସରକାର ହେଲେ ଛତିଶଗଡ ଭଳି ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ । ଧାନ କିଣିବାର ୪୮ ଘଣ୍ଟା ମଧ୍ୟରେ  ବ୍ୟାଙ୍କ ଖାତାରେ ଏହି ଅର୍ଥ ଦିଆଯିବ । କଟନୀଛଟନୀ ନାଁରେ ଚାଷୀଙ୍କୁ ଯେଉଁ ଶୋଷଣ ହେଉଛି, ତାହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ । ଧାନରେ ପ୍ରଥମ ଥର ପାଇଁ ରାଜ୍ୟ ତରଫରୁ ବୋନସ ଦିଆଯିବ । ସବୁ ଚାଷ ଜମି ଜଳସେଚନ ହେବ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ । ଦୁଇ ବର୍ଷ ମଧ୍ୟରେ ଏହି ଟଙ୍କାକୁ ମହିଳାମାନେ ଏକକାଳୀନ କିମ୍ବା ଭିନ୍ନ ଭିନ୍ନ ସମୟରେ ଟଙ୍କା ଖର୍ଚ୍ଚ କରିପାରିବେ । ସବୁ ଗରିବଙ୍କୁ ପଟ୍ଟା ସହ ପକ୍କା ଘର ଦିଆଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ ୧୫ ଲକ୍ଷ ଘର ଦିଆଯିବ । ରାଜ୍ୟର ଘରେ ଘରେ ନଳ ଯୋଗେ ପାନୀୟ ଜଳ ପହଞ୍ଚାଯିବ । ଶୌଚାଳୟ ଓ ଉଜ୍ଜ୍ୱଳା ଗ୍ୟାସ ସହ ସବୁ ପ୍ରକାର ସୁବିଧା ଦିଆଯିବ ।  ଓଡ଼ିଶାରେ ବକେୟା ଥିବା ୧.୫ ଲକ୍ଷ ସରକାରୀ ନିଯୁକ୍ତି ପୂରଣ ସହିତ ୩.୫ ଲକ୍ଷ ନୂଆ ନିଯୁକ୍ତି ଦିଆଯିବ । ଦାଦନ ଯନ୍ତ୍ରଣାରୁ  ମୁକ୍ତି ଦିଆଯିବ । ପିଏମ ସୂର୍ଯ୍ୟଘର ଯୋଜନାରେ ସୌର ବିଦ୍ୟୁତ ସୁବିଧା ପ୍ରଦାନ କରାଯିବ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ ।  ୭୫ ହଜାର କିମି ନୂଆ ସଡକପଥ ନିର୍ମାଣ ହେବ । ଅସାଂଗଠନିକ କ୍ଷେତ୍ରରେ ଶ୍ରମିକ ମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସହ ଇ-ଶ୍ରମ ପୋର୍ଟାଲରେ ଯୋଡାଯିବ। ଦିବ୍ୟାଙ୍ଗ, ନିରାଶ୍ରୟ ଓ ବାର୍ଦ୍ଧକ୍ୟ ଭତ୍ତାକୁ ତିନି ହଜାର ଟଙ୍କା କରାଯିବ । ଶତକଡା ୮୦ ଭାଗ ଥିବା ଦିବ୍ୟାଙ୍ଗଙ୍କୁ ୩୫୦୦ ଟଙ୍କା ଭତ୍ତା ଦିଆଯିବ । ବିଜେପି ସରକାର ହେବାର ପ୍ରଥମ ମାସରେ ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ ହେବ । ଏହା ବିଜେପିର କେବଳ ଦସ୍ତାବିଜ ନୁହେଁ,  ମୋଦୀଙ୍କ ଗ୍ୟାରେଣ୍ଟି ଓ ଆଶ୍ୱାସନାର ପତ୍ର ଅଟେ ।  

ଶାସକ ଦଳର ଲୋକମାନେ ତାଙ୍କର ସମର୍ଥକ ମାନଙ୍କୁ ସରକାରୀ ପଇସାରେ ବିଦେଶ ବୁଲାଇବାର ଯୋଜନା କଲେ । କିନ୍ତୁ ଏହା ଉପରେ ବିଜେପି ଅଭିଯୋଗ କରିବା ପରେ ଭାରତୀୟ ନିର୍ବାଚନ ଆୟୋଗ ବନ୍ଦ କଲେ । କିନ୍ତୁ ବିଜେପି କ୍ଷମତାକୁ ଆସିଲେ ଏସଚଜି ବନ୍ଦ କରିଦେବେ ବୋଲି ବିଜେଡି ଅପପ୍ରଚାର କଲା । ଏସଏଚଜି ହେଉଛି ମୋଦୀ ସରକାରଙ୍କ ସଫଳ କାର୍ଯ୍ୟକ୍ରମ । ସେମାନଙ୍କୁ ସଶକ୍ତ କରିବା ପାଇଁ ମୋଦୀ ସରକାର ପଇସା ଦେଉଥିବା ବେଳେ ଓଡ଼ିଶାର ୨୫ ଲକ୍ଷ ଭଉଣୀଙ୍କୁ ଲକ୍ଷପତି ଦିଦି ବନାଯିବାର ନିଷ୍ପତି ନେଇଛନ୍ତି ।  

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜି ଓଡ଼ିଶାରେ ଗଣତନ୍ତ୍ର ନାହିଁ । ସ୍ୱେଚ୍ଛାଚାରିତା ଚାଲିଛି । ଚତୁର୍ଥସ୍ତମ୍ଭଙ୍କୁ ସରକାରୀ ଦପ୍ତରକୁ ଯିବା ପାଇଁ ବାରଣ କରାଯାଇଛି । ରାଜ୍ୟରେ ସାମ୍ବାଦିକଙ୍କ ପାଇଁ ଅଧିସ୍ୱୀକୃତି କମିଟି ବସୁନାହିଁ । ବିଜେପି ସରକାର ହେଲେ ପରିବର୍ତ୍ତିତ ଦୃଶ୍ୟପଟ୍ଟରେ ଓଡ଼ିଶାରେ ସବଡିଭିଜନରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ସାମ୍ବାଦିକଙ୍କ ପାଇଁ ନୂଆ ନୂଆ ଅଧିସ୍ୱୀକୃତିର ପୁନଃ ରଚନା କରାଯିବ । ନିର୍ବିବାଦରେ ସରକାରୀ କାମକୁ ସମୀକ୍ଷା କରିବା ପାଇଁ ସୁଯୋଗ ଦିଆଯିବା ସହ ଅନ୍ୟ ରାଜ୍ୟ ଭଳି ପେନସନର ବ୍ୟବସ୍ଥା କରାଯିବ ।  

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଗତକାଲି ମୁଖ୍ୟମନ୍ତ୍ରୀ ପ୍ଲେନ ଭିତରେ ରହି ବିଜେପି ସରକାର ଦିବାସ୍ୱପ୍ନ ଦେଖୁଥିବା କହ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ଜନସଭାରେ ଏହା ଉତ୍ତର ଦେଇଥିଲେ ଭଲ ହୋଇଥାନ୍ତା ମାତ୍ର ପ୍ଲେନ ଭିତରୁ ଦିବାସ୍ୱପ୍ନ କହିବା ଠିକ କି ? ସେ ଯେଉଁ ହିସାବ ମାଗୁଛନ୍ତି, ମାଆ ସମଲେଇଙ୍କ ଭୂମିକୁ ଖୋଲା ବିତର୍କ କରିବାକୁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି । ବିଗତ ୨୪ ବର୍ଷ ଶାସନରେ ପର୍ଯ୍ୟାପ୍ତ ଧନରାଶି ମୋଦୀ ସରକାର ଦେବା ପରେ ମଧ୍ୟ ମହାନଦୀ ନିକଟବର୍ତ୍ତୀ ଜିଲ୍ଲା ଗୁଡିକରେ ପାନୀୟ ଜଳର ସୁବିଧା ନାହିଁ କାହିଁକି ? ସ୍କୁଲରେ ଶିକ୍ଷକ ନଥିବା ବେଳେ ପିଲାମାନେ କାହିଁକି ଅଧାରୁ ପାଠ ଛାଡୁଛନ୍ତି  ? ପ୍ରାଥମିକ ଚିକିତ୍ସା ପାଇଁ ଗ୍ରାମରେ ସ୍ୱାସ୍ଥ୍ୟସେବା ବିପର୍ୟ୍ୟ ସ୍ତ ହୋଇଛି ନା ନାହିଁ ?  ଲୋକମାନେ ଭିଟାମାଟି ଛାଡି ବାହାରକୁ କାମ କରିବାକୁ ଯାଉଛନ୍ତି ନା ନାହିଁ ? ରାଜ୍ୟ ସରକାର ସମ୍ବଲପୁରକୁ ମହାନଗର ନିଗମ କଲେ । ଏହା ସତ୍ତ୍ୱେ ୧୦ ବର୍ଷ ହେବ ସ୍ଥାନୀୟ ଲୋକମାନଙ୍କୁ ମହାନଗର ନିଗମ ନିର୍ବାଚନ ପାଇଁ ସୁଯୋଗ ଦିଆଯାଇନାହିଁ ବୋଲି ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ଏପରି କରି ସରକାର ବ୍ୟାପକ ଭ୍ରଷ୍ଟାଚାର ଓ ଦୁର୍ନୀତିକୁ ପ୍ରଶୟ ଦେଉଛନ୍ତି । ବିଜେପି ସରକାର ହେବା ପରେ ଏହି ବେପାରକୁ ବନ୍ଦ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

Author Image

RELATED NEWS

Recent Posts

The Independence:ପାଣ୍ଡିଆନଙ୍କ-ରାଜନୈତିକ-ଅଭିଳାଷକୁ-ଚରିତାର୍ଥ-କରିବା-ପାଇଁ-ବିଜେଡିର-ମ୍ୟାନିଫେଷ୍ଟୋ-ଆସିଛି-ଅନିଲ-ବିଶ୍ୱାଳ

ପାଣ୍ଡିଆନଙ୍କ-ରାଜନୈତିକ-ଅଭିଳାଷକୁ-ଚରିତାର୍ଥ-କରିବା-ପାଇଁ-ବିଜେଡିର-ମ୍ୟାନିଫେଷ୍ଟୋ-ଆସିଛି-ଅନିଲ-ବିଶ୍ୱାଳ

The Independence:Prime-Minister-Modi-will-come-to-Odisha-tomorrow

କାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

The Independence:Naveen-Bishnudev-Sai-has-not-done-anything-new-for-the-development-of-Odisha

ଓଡ଼ିଶାର ବିକାଶ ପାଇଁ ନୂଆ କିଛି କରିନାହାନ୍ତି ନବୀନ –ବିଷ୍ଣୁଦେବ ସାଏ

The Independence:Union-Ministers-response-to-allegations-of-BJP-breaking-BJD

ବିଜେଡିକୁ ବିଜେପି ଭାଙ୍ଗି ଦେବା ଅଭିଯୋଗ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା

The Independence:BJP-delegation-met-the-Chief-Electoral-Officer-of-the-state

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:The-Union-Minister-went-door-to-door-in-Sambalpur

ସମ୍ବଲପୁରରେ ଘର ଘର ବୁଲି ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ

The Independence:Hundreds-of-BJJ-leaders-and-workers-from-Bari-constituency-joined-the-BJP

ବରୀ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀ ବିଜେପିରେ ଯୋଗ ଦେଲେ

The Independence:BJP-delegation-met-the-Chief-Electoral-Officer-of-the-state

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:PMs-press-conference-in-Sambalpur-with-Modi-guarantee-and-Odisha-resolution-letter

ମୋଦୀ ଗ୍ୟାରେଣ୍ଟି ଏବଂ ଓଡ଼ିଶା ସଂକଳ୍ପ ପତ୍ର ନେଇ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରେସମିଟ୍

The Independence:BJG-government-will-end-Baijayant-Panda

ବିଜେଡି ସରକାରର ଅନ୍ତ ହେବ: ବୈଜୟନ୍ତ ପଣ୍ଡା

The Independence:BJC-candidate-Pranab-Das-showed-2-in-Arts-in-2009-while-science-student-showed-2-in-2024-is-ridiculous-Thachanambar-Acharya

ବିଜେଡି ପ୍ରାର୍ଥୀ ପ୍ରଣବ ଦାସ ସତ୍ୟପାଠରେ ୨୦୦୯ରେ +୨ କଳା ଦେଖାଇଥିବା ବେଳେ ୨୦୨୪ରେ +୨ ବିଜ୍ଞାନ ଛାତ୍ର ଦେଖାଇବା ହାସ୍ୟାସ୍ପଦ: ପିତାମ୍ବର ଆଚାର୍ଯ୍ୟ

The Independence:Union-Minister-in-Sambalpur-at-the-merger-festival

ସମ୍ବଲପୁରରେ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ

The Independence:ରାଜ୍ୟ-ମୁଖ୍ୟ-ନିର୍ବାଚନ-ଅଧିକାରୀଙ୍କୁ-ଭେଟିଲା-ବିଜେପି-ପ୍ରତିନିଧିମଣ୍ଡଳୀ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:June-4-Expiry-date-of-BJG-Govt---Prime-Minister

ଜୁନ୍ ୪ ବିଜେଡି ସରକାରର ଏକ୍ସପାୟରୀ ଡେଟ୍ – ପ୍ରଧାନମନ୍ତ୍ରୀ

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Cow-Slaughtering-Beef-Smuggling-in-Odisha-High

Odisha : ବୃଦ୍ଧି ପାଇବାରେ ଲାଗିଛି ଗୋମାଂସ ଚୋରାଚାଲାଣ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା