The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

 ଭୁବନେଶ୍ୱର,ତା.୧୦/୦୪: ବୈଶାଖ ମାସ ଆରମ୍ଭ ହୋଇନାହିଁ । ଓଡ଼ିଶାରେ ଜଳ କଷ୍ଟ କେତେ ଉତ୍କଟ ହୋଇଛି ତାହା ପ୍ରତ୍ୟେକ ଦିନ ଗଣମାଧ୍ୟମରେ ଅବଗତ ହେଉଛନ୍ତି ଓଡ଼ିଶାବାସୀ । ରାଜନୈତିକ ପ୍ରକ୍ରିୟା ଭିତରେ କେନ୍ଦ୍ରୀୟ ଜଳ ଆୟୋଗ ଗତ ଦୁଇଦିନ ତଳେ ଗୋଟିଏ ଖବର ପ୍ରସାରଣ କରିଥିଲେ- ଦକ୍ଷିଣ ଓଡିଶାରେ ୪ଟି ନଦୀ ସମ୍ପୂର୍ଣ୍ଣ ଶୁଖିଯାଇଛି । ମହାନଦୀର ଜଳ ପିଇବା ଯୋଗ୍ୟ ନୁହେଁ । ହୀରାକୁଦରେ ଜଳସ୍ତର କମିବା ସହ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର ନଦୀ, ନାଳ, କେନାଲରେ ଜଳସ୍ତର କମିବାରେ ଲାଗିଛି । ଚାଷ, ପିଇବା ପାଣି, ଜୀବଜନ୍ତୁ ଏବେ ପାଣି ପାଇଁ ହାହାକାର ଦେଖାଦେଉଛି । ହିରାକୁଦକୁ ଛାଡି ମହାନଦୀ ଶଯ୍ୟାରେ ଦୁଇଟି ଜଳଭଣ୍ଡାର କରାଯାଇଛି ସେଠି ମଧ୍ୟ ଜଳସ୍ତର ବହୁ ମାତ୍ରାରେ କମିଯାଇଛି । ମଣିଷର ପ୍ରଥମ ପ୍ରାଥମିକତା ହେଉଛି ପାନୀୟଜଳ, ଦ୍ୱିତୀୟ ପ୍ରାଥମିକତା ହେଉଛି ଜମିକୁ ଜଳ, ତୃତୀୟରେ ଶିଳ୍ପକୁ ଜଳ । କିନ୍ତୁ ରାଜ୍ୟ ସରକାର ଶିଳ୍ପକୁ ପାଣି ଯୋଗାଇବାରେ ପ୍ରାଥମିକତା ଦେଉଛନ୍ତି । ୨୪ବର୍ଷ ଶାସନ କ୍ଷମତାରେ ରହି ମଧ୍ୟ ଜଳ ସଂରକ୍ଷଣ ବ୍ୟବସ୍ଥାରେ ଫେଲ ହୋଇଥିବା ନବୀନ ସରକାର ରାଜ୍ୟରେ ସାମାନ୍ୟ ଜଳଭଣ୍ଡାର କରିବାରେ ବିଫଳ ହୋଇଛନ୍ତି ବୋଲି ସାଂସଦ ଶ୍ରୀ ଭତୃହରି ମହତାବ କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହତାବ କହିଛନ୍ତି ଯେ, ଯଶ୍ୱସୀ ମୋଦୀ ସରକାର ଓଡ଼ିଶାବାସୀଙ୍କୁ ସ୍ୱଚ୍ଛ, ନିର୍ମଳ ପାନୀୟ ଜଳ ପାଇଁ “ହର ଘର ନଲ ପେ ଜଳ” ଯୋଜନା ଜରିଆରେ ପ୍ରଚୁର ମାତ୍ରାରେ ଆର୍ଥିକ ଅନୁଦାନ ପ୍ରଦାନ କରୁଥିବାବେଳେ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ତାହା କାର୍ଯ୍ୟକାରୀ ହୋଇନପାରି ଫେରିଯାଉଛି । ଓଡ଼ିଶାର ପ୍ରତ୍ୟେକ ଘରେ ଶୁଦ୍ଧ ପିଇବା ପାଣି ଯୋଗାଇ ଦେବାକୁ ମୋଦିଜୀ ୫ବର୍ଷରେ ୧୦ହଜାରରୁ ଊର୍ଦ୍ଧ୍ୱ କୋଟି ଟଙ୍କା ପ୍ରଦାନ କରିଛନ୍ତି । କିନ୍ତୁ ସିଏଜି ରିପୋର୍ଟ କହୁଛି ଯେ, ମାତ୍ର ୮ଶହ ୨୪କୋଟି ଟଙ୍କା ରାଜ୍ୟ ରକାର ଖର୍ଚ୍ଚ କରିପାରିଛନ୍ତି । ଓଡ଼ିଶାର ବଜେଟ୍ ଅଢ଼େଇ ଲକ୍ଷ କୋଟି ଟଙ୍କାରେ ପହଂଚିଲାଣି । ଓଡ଼ିଶା ରାଜ୍ୟର ରାଜସ୍ୱ ୧ଲକ୍ଷ କୋଟି ଟଙ୍କାରେ ପହଂଚିଲାଣି । ୫୦ ରୁ ୫୩ହଜାର କୋଟି ଟଙ୍କା ମାଇନିଙ୍ଗ ସେକ୍ଟରରୁ ଓଡ଼ିଶାକୁ ମିଳୁଛି । ଓଡ଼ିଶାରେ ଅର୍ଥର ଠିକ୍ ବିନିଯୋଗ ହୋଇପାରୁନାହିଁ । ଫଳରେ ଓଡ଼ିଶାର ଗ୍ରାମାଚଂଳର ୨୪ଲକ୍ଷ ପରିବାର ଓ ସହରାଚଂଳରେ  ୩୧ପ୍ରତିଶତ ଶୁଦ୍ଧ ପାନୀୟଜଳ ପାଇବାରୁ ବଂଚିତ ହେଉଛନ୍ତି ।

ମହାନଦୀ କୁଳରେ ବସବାସ କରୁଥିବା କଟକ ଜିଲ୍ଲାବାସୀ ପାନୀୟ ଜଳରୁ ବଂଚିତ ହେଉଛନ୍ତି । ଦିନେ ମୁଖ୍ୟମନ୍ତ୍ରୀ ମହାଶୟ ମହାନଦୀ ମା ବୋଲି ସମ୍ବୋଧନ କରିବା ସହ ମହାନଦୀର ସୁରକ୍ଷା ଆମର ସଂକଳ୍ପ ବୋଲି ଘୋଷଣା କରିଥିଲେ । ମହାନଦୀର ଜଳକୁ ଏପର୍ଯ୍ୟନ୍ତ ସଠିକଭାବରେ ଲୋକଙ୍କ ପାଇଁ ବ୍ୟବହାର ଉପଯୋଗୀ କରିପାରିଲେ ନାହିଁ । ଫଳରେ ସମ୍ବଲପୁରେ ହଇଜା ଓ କଟକରେ ଦଣ୍ଡିସ ବ୍ୟାପୁଛି ବୋଲି ଶ୍ରୀ ମହତାବ କହିଛନ୍ତି ।

ରାଜଧାନୀ ଭୁବନେଶ୍ୱର ଓ ୧୦୦ବର୍ଷର ସହର କଟକର ଜୀବନରେଖା କୁହାଯାଉଥିବା କୁଆଖାଇ, ଦୟାନଦୀ, କାଠଯୋଡି ଓ ମହାନଦୀରେ ବର୍ଜ୍ୟବସ୍ତୁ ଓ ଶବ  ନିକ୍ଷେପ କରାଯାଉଛି । ବ୍ରାହ୍ମଣୀ ନଦୀଜଳକୁ କଟକ, ଯାଜପୁର, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଆଦି ଜିଲ୍ଲାମାନଙ୍କ କଥା ନକହିବା ଭଲ । କିନ୍ତୁ ଦୁର୍ନୀତିଖୋର ରାଜ୍ୟ ସରକାର ନଦୀ ସୁରକ୍ଷାରେ ସମ୍ପୂର୍ଣ୍ଣ ଅପାରଗ ସାବ୍ୟସ୍ତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ଓଡ଼ିଶାବାସୀ ଶୁଦ୍ଧ ପାନୀୟ ଜଳ ପାଇବାରୁ ବଂଚିତ ହେଉଛନ୍ତି । ତୁରନ୍ତ ଏହି ସମସ୍ୟାକୁ ସରକାର ଗୁରୁତର ସହ ବିଚାରକରନ୍ତୁ ବୋଲି ଶ୍ରୀ ମହତାବ କହିଛନ୍ତି ।

ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ରାଜ୍ୟରେ ଜଳ ସମସ୍ୟା କାୟା ବିସ୍ତାର କରୁଛି । ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ ବୋଲି ଶ୍ରୀ ମହତାବ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ବରିଷ୍ଠ ନେତା ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଉପସ୍ଥିତ ଥିଲେ ।  

 

Author Image

Independence News

RELATED NEWS

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ