The Independence:Debacle-in-American-Banking-System

 ବିଶ୍ୱର ଆର୍ôଥକ ଦେଣନେଣକୁ ନିୟନ୍ତ୍ରଣ କରୁଥିବା ଆମେରିକାର ଆର୍ôଥକ ବଜାରରେ ଏବେ ଅନିଶ୍ଚିତତା ଜାରି ରହିଛି । ନିକଟରେ ସିଲିକନ ଭାଲି ବ୍ୟାଙ୍କ, ସିଗନେଚର ବ୍ୟାଙ୍କ, ସିଲଭର ଗେଟ ବ୍ୟାଙ୍କରେ ବିପର୍ଯ୍ୟୟ ଘଟିଛି । ଅନ୍ୟକୁ ମାର୍ଗଦର୍ଶନ ଦେଉଥିବା, ଅନ୍ୟଦେଶର ବ୍ୟାଙ୍କିଂ ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଉଠାଇଥିବା ଜର୍ଜ ସୋରୋସ , ହଡସନ୍ସ, ହିଣ୍ଡେନବର୍ଗ, ଏନ୍‌ଡବ୍ଲୁଟି ଆଦି ଏବେ  ପ୍ରାୟ ଚୁପ୍ । କାଲିଫର୍ଣ୍ଣିଆ ରାଜ୍ୟର ଏବଂ ଆମେରିକାର ଏହି ୧୬ଶତମ ବଡ ବ୍ୟାଙ୍କ ୨୦୦୮ ପରେ ସବୁଠୁ ବଡ ବ୍ୟାଙ୍କ ଭାବେ ଦେବାଳିଆ ହେବା ସ୍ତରକୁ ଚାଲିଯାଇଛି । ସେଠାରେ ଅଧ୍ୟାପନା କରୁଥିବା ରଘୁରାମ ରାଜନ, ମୁକ୍ତ ଗଣମାଧ୍ୟମ, ନୋବେଲ ବିଜୟୀ ଅମ ର୍୍ୟ ସେନଙ୍କ ପରି ଲୋକମାନେ ଥିଲାବେଳେ ଏମିତି କାହିଁକି ହେଲା, ସେତେବେଳେ ସେମାନେ କଣ କରୁଥିଲେ ତାହାହିଁ ସବୁଠୁ ବଡ ପ୍ରଶ୍ନ ହୋଇଛି । ୧୦ ମାର୍ଚ୍ଚ  ୨୦୨୩ରେ ସିଲିକନ ଭାଲୀ ବ୍ୟାଙ୍କ ଡୁବିଯିବାର ୨ଦିନ ପରେ ୧୨ ମାର୍ଚ୍ଚରେ ସିଗନେଚର ବ୍ୟାଙ୍କ ଡୁବିବାର ଖବର ଆସିଲା । ଏହାପରେ ଆମେରିକାର ରେଗୁଲେଟର ଏହି ଦୁଇ ବ୍ୟାଙ୍କକୁ ନିଜ ନିୟନ୍ତ୍ରଣକୁ ନେଲେ ।  ତେବେ  ସିଲିକନ ଭାଲୀ ବ୍ୟାଙ୍କର ଖରାପ ଅବସ୍ଥା ଯୋଗୁ ପୃଥିବୀରେ ନିବେଶକମାନଙ୍କର ୩୮ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ତନ୍ମଧ୍ୟରେ ପ୍ରାୟ ୨୧ଟି ଭାରତୀୟ ଷ୍ଟାର୍ଟଅପ  କମ୍ପାନୀ ରହିଥିବା କଥା କୁହାଯାଉଛି । ଆଶ୍ଚର୍ଯ୍ୟର ବିଷୟ ହେଲା ଯେ  ଫୋର୍ବେସର ୨୦୨୩ ରିପୋର୍ଟରେ ଆମେରିକାର ଭଲ ବ୍ୟାଙ୍କର ତାଲିକାରେ ସିଲିକନ ଭାଲୀ ୨୦ଶତମ ସ୍ଥାନରେ ରହିଥିଲା । ବ୍ୟାଙ୍କ ଡୁବିବାର ୪ଦିନ ପୂର୍ବ ଯାଏଁ ବ୍ୟାଙ୍କକୁ ଷ୍ଟାରରେଟିଂ ଦିଆଯାଉଥିଲା ।  ବ୍ୟାଙ୍କର ସେୟାର ୭୦୦ରୁ ୪୦ ଡଲାରକୁ ଖସିଯିବା ଯୋଗୁଁ ଏମିତି ଅବସ୍ଥା ହେବା କଥା କୁହାଯାଉଛି । ୨୦୦୮ରେ ୱାସିଂଟନ ମ୍ୟୁଚୁଆଲ  ଏମିତି ଦେବାଳିଆ ହୋଇ ୩୦୮ ବିଲିଅନ ଡଲାର ହରାଇଥିଲା ।

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ଏଭଳି ବିପର୍ଯ୍ୟୟ କିଛି ନୂଆକଥା ନୁହେଁ । ସେଠାରେ ଗୋଟିଏ ବ୍ୟାଙ୍କର ପତନକୁ ସାଧାରଣ ବୋଲି ଧରାଯାଏ । ୧୯୮୭ରେ ଆମେରିକାରେ ଲେହମାନ ବ୍ରଦର୍ସ ଯୋଗୁ ଏବଂ ୧୭ମାର୍ଚ୍ଚ ୨୦୦୮ରେ ପୁନର୍ବାର ଏହି ସଂସ୍ଥା ପାଇଁ ବ୍ୟାଙ୍କିଂ ବ୍ୟବସ୍ଥାରେ ଭୂକମ୍ପ ଆସିଥିଲା । ସେତେବେଳେ ସଂସ୍ଥାର ସେୟାର ୩୮ ପ୍ରତିଶତ ହ୍ରାସ ପାଇଥିଲା ।  ୧୫ ସେପ୍ଟେମ୍ବର ୨୦୦୮ ବେଳକୁ ଲେହମାନ ବ୍ରଦର୍ସ ଦେବାଳିଆ ହୋଇଯାଇଥିଲା । ଏହାର ପ୍ରଭାବରେ ଆମେରିକାରେ ହାହାକାର ଆସିଥିଲା । ପୃଥିବୀରେ ଏହାର ପ୍ରଭାବରେ ପ୍ରାୟ ୨୧କୋଟି ଲୋକଙ୍କ ରୋଜଗାର ଚାଲିଯାଇଥିଲା । ଏବେ ସ୍ୱିଜରଲ୍ୟାଣ୍ଡ୍‌ର କ୍ରେଡିଟ ସୁସୀ ସଂସ୍ଥା ଡୁବିବା ଅବସ୍ଥାକୁ ଆସିଛି । ଆଦାନୀଙ୍କ ବିରୋଧରେ ହିଣ୍ଡେନବର୍ଗ ସଂସ୍ଥାର ନକାରାତ୍ମକ ରିପୋର୍ଟ ପ୍ରକାଶ ପାଇଲା ପରେ ଆଦାନୀଙ୍କ କୌଣସି ସେୟାରକୁ ସୁସୀ ଗ୍ରହଣ କରିବ ନାହିଁ ବୋଲି ଆଗୁଆ ଘୋଷଣା କରିଦେଲା । ହେଲେ ମାତ୍ର ୨୦ଦିନ ମଧ୍ୟରେ ସୁସୀ ବଜାରରେ ମାଙ୍କଡଚିତ୍ ମାରିଲା । ନିଜକୁ ମଧ୍ୟ ସୁସୀ ରକ୍ଷା କରିପାରିଲା ନାହିଁ । ତେଣୁ ଦ୍ୱିତୀୟ ବଡ ସ୍ୱିସ ବ୍ୟାଙ୍କ ସୁସୀ ଡୁବିବା ଯୋଗୁ ପୃଥିବୀର କଳାଟଙ୍କାର ଗନ୍ତାଘର ଭାବେ ପରିଚିତ ୟୁବିଏମ୍ ୩.୩ ବିଲିଅନ ଡଲାର ମୂଲ୍ୟରେ ଏହି ବ୍ୟାଙ୍କକୁ ଏବେ କିଣିନେଇଛି । ବିଗତ ଦିନରେ ସୁସୀ ବିରୋଧରେ ଅନେକ ଦୁର୍ନୀତି ଅଭିଯୋଗ ଆସିଥିଲା । ପୃଥିବୀର ୫୦ ଦେଶରେ ଏହାର ୧୫୦ ଶାଖାରେ ୫୦୦୦୦କର୍ମଚାରୀ କାର୍ଯ୍ୟରତ ଅଛନ୍ତି । ତେଣୁ ବ୍ୟାଙ୍କିଂ ରେଟିଂ ସଂସ୍ଥା ମୁଡିଜ୍ ଏବେ  ଟାର୍ଗେଟରେ ଆମେରିକାର ଅନ୍ୟ ୬ଟି ବ୍ୟାଙ୍କକୁ  ରଖିଛି । ସେଗୁଡିକ ହେଲା (୧) ଫାଷ୍ଟ ରିପବ୍ଲିକ ବ୍ୟାଙ୍କ, (୨) ଜିଓନ୍ସ, (୩) ୱେଷ୍ଟର୍ଣ୍ଡ ଆଲିଆନ୍ସ, (୪) କୋମେରିକା, (୫) ୟୁଏମ୍‌ବି ଫାଇନାନ୍‌ସିଆଲ୍‌, (୬) ଇନଟ୍ରଷ୍ଟ ଫାଇନାନ୍‌ସିଆଲ୍ । ଏହିସବୁ ବ୍ୟାଙ୍କିଂ ସଂସ୍ଥା ଆଗାମୀ ଦିନରେ ମୁଣ୍ଡବ୍ୟଥାର କାରଣ ହେବାର ସମ୍ଭାବନା ରହିଛି । ଏଥିପାଇଁ ଜୋ ବାଇଡେନଙ୍କୁ ବାଧ୍ୟ ହୋଇ ସାଧାରଣରେ ଏ ସଂକ୍ରାନ୍ତରେ ବକ୍ତବ୍ୟ ଦେବାକୁ ପଡିଛି । କାରଣ ଆମେରିକା ଅର୍ଥ ବ୍ୟବସ୍ଥାରେ ୬୨୦ ବିଲିଅନ ଡଲାର ଇତି ମଧ୍ୟରେ କ୍ଷତି ହୋଇସାରିଲାଣି । ୧୯୮୭ ମାନ୍ଦାବସ୍ଥା ବେଳେ ଆମେରିକାରେ ସିଟିଗ୍ରୁପ, ଆପଲ ଏବଂ ଜେପି ମୋର୍ଗାନର ସେୟାର ୧୮ ପ୍ରତିଶତ ହ୍ରାସ ପାଇଲା ପରି ଏବେ ଆମେରିକା  ଆର୍ôଥକ ବଜାରରେ ସେମିତି ଅବସ୍ଥା ଦେଖାଦେଇଛି ।

ସିଲିକନଭାଲୀ ବ୍ୟାଙ୍କ ଆମେରିକାର କାଲିଫର୍ଣ୍ଣିଆରେ ୧୯୮୩ରେ ସଂସ୍ଥାପକ ରୋଜର ବି ସ୍ମିଥଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ମୋଟ ୧୭.୪୮ ଲକ୍ଷ କୋଟି ଟଙ୍କା ଏହାର  ପୁଞ୍ଜି ରହିଥିଲା । ଆମେରିକାର ଆଇଟି କ୍ଷେତ୍ରରେ କାର୍ଯ୍ୟରତ ପ୍ରାୟ ୫୦ ପ୍ରତିଶତ କମ୍ପାନୀ ଏହି ବ୍ୟାଙ୍କ ସହ କାରବାର କରୁଥିଲେ । ଏହି ବ୍ୟାଙ୍କର ଶାଖା ସବୁ ଆମେରିକା ଛଡା କାନାଡା, ଚୀନ, ବ୍ରିଟେନ, ଡେନମାର୍କ, ଜର୍ମାନୀ, ଆୟର୍ଲାଣ୍ଡ, ଇସ୍ରାଏଲ ଏବଂ ସ୍ୱିଡେନରେ ରହିଛି । କୋରୋନା ପରେ ଆଇଟି ସେବାର ବ୍ୟାପକ ବୃଦ୍ଧି ଯୋଗୁ ୨୦୧୯ରେ ଏହି ବ୍ୟାଙ୍କର ସଂପ ି ୫.୮୫ ଲକ୍ଷ କୋଟିରୁ ବଢି ୨୦୨୨ରେ ୧୭.୪୭ ଲକ୍ଷ କୋଟିରେ ପହ ôଯାଇଥିଲା । ସେମିତି ଅନ୍ୟ ଏକ ଦେବାଳିଆ ବ୍ୟାଙ୍କ ସିଗନେଚର ଆମେରିକାର ୨୯ଶ ସ୍ଥାନରେ ଥିବା ବ୍ୟାଙ୍କ । ଏହା ୨୦୦୧ରେ ସଂସ୍ଥାପକ ଜୋସେଫ ଜେ.ଡିପୋଲୋଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ନିଉୟର୍କ ସହରରେ ଏହାର ମୁଖ୍ୟ କାର୍ଯ୍ୟାଳୟ ରହିଛି । ବ୍ୟାଙ୍କର ମୋଟ ପୁଞ୍ଜି ୯.୯୬ଲକ୍ଷ କୋଟି ଟଙ୍କା ରହିଛି । ୨୦୦୧ରେ ଆମେରିକାର ରିପବ୍ଲିକ ନେସନାଲ ବ୍ୟାଙ୍କ ଅଫ୍ ନିଉୟର୍କକୁ ଏଚ୍‌ଏସ୍‌ବିସି କିଣିନେଲା ପରେ ଉକ୍ତ ବ୍ୟାଙ୍କର କିଛି ଅଧିକାରୀ ମିଶି ଏହି ବ୍ୟାଙ୍କକୁ ଆରମ୍ଭ କରିଥିଲେ । ଏହି ବ୍ୟାଙ୍କର କର୍ମଚାରୀମାନେ ପ୍ରଥମେ ଅନେକ ଧନୀ ଆମେରିକୀୟଙ୍କୁ ବ୍ୟାଙ୍କ ସହ ଯୋଡିଥିଲେ । ୨୦୧୦ ପର୍ଯ୍ୟନ୍ତ ଏହାର ଗୋଟିଏ କାର୍ଯ୍ୟାଳୟ ନିଉୟର୍କରେ ଥିଲାବେଳେ ୨୦୨୩ ବେଳକୁ ଏହାର ଶାଖା ୪୦ରେ ପହ ôଯାଇଥିଲା । ୨୦୧୮ରେ ବ୍ୟାଙ୍କ କ୍ରିପ୍‌ଟୋ ମୁଦ୍ରାରେ ବ୍ୟବସାୟ ଆରମ୍ଭ କରିଥିଲା । ୨୦୨୧ପର୍ଯ୍ୟନ୍ତ ବ୍ୟାଙ୍କର ମୋଟ ଜମାର ୧୬ପ୍ରତିଶତ କ୍ରିପ୍‌ଟୋ ମୁଦ୍ରା ରହିଥିଲା, ଯାହା ୨୦୨୩ରେ ବୃଦ୍ଧିପାଇ ୩୦ ପ୍ରତିଶତ ହୋଇଥିଲା ।

ବ୍ୟାଙ୍କଗୁଡିକର ଡୁବିଯିବା ପଛରେ ଖରାପ ଋଣ ବୃଦ୍ଧି ପାଇବା ଏକ ପ୍ରମୁଖ କାରଣ ରହିଆସିଛି । କିନ୍ତୁ ଆମେରିକାର ଡୁବିଥିବା ପ୍ରମୁଖ ଦୁଇଟି ବ୍ୟାଙ୍କ ସିଲିକନଭାଲୀ ଏବଂ ସିଗନେଚର ବ୍ୟାଙ୍କ କ୍ଷେତ୍ରରେ ଯେଉଁ ଦୁଇଟି ପ୍ରମୁଖ କାରଣ ରହିଛି ତାହା ହେଲା ସୁଧହାରଜନିତ ବିପଦ, ଗ୍ରାହକଙ୍କ ଲାଭ ପାଇଁ ବିପଦବରଣ କରିବା (ଲିକ୍ୟୁଡିଟୀ) । ସୁଧହାରଜନିତ ବିପଦ (ଇ ରେଷ୍ଟ ରିସ୍କ) କଥା ବିଚାରିଲେ ଜଣାଯିବ ଯେ କୌଣସି ବ୍ୟାଙ୍କ ଅଳ୍ପ ସମୟ ମଧ୍ୟରେ ବାରମ୍ବାର ସୁଧହାର ବୃଦ୍ଧିକୁ ସମ୍ମୁଖୀନ ହେବା ଏକ ଆହ୍ୱାନର ବିଷୟ । ଏବେ ଆମେରିକା ବଜାରରେ ମୁଦ୍ରାସ୍ପିତି ୪୦ ବର୍ଷରେ ସର୍ବାଧିକ ରହିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକାର ବ୍ୟାଙ୍କ ନିୟନ୍ତ୍ରଣକାରୀ ସଂସ୍ଥା ଫେଡେରାଲ ରିଜର୍ଭ ପକ୍ଷରୁ ମାର୍ଚ୍ଚ ୨୦୨୨ ପରବ ର୍ୀ ମାସଗୁଡିକରେ ଅନେକଥର ସୁଧହାର ବଢାଯାଇଛି, ଯାହା ଏବେ ୪.୫ ପ୍ରତିଶତରେ ପହ ôଛି । ବିଗତ ୧୫ ବର୍ଷ ମଧ୍ୟରେ ଏହିହାର ସର୍ବାଧିକ । ଫେଡେରାଲ ବ୍ୟାଙ୍କର ଆମଦାନୀ ଅଳ୍ପ ସମୟ ମଧ୍ୟରେ ୨ ପ୍ରତିଶତ ବୃଦ୍ଧି ପାଇଲା ।  ଫଳରେ ଆମେରିକାର ବ୍ୟାଙ୍କ ଏବଂ ପୁଞ୍ଜି ନିବେଶକାରୀମାନେ କମ୍ପାନୀର ବଣ୍ଡ୍ ଏବଂ ସରକାରୀ ଟ୍ରେଜେରୀ ବିଲ୍ସରେ ନିବେଶ ନକରି ଫେଡେରାଲ ବ୍ୟାଙ୍କରେ ଜମା କରିବାକୁ ଲାଗିଲେ । ଯେଉଁ କାରଣରୁ ପୁଞ୍ଜି ବଜାରରେ କର୍ପୋରେଟ ବଣ୍ଡ୍‌ସ ଏବଂ ଟ୍ରେଜେରୀ ବିଲ୍‌ସର ମୂଲ୍ୟ ହ୍ରାସ ପାଇଲା । ୱାଲ ଷ୍ଟ୍ରୀଟ ଜର୍ଣ୍ଣାଲ କହିବାନୁସାରେ ୨ ପ୍ରତିଶତ ପୁଞ୍ଜି ଫେଡେରାଲ ବ୍ୟାଙ୍କର ବଢିବା ଯୋଗୁ ବଜାରରେ ବଣ୍ଡ୍‌ର ମୂଲ୍ୟ ୩୨ ପ୍ରତିଶତ ହ୍ରାସ ପାଇଲା ।  ସିଲିକନ ଭାଲୀ ବ୍ୟାଙ୍କର ମୋଟ ପୁଞ୍ଜିର ୫୫ ପ୍ରତିଶତ ହେଉଛି ଆମେରିକା ସରକାରଙ୍କ ବଣ୍ଡ୍‌ସ । ତେଣୁ ବଜାରରେ ବଣ୍ଡସର ମୂଲ୍ୟ ହ୍ରାସ ଯୋଗୁ ବ୍ୟାଙ୍କର ପ୍ରବଳ କ୍ଷତି ହେଲା ।  ତେଣୁ ନଗଦ ଅର୍ଥର ଅଭାବ ଯୋଗୁ ବ୍ୟାଙ୍କ ଅବଧି ପୂରିବା ପୂର୍ବରୁ ଟ୍ରେଜେରୀରୁ ଡଲାର ଉଠାଇବାକୁ ଆରମ୍ଭ କରିଦେଲା । ଫଳରେ ବ୍ୟାଙ୍କ ଦେବାଳିଆ ସ୍ଥିତିକୁ ଚାଲିଗଲା ।

ବ୍ୟାଙ୍କ କ୍ଷତିର ଅନ୍ୟ ଏକ କାରଣ ଗ୍ରାହକଙ୍କୁ ଲୋଭନୀୟ ସୁବିଧା ପ୍ରଦାନ କରି ଆକର୍ଷିତ କରିବା ନୀତିକୁ ଦେଖିଲେ ଜଣାପଡିବ ଯେ ସିଲିକନ ଭାଲୀ କ୍ଷେତ୍ରରେ ଜମା ତୁଳନାରେ ଅଧିକ ଅର୍ଥ ବାହାର କରାଯିବା ଯୋଗୁ ଅଧିକ କ୍ଷତି ହେଲା । ନଗଦ ଅର୍ଥ ନ କମିବାକୁ ବ୍ୟାଙ୍କ କ ର୍ୃପକ୍ଷ ସିକ୍ୟୁରିଟୀ ପୋର୍ଟଫୋଲିଓରୁ ୨୧ ମିଲିଅନ ଡଲାର ବିକ୍ରି ପାଇଁ ନିଷ୍ପ ି ଗ୍ରହଣ କଲେ । ଫଳରେ ଆଶାଠାରୁ କମ୍ ମୂଲ୍ୟରେ ପୋର୍ଟଫୋଲିଓ ବିକ୍ରି କରାଯିବା ଯୋଗୁ ବ୍ୟାଙ୍କର ୧.୮ ମିଲିଅନ ଡଲାରର କ୍ଷତି ହେଲା । ମାର୍ଚ୍ଚ ୨୦୨୩ରେ ବ୍ୟାଙ୍କ ଦେବାଳିଆ ସ୍ଥିତିକୁ ଯିବାର ଆଶଙ୍କାକୁ ଜାଣିପାରି ଗ୍ରହକମାନେ ଭୟରେ ସବୁ ଜମାଅର୍ଥ କାଢି ନେବା ଯୋଗୁ ୧୦ମାର୍ଚ୍ଚ ବେଳକୁ ବ୍ୟାଙ୍କିଂ ବ୍ୟବସ୍ଥା ଭାଙ୍ଗିପଡିଲା । କ୍ରିପ୍‌ଟୋ ମୁଦ୍ରାକୁ ନେଇ ପ୍ରସିଦ୍ଧିଲାଭ କରିଥିବା ସିଗନେଚର ବ୍ୟାଙ୍କର ମଧ୍ୟ ସମାନ ଅବସ୍ଥା ହେଲା । ଆମେରିକାର ଫେଡେରାଲ ରିଜର୍ଭର ନିୟମ ଅନୁଯାୟୀ ବ୍ୟାଙ୍କରେ ଜମାଥିବା ୨ କୋଟି ଟଙ୍କା ପର୍ଯ୍ୟନ୍ତ ବୀମା ସୁବିଧା ମିଳିଥାଏ । ତେଣୁ ଯଦି କେହି ଏହି ପରିମାଣର ଅର୍ଥରୁ ଅଧିକ ଜମା ବ୍ୟାଙ୍କରେ ରଖିଥାନ୍ତି ତେବେ ସେ ସୁବିଧା ହରାଇବେ । ଏହି ଦୁଇଟିଯାକ ବ୍ୟାଙ୍କରେ ସଂଖ୍ୟାଧିକ ଗ୍ରାହକ ଏବଂ କମ୍ପାନୀର ଜମା ୨ କୋଟି ଟଙ୍କାରୁ କମ୍ ଥିବା ହେତୁ ସେମାନେ ଜମା ଅର୍ଥ କାଢିନେବା ଯୋଗୁ ବ୍ୟାଙ୍କ ଦେବାଳିଆ ହେଲା । ୧୨ମାର୍ଚ୍ଚ ୨୦୨୩ଦିନ ଆମେରିକାର ବ୍ୟାଙ୍କ ନିୟନ୍ତ୍ରଣକାରୀ ସଂସ୍ଥା କହିଲା ଯେ ସିଲିକନ ଭାଲୀ ବ୍ୟାଙ୍କରେ ଜମାଥିବା ଗ୍ରାହକମାନଙ୍କର ଅର୍ଥ ସୁରକ୍ଷିତ ରହିଛି । ଯେଉଁସବୁ ଷ୍ଟାର୍ଟଅପ୍ କମ୍ପାନୀର ଅର୍ଥ ବ୍ୟାଙ୍କରେ ଜମାଅଛି ସେମାନେ କାରବାର କରିବାରେ କୌଣସି ଅସୁବିଧା ହେବନାହିଁ । ଅଥଚ ଆମେରିକାର ଅର୍ଥ ସଚିବ କହିଲେ ଯେ ୨୦୦୮ରେ ୱାସିଂଟନ ମ୍ୟୁଚୁଆଲ ବ୍ୟାଙ୍କ ଦେବାଳିଆ ହେଲାପରେ ଯେମିତି ନିବେଶକମାନଙ୍କୁ ଅର୍ଥ ଫେରସ୍ତ କରାଯାଇଥିଲା,ସେମିତି ୨୦୨୩ ରେ ହେବନାହିଁ । ଯେଉଁ ଲୋକଙ୍କ ଜମା ରହିଛି ସେମାନଙ୍କର ଆବଶ୍ୟକତାକୁ ବିଚାର କରି ହିଁ ଅର୍ଥ ଫେରସ୍ତ କରାଯାଇପାରେ । ଏଥିରୁ ପୁନର୍ବାର ସନ୍ଦେହ ଓ ପ୍ରଶ୍ନବାଚୀ ଛିଡା ହୋଇଛି ।

ପୃଥିବୀର ଅନେକ ଦେଶର ସରକାରଗୁଡିକ ବଜାରର ମହଙ୍ଗାମାଡକୁ ନିୟନ୍ତ୍ରଣ କରିବାଲାଗି ଏବେ ସୁଧହାରରେ  ବୃଦ୍ଧି କରିବା ପାଇଁ ଲାଗିପଡିଛନ୍ତି , ଯାହା ବ୍ୟାଙ୍କଗୁଡିକ ଲାଗି କ୍ଷତିର କାରଣ ହୋଇଛି । ଖବର ଅନୁଯାୟୀ ୨୦୨୨ ଡିସେମ୍ବର ସୁଦ୍ଧା ଆମେରିକାର ବ୍ୟାଙ୍କଗୁଡିକର ୨୨ଲକ୍ଷ କୋଟି ଟଙ୍କା ଅନାବଶ୍ୟକ କ୍ଷତି ହୋଇସାରିଥିଲା । ସାଧାରଣତଃ ବ୍ୟାଙ୍କ ହାତରେ ୧୩ ପ୍ରତିଶତ ନଗଦ ଅର୍ଥ ରହିବା କଥା । କିନ୍ତୁ ସିଲିକନ ଭାଲୀର ୭ ପ୍ରତିଶତ ଏବଂ ସିଗନେଚର ବ୍ୟାଙ୍କର ମାତ୍ର ୫ ପ୍ରତିଶତ ନଗଦ ଅର୍ଥ ରହିଥିଲା । ସାଧାରଣତଃ ବ୍ୟାଙ୍କଗୁଡିକ ମୋଟ ସଂପ ିର ୨୪ ପ୍ରତିଶତ ସ୍ଥାୟୀ ଆୟ ଏବଂ ବଣ୍ଡସରେ ନିବେଶ କରିଥାନ୍ତି ।  କିନ୍ତୁ ସିଲିକନ ଭାଲୀ ବ୍ୟାଙ୍କ ନିଜ ସଂପ ିର ୫୫ ପ୍ରତିଶତ ଅର୍ଥ ବଣ୍ଡ୍‌ସ ଏବଂ ସିକ୍ୟୁରିଟିଜ୍‌ରେ ନିବେଶ କରିଥିଲା । ଆକସ୍ମିକ ଭୟ ଯୋଗୁ ଲୋକେ ନିଜ ନିଜର ଜମାରାଶି ବ୍ୟାଙ୍କରୁ କାଢିନେବା ଯୋଗୁ ବ୍ୟାଙ୍କ ପାଖରେ ନଗଦ ଜମା କମ୍ ହେଲାବେଳେ ସିକ୍ୟୁରିଟିଜ୍ ପରିମାଣ ବଢିଗଲା । ପୃଥିବୀର ଅନେକ ଦେଶରେ ୮ଲକ୍ଷ କୋଟି ଟଙ୍କାରୁ ଅଧିକ ଜମାର ବୀମା ସୁବିଧା ନଥିବା ହେତୁ ସଙ୍କଟ ଜାରିରହିଛି । ଟ୍ରାକ୍ସନର ସୂଚନା ଅନୁଯାୟୀ ସିିଲିକନ ଭାଲୀ ବ୍ୟାଙ୍କରେ ଭାରତର ୨୫ଟି ଷ୍ଟାର୍ଟଅପ୍ କମ୍ପାନୀର ନିବେଶ ରହିଛି । ତନ୍ମଧ୍ୟରେ ବ୍ଲୁ ଷ୍ଟୋନ, କାର୍ବେଲ,ରିୟଲିଟୀ ରିୱାର୍ଡ, ପେଟିଏମ୍‌, ପେଟିଏମ୍ ମଲ୍‌, ଟ୍ୟୁଟର ଭିଷ୍ଟା, ୱାନ ୯୭ କମ୍ୟୁନିକେସନ୍ସ, ଶାଦି ଡଟକମ୍‌, କାରୱାଲେ,ନାପ୍‌ଟୋଲ ଆଦି ପ୍ରମୁଖ । ମିଲିଅନ ଡଲାରରେ  ହିସାବ କଲେ ୧୧ଟି ଭାରତୀୟ କମ୍ପାନୀ ଯଥା ପେଟିଏମ୍ ୪୬୮୭, ୱାନ୯୭ କମ୍ୟୁନିକେସନ୍ସ ୨୭୮୭, ପେଟିଏମ୍ ମଲ ୮୦୮, ଭାରତ ଫାଇନାନ୍‌ସିଆଲ ଇନକ୍ଲୁଜନ ୧୪୪, ନାପ୍‌ଟୋଲ ୧୩୩, ବ୍ଲୁ ଷ୍ଟୋନ ୧୧୧, ଟ୍ୱିଟର ଭିଷ୍ଟା ୧୦୨,ଆଇୟୋଗୀ ୮୫, ଜେନେସିସ କଲର ୭୪, ଲୟାଲଟୀ ରିୱାର୍ଡରେ ୨୮ ମିଲିଅନ ନିବେଶ ହୋଇଛି । କାରଣ ଭାରତର ଷ୍ଟାର୍ଟଅପ୍ କମ୍ପାନୀମାନଙ୍କୁ ଆମେରିକା , ଜାପାନ ଓ ସିଙ୍ଗାପୁର ଆଦି ଦେଶରୁ ନିବେଶ ମିଳିଥାଏ । ଏହାଛଡା ଆଇଟି କ୍ଷେତ୍ରରେ ପ୍ରାୟ ୬୦ ପ୍ରତିଶତ କମ୍ପାନୀମାନଙ୍କର ଖାତା ସିଲିକନ ଭାଲୀ ବ୍ୟାଙ୍କରେ ରହିଛି । ତେଣୁ ନିବେଶ ମିଳୁଥିବା ବ୍ୟାଙ୍କରେ କମ୍ପାନୀର ଖାତା ଖୋଲାଯିବା ସାଧାରଣ କଥା । ତେଣୁ ଏହିସବୁ କମ୍ପାନୀଗୁଡିକ ଆଗାମୀ ଦିନରେ ଆର୍ôଥକ ଚାପର ବଶବ ର୍ୀ ହେବେ ।

୧୦ ମାର୍ଚ୍ଚ ୨୦୨୩ ଦିନ  ଆମେରିକାର ଏଫ୍‌ଡିଆଇସି ବ୍ୟାଙ୍କର ୧୦ଲକ୍ଷ ୫୦୦ କୋଟିର ସଂପ ିକୁ ହାତକୁ ନେବାପରେ କହିଛି ଯେ ପ୍ରତି ଖାତାଧାରକ ୨ କୋଟି ୫ ଲକ୍ଷ ଟଙ୍କା ପାଇବେ । ଅନ୍ୟ ପକ୍ଷରେ ଦେଖିଲେ ଗତ ୫ ମାସରେ ଗୋଟିଏବି ୟୁନିକର୍ଣ୍ଣ ଭାରତରେ ସୃଷ୍ଟି ହୋଇନାହାନ୍ତି । ଏଥିରୁ ବିଦେଶୀ ବ୍ୟାଙ୍କର ଭାରତର କମ୍ପାନୀମାନଙ୍କ ଉପରେ ପ୍ରଭାବକୁ ଅନୁମାନ କରାଯାଇପାରେ ତେଣୁ ଭାରତ ସରକାର ଏବେଠୁ କିଛି ବ୍ୟବସ୍ଥା ନକଲେ ଅନେକ ଷ୍ଟାର୍ଟଅପ୍ ଆଗାମୀ ଦିନରେ ପ୍ରଭାବିତ ହେବାର ଆଶଙ୍କା ଦେଖାଦେବା ନିଶ୍ଟିତ ।

Author Image

Soumendra Jena

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ