ବହୁଚର୍ଚ୍ଚିତ ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ । ୨୦୨୦ରେ ମହାରାଷ୍ଟ୍ରର ପାଲଘରଠାରେ ପୁଲିସ୍ ଉପସ୍ଥିତିରେ ଦୁଇଜଣ ସାଧୁଙ୍କୁ ଜଘନ୍ୟ ଭାବରେ ହତ୍ୟା କରା ଯାଇଥିଲା। ଏହି ମାମଲାରେ ଉପସ୍ଥିତ ପୁଲିସ୍ କର୍ମଚାରୀ ଦଣ୍ଡର ସମ୍ମୁଖୀନ ହୋଇଛନ୍ତି । ତେବେ ତଦନ୍ତରେ କୌଣସି ଅଗ୍ରଗତି ନହେବାରୁ ଦେଶର ସାଧୁସମାଜ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା ।
ମହାରାଷ୍ଟ୍ର ସରକାର ଏନେଇ ସିପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଘଟଣାର ସିବିଆଇ ତଦନ୍ତ ପାଇଁ ଗ୍ରୀନ୍ ସିଗନାଲ ଦେଇଛନ୍ତି ସୁପ୍ରିମକୋର୍ଟ । ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ବିଶ୍ବହିନ୍ଦୁ ପରିଷଦ ନେତା ଆଲୋକ କୁମାର ।