The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ବର୍ତମାନ ଜର୍ଜ ସୋରୋସଙ୍କ ନାମ  ବିତର୍କର କେନ୍ଦ୍ର ବିନ୍ଦୁରେ ରହିଛି ।  ୯୦ ବର୍ଷରୁ ଉର୍ଧ ବୟସ ର ଜର୍ଜ ସୋରୋସ ହେଉଛନ୍ତି ବିଶ୍ୱର ଜଣେ ଧନାଢ୍ୟ ବ୍ୟକ୍ତି । ତାଙ୍କ ନିକଟରେ ଅଜସ୍ର ଧନ ରହିଛି ।  କିଛି ଦିନ ତଳେ ସେ ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ବକ୍ତବ୍ୟ ଦେଇଥିଲେ । ଅନେକ ବର୍ଷ ପୂର୍ବରୁ ସେ ଭାରତ ସମ୍ପର୍କରେ ତାଙ୍କର ମନର ଉଦ୍ଦେଶ୍ୟ ସ୍ପଷ୍ଟ କରି ସାରିଥିଲେ । ଭାରତରୁ ସନାତନ ଧର୍ମ, ଭାରତୀୟ ସଭ୍ୟତାକୁ ନଷ୍ଟ କରିବା ତାଙ୍କର ଉଦ୍ଦେଶ୍ୟ ବୋଲି ସେ ଆଗରୁ କହି ସାରିଛନ୍ତି । । ସେତେବେଳେ ଏହି ବକ୍ତବ୍ୟର  କୌଣସି ପ୍ରତ୍ୟକ୍ଷ ରାଜନୈତିକ ଅର୍ଥ ନ ଥିବା କାରଣରୁ ଏହାକୁ ନେଇ ବିଶଦ ଭାବେ ଚର୍ଚା ହୋଇ ନ ଥିଲା । ହେଲେ ବର୍ତମାନ ଜର୍ଜ ସୋରୋସ ଆଉ ଏକ ପାଦ ଆଗକୁ ଯାଇଛନ୍ତି ।  ଭାରତର ସନାତନ ଧର୍ମ, ଭାରତୀୟ  ସଭ୍ୟତାକୁ ସମାପ୍ତ କରିବା  ଦିଗରେ ସବୁଠାରୁ ବଡ ଅବରୋଧ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ ଶାସନ କ୍ଷମତାରୁ ହଟିଲେ ଓ ତାଙ୍କ ସ୍ଥାନରେ ଆଉ କେହି ଭାରତର ପ୍ରଧାନମନ୍ତ୍ରୀ ହେଲେ  ତାଙ୍କୁ ଏହି କାମ କରିବା ଅତ୍ୟନ୍ତ ସହଜ ହୋଇ ଯିବ । ତେଣୁ ଏବେ  ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଟାର୍ଗେଟରେ ଅଛନ୍ତି ।  ଆମେ ଯଦି ଠିକ ଭାବେ ଦୃଷ୍ଟି ପକାଇବା ତେବେ ଦେଖିବା ପ୍ରଥମେ ବିବିସିର ମୋଦୀ ବିରୋଧୀ ପ୍ରପାଗଣ୍ଡା ଡକ୍ୟୁମେଂଟାରୀ  ତା ପରେ ଅଡାନୀ ମାମଲାରେ ହିଣ୍ଡେନବର୍ଗ ରିପୋର୍ଟ ଓ ଏବେ ଜର୍ଜ ସୋରୋସଙ୍କ ବକ୍ତବ୍ୟ ଅନେକ କିଛି ସ୍ପଷ୍ଟ କରୁଛି । 

ଏବେ ଆମେ ଦୃଷ୍ଟି ପକାଇବା ଜର୍ଜ ସୋରୋସ କିଏ । ଜର୍ଜ ସୋରୋସ ହେଉଛି ଜଣେ ଆମେରିକାର ପୁଂଜିପତି । ସେ ଷ୍ଟକ ମାର୍କେଟରେ ପୁଂଜି ଖଟାଇ ହଜାର ହଜାର କୋଟି ଟଙ୍କାର ମାଲିକ ହୋଇଛନ୍ତି ।   ଫୋର୍ବସ ପତ୍ରିକାର  ରିପୋର୍ଟ ଅନୁସାରେ ୧୯୩୦ ମସିହାରେ ହଙ୍ଗେରୀରେ ଜନ୍ମ ଗ୍ରହଣ କରିଥିବା ଜର୍ଜ ସୋରୋସଙ୍କ ନିକଟରେ  ୬.୭ ବିଲିୟନ ଡଲାର ଅର୍ଥାତ ପାଖା ପାଖି ୫୫,୪୫୫ କୋଟି ଟଙ୍କାର ସମ୍ପତି ରହିଛି । 

ସେ ଜଣେ ପୁଂଜିପତି ହୋଇଥିଲେ ସୁଦ୍ଧା ସାରା ବିଶ୍ୱର ବାମପନ୍ଥୀ ମାନଙ୍କର ସେ ଅତ୍ୟନ୍ତ ପ୍ରିୟ । କାରଣ ସେ ବିଭିନ୍ନ ଦେଶରେ ଅରାଜକତାର ସ୍ଥିତି ଉତ୍ପନ୍ନ କରିବାକୁ ବିପୁଳ ଧନରାଶି  କମ୍ୟୁନିଷ୍ଟ ମାନଙ୍କୁ ଦେଇଥାନ୍ତି । ଯେଉଁ ଦେଶରେ ଆବଶ୍ୟକ ସେ ସେହି ଦେଶରେ ସେ ଇସଲାମୀ କଟ୍ଟରପନ୍ଥୀ ଓ ଖ୍ରୀଷ୍ଟିଆନ ମତାନ୍ତରଣକାରୀ ମାନଙ୍କୁ ମଧ୍ୟ ଧନ ଦେଇଥାନ୍ତି । ଏହି ସବୁ ଅର୍ଥ ସେ ସମାଜସେବା ନାମରେ ଦେଇଥାନ୍ତି ।  

୧୯୮୪ ମସିହାରେ ସେ ଓପନ ସୋସାଇଟି ନାମରେ ଏକ ସଂସ୍ଥା ତିଆରି କରିଛନ୍ତି । ତାଙ୍କର କାମ କରିବାର ଶୈଳୀ ହେଲା ଯେ ତାଙ୍କର ଏହି ସଂସ୍ଥା ବିଭିନ୍ନ ଦେଶରେ କାମ କରୁଥିବା ଏନଜିଓ ମାନଙ୍କୁ ଅର୍ଥ  ପ୍ରଦାନ କରିଥାଏ । ଏହି ଅର୍ଥରେ ଏହି  ଏନଜିଓ ମାେନେ ସେହି ଦେଶରେ ବିଭିନ୍ନ ଉପାୟରେ ଅରାଜକତା ସୃଷ୍ଟି କରିବାକୁ କାମ କରିଥାନ୍ତି ।  ବିଶେଷ ଭାବେ ଜର୍ଜ ସୋରୋସ  ନ୍ୟାରେଟିଭ ନିର୍ମାଣ କରିବା ଉଦ୍ଦେଶ୍ୟରେ ଓପନ ସୋସାଇଟି ଜରିଆରେ ବିପୁଳ ଅର୍ଥ ଖର୍ଚ କରିଥାନ୍ତି । 

ଜର୍ଜ ସୋରୋସ ତାଙ୍କର ଏହି ଅର୍ଥ ବଳରେ ଅନେକ ଦେଶରେ କ୍ଷମତା ପରିବର୍ତନ କରାଇବାରେ ସଫଳ ହୋଇଥିବା ବେଳେ ଅନେକ ଦେଶର ଅର୍ଥନୀତିକୁ ଧ୍ୱସ୍ତ କରି ସାରିଛନ୍ତି । ଥାଇଲାଣ୍ଡର ଆର୍ଥିକ ଦୁରାବସ୍ଥା ପାଇଁ ସୋରୋସଙ୍କୁ ଦାୟା କରା ଯାଇଥାଏ । ଅନେକ ଛୋଟ ଛୋଟ ଦେଶ ତ ଜାଣି ପାରନ୍ତି ନାହିଁ ଯେ ତାଙ୍କ ଦେଶରେ ଖରାପ ସ୍ଥିତି ପାଇଁ ସୋରୋସ ଦାୟୀ । କୁହାଯାଏ ଯେ ଯେଉଁ ଦେଶରେ ହଠାତ ଏନଜିଓ ମାନଙ୍କର ସଂଖ୍ୟା ବଢେ ସେଠାରେ ସୋରୋସଙ୍କ ପ୍ରବେଶ ହେଲା ବୋଲି ଧରିବାକୁ ପଡିବ । 

କାଶ୍ମୀରରୁ ଧାରା ୩୭୦ର ଅସ୍ଥାୟୀ ବ୍ୟବସ୍ଥା ହଟିବା ପରେ ମଧ୍ୟ ଜର୍ଜ ସୋରୋସଙ୍କ ବକ୍ତବ୍ୟ ସାମନାକୁ ଆସିଥିଲା । ସେତେବେଳେ ସେ ମୋଦୀ ସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରିଥିଲେ ଓ କହିଥିଲେ ଯେ ଭାରତ ହିନ୍ଦୁ ରାଷ୍ଟ୍ର ହେବା  ଆଡକୁ ଅଗ୍ରସର ହେଉଛି । 

ଭାରତରେ ଗତ କିଛି ବର୍ଷ ମଧ୍ୟରେ ଯେଉଁ ସବୁ ଆନ୍ଦୋଳନ ହୋଇଛି ତା ଉପରେ ଦୃଷ୍ଟି ପକାଇଲେ ଜର୍ଜ ସୋରସ ଓ ତାଙ୍କର ସଂଗଠନ ଓପନ ସୋସାଇଟି ଫାଉଣ୍ଡେସନ କିଭଳି  ଭାବେ କାମ କରିଥାଏ ତାହା ସ୍ପଷ୍ଟ ହୁଏ । 

ବିଶେଷ ଭାବେ କୃଷି ବିଲ ପାରିତ ହେବା ପରେ ଏହା ବିରୁଦ୍ଧରେ ଏକ ଆନ୍ଦୋଳନ ହୋଇଥିଲା । ଏହି ଆନ୍ଦୋଳନକୁ ସାରା ଦେଶର ଚାଷୀ ମାନଙ୍କର ଆନ୍ଦୋଳନ ବୋଲି ପ୍ରଚାରିତ କରିବାକୁ ଚେଷ୍ଟା କରା ଯାଇଥିଲେ ସୁଦ୍ଧା ଏହା କେବଳ ପଂଜାବର କିଛି ଚାଷୀ ମାନଙ୍କର ଆନ୍ଦୋଳନ ଥିଲା । ବିଶେଷ ଭାବେ ଦିଲ୍ଲୀର ସିଂଘୁ ବୋର୍ଡରରେ ଦୀର୍ଘ ଦିନ ଧରି ଚାଲିଥିବା ଏହି ଆନ୍ଦୋଳନରେ ଯେଉଁ ଏନଜିଓର ଭୂମିକା ଥିଲା ସେହି ଏନଜିଓକୁ ଫଣ୍ଡିଂ ଜର୍ଜ ସୋରସ ଓ ତାଙ୍କର ସଂଗଠନ ଓପନ ସୋସାଇଟି ଫାଉଣ୍ଡେସନ କରୁଥିଲା । ଏହି ତଥାକଥିତ ଚାଷୀ ଆନ୍ଦୋଳନ ଉପରେ ଦୃଷ୍ଟି ରଖିଥିବା ଲୋକ ମାନେ ଭଲ ଭାବେ  ହୃଦୟଙ୍ଗମ କରିଥିବେ ଯେ ଆନ୍ଦୋଳନକୁ ପରିଚାଳନା କରୁଥିବା ଲୋକ ମାନେ କିଭଳି ଭାବେ କାମ କରୁଥିଲେ । ସେମାନଙ୍କର ଏକ ମାତ୍ର ଉଦ୍ଦେଶ୍ୟ ଥିଲା ଯେ  ଭାରତ ସରକାର ଏହି ଆନ୍ଦୋଳନକୁ ହଟାଇବାକୁ ବଳ ପ୍ରୟୋଗ କରୁ । ଆନ୍ଦୋଳନରତ ଲୋକ ମାନଙ୍କ ଉପରେ ଲାଠି ମାଡ କରୁ କିମ୍ବା ଗୁଳି ଚଳାଉ । ଯଦି ଭାରତ ସରକାର ତାଙ୍କୁ ଆନ୍ଦୋଳନରୁ ହଟାଇବାକୁ ବଳ ପ୍ରୟୋଗ କରିଥାନ୍ତେ ତେବେ ଆନ୍ଦୋଳନକାରୀ ଓ ତାଙ୍କ ପଛରେ ଥିବା ଜର୍ଜ ସୋରସ ଓ ତାର ସଂଗଠନର ଉଦ୍ଦେଶ୍ୟ ପୂରଣ ହୋଇଥାନ୍ତା । ଏହା ପରେ ସେମାନେ ସାରା ମୋଦୀ ସରକାରଙ୍କୁ ଫାସିବାଦୀ ବୋଲି କହି ସାରା ବିଶ୍ୱରେ ପ୍ରଚାର କରିବା ସହ ସାରା ଦେଶରେ ନିଆଁ ଲଗାଇଥାନ୍ତେ । ହେଲେ ମୋଦୀ ସରକାର ଅତ୍ୟନ୍ତ ପରିପକ୍ୱତାର ସହ କାର୍ଯ୍ୟ କରି ସୋରସ ଓ ତାଙ୍କର ଏନଜିଓ ଓ ଭାରତରେ କାମ କରୁଥିବା ତାଙ୍କର ଭଡାଟିଆ ଏନଜିଓ ମାନଙ୍କୁ ଏପରି କରିବାକୁ କୌଣସି ସୁଯୋଗ ଦେଇ ନ ଥିଲେ । 

ରାଫେଲ ଡିଲ ମାମଲା ବେଳେ ମଧ୍ୟ ଏଥିରେ ଦୁର୍ନୀତି ହୋଇଥିବା ରାହୁଲ ଗାନ୍ଧୀ ଓ କଂଗ୍ରେସ  ପକ୍ଷରୁ ଅଭିଯୋଗ ହୋଇଥିଲା । ସୁପ୍ରିମକୋର୍ଟ ଏହି ଅଭିଯୋଗକୁ ଖାରଜ କରି ଦେଇଥିଲେ । ତେବେ ଫ୍ରାନ୍ସର  ଶେରପା ଫାଉଣ୍ଡେସନ ନାମକ ଏକ ଏନଜିଓ ଏଥିରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ କରିଥିଲା । ଏହି ଶେରପା ଫାଉଣ୍ଡେସନକୁ ଜର୍ଜ ସୋରୋସଙ୍କ ଓପନ ସୋସାଇଟି ପକ୍ଷରୁ ଫଣ୍ଡିଂ ହୋଇଥିଲା ।  

ସିଏଏ ଆଇନ ପରେ ଭାରତର ବିଭିନ୍ନ ଅଂଚଳରେ ଯେଉଁ ବିନା ଆଧାରରେ ଆନ୍ଦୋଳନ ହୋଇଥିଲା ତା ପଛରେ ଫଣ୍ଡିଂ ମଧ୍ୟ ଜର୍ଜ ସୋରୋସଙ୍କ ଥିଲା  ସୋରସଙ୍କ ପରବର୍ତୀ ବକ୍ତବ୍ୟରୁ ଏହା ସ୍ପଷ୍ଟ ହୋଇଥିଲା । 

ରାହୁଲ ଗାନ୍ଧୀଙ୍କ ନିକଟରେ ହୋଇଥିବା ଭାରତ ଯୋଡୋ ଯାତ୍ରା ସହିତ ମଧ୍ୟ ଜର୍ଜ ସୋରୋସଙ୍କ ନାମ  ଯୋଡି ହୋଇ ଯାଇଛି । ୨୦୨୨ ଅକ୍ଟୋବର ୩୧ରେ କର୍ଣାଟକରେ ଜଣେ ବ୍ୟକ୍ତି ସଲିଲ ଶେଟ୍ଟୀ ରାହୁଲ ଗାନ୍ଧୀଙ୍କ ସହ ଏହି  ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଥିଲେ । ସଲିଲ ଶେଟ୍ଟୀ ଜର୍ଜ ସୋରୋସଙ୍କ ଦ୍ୱାରା ସ୍ଥାପିତ ଓପନ ସୋସାଇଟି ଫାଉଣ୍ଡେସନର ଗ୍ଲୋବାଲ ଭାଇସ ପ୍ରେସିଡେଂଟ ।  ତେଣୁ ଏହି ବ୍ୟାପକ ପୃଷ୍ଠ ଭୂମିରେ ଭାରତରେ ଜର୍ଜ ସୋରୋସଙ୍କ କାମ ଓ ତାଙ୍କର କାମର ଶୈଳୀକୁ ବୁଝିବା ପାଇଁ ହେବ । 

ଭାରତରେ ଅନେକ ଏନଜିଓ ବିଭିନ୍ନ କାମ ପାଇଁ ସକ୍ରିୟ ଅଛନ୍ତି । କିଏ ମହିଳା ଅଧିକାର କଥା କହୁଛି ତ କିଏ ଦୁର୍ନୀତି ବିରୁଦ୍ଧରେ ଲଢେଇର କଥା କହୁଛି ।  କେଉଁ ଏନଜିଓ ଆଇନ କ୍ଷେତ୍ରରେ ତ କିଏ ଶିଶୁ ମାନଙ୍କ ପାଇଁ କାମ କରୁ ଥିବା ଦାବି କରୁଛି ।  ଏପରି ଅନେକ ଏନଜିଓ ସୋରୋସଙ୍କ ଠାରୁ ଫଣ୍ଡିଂ ନେଇ ତାଙ୍କର ଯୋଜନାରେ କାମ କରୁଛନ୍ତି ।  ଦେଶରେ ଅନେକ ବଡ ବଡ ନାମୀ ଦାମୀ ଓକିଲ, ଶିକ୍ଷାବିତ ଓ ବୁଦ୍ଧିଜୀବୀ ଅଛନ୍ତି , ଯେଉଁ ମାନେ ଭାରତକୁ ଦୁର୍ବଳ କରିବା, ଭାରତକୁ ବିଭାଜିତ କରିବା କାମରେ ନିରନ୍ତର ଲାଗିଛନ୍ତି ।  ସେମାନେ  ମଧ୍ୟ  ସୋରୋସଙ୍କ ଠାରୁ ବିଭିନ୍ନ ଉପାୟରେ ଅନୁଗ୍ରହୀତ ହୁଅନ୍ତି । ତେଣୁ ଏଭଳି ଏନଜିଓ ହୁଅନ୍ତୁ, କିମ୍ବା ରାଜନୈତିକ ନେତା ହୁଅନ୍ତୁ, ସାମାଜିକ କାର୍ଯ୍ୟକର୍ତା ହୁଅନ୍ତୁ  କିମ୍ବା ଓକିଲ, ଶିକ୍ଷାବିଦ ବୁଦ୍ଧିଜୀବୀ ହୁଅନ୍ତୁ, ଏମାନେ ସମସ୍ତେ ଜର୍ଜ ସୋରୋସଙ୍କ ହାତର କଣ୍ଡେଇ । ଏମାନଙ୍କୁ ଓ ତାଙ୍କର ନେଟବର୍କକୁ ଚିହ୍ନଟ କରି ସେମାନଙ୍କର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ।  

 (ଡ. ସମନ୍ୱୟ ନନ୍ଦ )

Author Image

Dr Samanwaya

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ