The Independence:ରାଜ୍ୟ-ମୁଖ୍ୟ-ନିର୍ବାଚନ-ଅଧିକାରୀଙ୍କୁ-ଭେଟିଲା-ବିଜେପି-ପ୍ରତିନିଧିମଣ୍ଡଳୀ

 ଦଳୀୟ ନିର୍ବାଚନୀ ପ୍ରଚାରରେ ସରକାରୀ ଲୋଗୋ ବ୍ୟବହାର କରୁଛି ବିଜେଡି: ଦିଲୀପ ମଲ୍ଲିକ

ବିଜେଡିର କଟକ ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ହୋର୍ଡିଂରେ “ଆମ ଓଡିଶା ନବୀନ ଓଡ଼ିଶା” ସରକାରୀ ଚିହ୍ନ/ଲୋଗୋକୁ ବ୍ୟବହାର କରୁଛନ୍ତି

ରବିନ୍ଦ୍ର ନାଥ ନାୟକ ସରକାରୀ କର୍ମଚାରୀ ହୋଇ ମଧ୍ୟ ବିଜେଡିର ନିର୍ବାଚନ ପ୍ରଚାର କରୁଛନ୍ତି, ତାଙ୍କୁ  ପଦବୀରୁ ବହିଷ୍କାର କରାଯାଉ

ସରକାରୀ ସ୍ଥାନ ଓ ପବ୍ଲିକ ରୋଡର ଦୁଇ ପାଶ୍ୱର୍ରେ ହୋର୍ଡିଂ ଛାଇ ଦେଇଛନ୍ତି ବିଜେଡି ପ୍ରାର୍ଥୀ

ସଧାରଣ ନିର୍ବାଚନ ମୁକ୍ତ, ଅବାଧ ଓ ନିରପେକ୍ଷ କିଭଳି ହେବ ସେ ନେଇ ସିଇଓ ସୁବନ୍ଦୋବସ୍ତ କରନ୍ତୁ

ଭୁବନେଶ୍ୱର, ତା.୦୬/୦୫: ନିର୍ବାଚନ ଆସିଲେ ବିଜେଡିର ନେତା, ମନ୍ତ୍ରୀ ଓ ତାଙ୍କ ପ୍ରାର୍ଥୀମାନେ ଭୁଲ୍ କରିବା ସହ ନିର୍ବାଚନ ଆଚରଣ ବିଧି ଉଲଘଂନ କରନ୍ତି । ଏହା ତାଙ୍କର ଆଜିର ଭୁଲ୍ ନୁହଁ ବରଂ ଦୀର୍ଘ ୨୫ବର୍ଷ ଧରି ବିଜେଡି ଓଡ଼ିଶାବାସୀଙ୍କୁ ଅନ୍ଧାର କୋଠରୀରେ ରଖି ଭୋଟ ହାତେଇଛି । ଭୋଟ ପାଇବା ପରେ ଓଡ଼ିଶାର ବିକାଶର “ବି” ଅକ୍ଷର ମଧ୍ୟ କରିନାହିଁ । ବିଜେଡି ନେତାଙ୍କ ମିଛ ପ୍ରହେଳିକା ଭଣ୍ଡାର ଭରି ଭରି ଆସିବା ଜାଣି ସେମାନେ ବାଉଳା ହୋଇ ରାସ୍ତାରେ ହୋର୍ଡିଂ ଲଗାଉଛନ୍ତି ଓ ସରକାରୀ କଳର ଅପବ୍ୟବହାର କରୁଛନ୍ତି । ଓଡ଼ିଆର ଗୋଟେ ଢ଼ଗ ଅଛି ‘ମୋତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ’ । ବିଜେଡି ସେହି ଦରପୋଡା କାଠ । ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଛି । ଏଥିଲାଗି ବିଜେପି ମଧ୍ୟ ସିଇଓଙ୍କ ଦ୍ୱାରସ୍ଥ ହେଉଛି । ଆଜିବି ବିଜେଡି ନିର୍ବାଚନ ଆଚରଣ ବିଧି ଉଲଘଂନ କରିଛି । ଟଙ୍କା ଥିବା ଲୋକଙ୍କୁ ବିଜେଡି ଟିକେଟ୍ ଦେଉଛି ଯାହାଙ୍କୁ ସାମ୍ବିଧାନିକ ଜ୍ଞାନ ଓ ନିର୍ବାଚନ ଆଚରଣ ବିଧି ଜଣାନାହିଁ । ବିଜେଡି ଦଳର ପ୍ରାର୍ଥୀମାନେ ସରକାରୀ କର୍ମଚାରୀଙ୍କ ସହଯୋଗ,  ସରକାରୀ କଳକୁ ବ୍ୟବହାର କରିବା ଏବଂ ସରକାରୀ ଚିହ୍ନ/ ଲୋଗୋକୁ ମଧ୍ୟ ବ୍ୟବହାର କରୁଛନ୍ତି । ବିଜେଡିର କଟକ ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ଜିଲ୍ଲାପାଳ କାର୍ଯ୍ୟାଳୟ ପାଖରେ ସରକାରୀ ସ୍ଥାନ ଓ ପବ୍ଲିକ ରୋଡର ଦୁଇ ପାଶ୍ୱର୍ରେ ହୋଡିଂ ଛାଇ ଦେଇଛନ୍ତି । ସାଧାରଣ ସ୍ଥାନରେ ଶ୍ରୀ ମିଶ୍ର ହୋଡିଂ ଲଗାଇ ରାସ୍ତାକୁ ବନ୍ଦ କରୁଛନ୍ତି । ଏହି ହୋଡିଂରେ “ଆମ ଓଡିଶା ନବୀନ ଓଡ଼ିଶା” ଲୋଗୋକୁ ବ୍ୟବହାର କରୁଛନ୍ତି । ଶ୍ରୀ ମିଶ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ଓ ତୁରନ୍ତ ରାସ୍ତାରେ ଲଗାଯାଇଥିବା ହୋର୍ଡିଂକୁ ହଟାଯାଉ ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକଙ୍କ ନେତୃତ୍ୱରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେପି ପ୍ରତିନିଧିମଣ୍ଡଳୀ । 

ସେହିପରି ପୁରୀ ଲୋକସଭା ମଣ୍ଡଳୀ ଅନ୍ତର୍ଗତ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେଡି ପ୍ରାର୍ଥୀଙ୍କ ସହ ଇଏପିପି(ଆସିଷ୍ଟାଂଟ ପବ୍ଲିକ ପ୍ରସ୍ୟୁକ୍ୟୁଟର) ରବିନ୍ଦ୍ର ନାଥ ନାୟକ ସରକାରୀ କର୍ମଚାରୀ ହୋଇ ମଧ୍ୟ ବିଜେଡିର ନିର୍ବାଚନ ପ୍ରଚାର କରୁଛନ୍ତି । ଶ୍ରୀ ନାୟକଙ୍କୁ ପଦବୀରୁ ବହିଷ୍କାର କରାଯିବା ସହ ତାଙ୍କୁ  ତୁରନ୍ତ କାର୍ଯ୍ୟରୁ ଅନ୍ତର କରାଯାଉ ବୋଲି ଶ୍ରୀ ମଲ୍ଲିକ ଦାବି କରିଛନ୍ତି ।

ବିଜେପି ସର୍ବଦା ନିର୍ବାଚନ ବେଳେ ଶାନ୍ତି ଚାହେଁ କିନ୍ତୁ ବିଜେଡିର ନେତା, ମନ୍ତ୍ରୀମାନେ ତାହା କରାଇ ଦିଅନ୍ତି ନାହିଁ । ଏଭଳି ବିଶୃଙ୍ଖଳିତ ଦଳ ଉପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଏଥର ସଧାରଣ ନିର୍ବାଚନ ମୁକ୍ତ, ଅବାଧ ଓ ନିରପେକ୍ଷ କିଭଳି ହେବ ସେ ନେଇ ସିଇଓ ସୁବନ୍ଦୋବସ୍ତ କରନ୍ତୁ ବୋଲି ଶ୍ରୀ ମଲ୍ଲିକ ଦାବି କରିଛନ୍ତି । 

ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, ବରିଷ୍ଠ ନେତ୍ରୀ ନିୟତି ଗିରି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଶ୍ମିରଞ୍ଜନ କାନୁନଗୋ, କୃଷକମୋର୍ଚ୍ଚା କୋଷାଧ୍ୟକ୍ଷ ବିଶ୍ୱଜିତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Author Image

RELATED NEWS

Recent Posts

The Independence:ପାଣ୍ଡିଆନଙ୍କ-ରାଜନୈତିକ-ଅଭିଳାଷକୁ-ଚରିତାର୍ଥ-କରିବା-ପାଇଁ-ବିଜେଡିର-ମ୍ୟାନିଫେଷ୍ଟୋ-ଆସିଛି-ଅନିଲ-ବିଶ୍ୱାଳ

ପାଣ୍ଡିଆନଙ୍କ-ରାଜନୈତିକ-ଅଭିଳାଷକୁ-ଚରିତାର୍ଥ-କରିବା-ପାଇଁ-ବିଜେଡିର-ମ୍ୟାନିଫେଷ୍ଟୋ-ଆସିଛି-ଅନିଲ-ବିଶ୍ୱାଳ

The Independence:Prime-Minister-Modi-will-come-to-Odisha-tomorrow

କାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

The Independence:Naveen-Bishnudev-Sai-has-not-done-anything-new-for-the-development-of-Odisha

ଓଡ଼ିଶାର ବିକାଶ ପାଇଁ ନୂଆ କିଛି କରିନାହାନ୍ତି ନବୀନ –ବିଷ୍ଣୁଦେବ ସାଏ

The Independence:Union-Ministers-response-to-allegations-of-BJP-breaking-BJD

ବିଜେଡିକୁ ବିଜେପି ଭାଙ୍ଗି ଦେବା ଅଭିଯୋଗ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା

The Independence:BJP-delegation-met-the-Chief-Electoral-Officer-of-the-state

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:The-Union-Minister-went-door-to-door-in-Sambalpur

ସମ୍ବଲପୁରରେ ଘର ଘର ବୁଲି ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ

The Independence:Hundreds-of-BJJ-leaders-and-workers-from-Bari-constituency-joined-the-BJP

ବରୀ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀ ବିଜେପିରେ ଯୋଗ ଦେଲେ

The Independence:BJP-delegation-met-the-Chief-Electoral-Officer-of-the-state

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:PMs-press-conference-in-Sambalpur-with-Modi-guarantee-and-Odisha-resolution-letter

ମୋଦୀ ଗ୍ୟାରେଣ୍ଟି ଏବଂ ଓଡ଼ିଶା ସଂକଳ୍ପ ପତ୍ର ନେଇ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରେସମିଟ୍

The Independence:BJG-government-will-end-Baijayant-Panda

ବିଜେଡି ସରକାରର ଅନ୍ତ ହେବ: ବୈଜୟନ୍ତ ପଣ୍ଡା

The Independence:BJC-candidate-Pranab-Das-showed-2-in-Arts-in-2009-while-science-student-showed-2-in-2024-is-ridiculous-Thachanambar-Acharya

ବିଜେଡି ପ୍ରାର୍ଥୀ ପ୍ରଣବ ଦାସ ସତ୍ୟପାଠରେ ୨୦୦୯ରେ +୨ କଳା ଦେଖାଇଥିବା ବେଳେ ୨୦୨୪ରେ +୨ ବିଜ୍ଞାନ ଛାତ୍ର ଦେଖାଇବା ହାସ୍ୟାସ୍ପଦ: ପିତାମ୍ବର ଆଚାର୍ଯ୍ୟ

The Independence:Union-Minister-in-Sambalpur-at-the-merger-festival

ସମ୍ବଲପୁରରେ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ

The Independence:ରାଜ୍ୟ-ମୁଖ୍ୟ-ନିର୍ବାଚନ-ଅଧିକାରୀଙ୍କୁ-ଭେଟିଲା-ବିଜେପି-ପ୍ରତିନିଧିମଣ୍ଡଳୀ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:June-4-Expiry-date-of-BJG-Govt---Prime-Minister

ଜୁନ୍ ୪ ବିଜେଡି ସରକାରର ଏକ୍ସପାୟରୀ ଡେଟ୍ – ପ୍ରଧାନମନ୍ତ୍ରୀ

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Cow-Slaughtering-Beef-Smuggling-in-Odisha-High

Odisha : ବୃଦ୍ଧି ପାଇବାରେ ଲାଗିଛି ଗୋମାଂସ ଚୋରାଚାଲାଣ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା