The Independence:June-4-Expiry-date-of-BJG-Govt---Prime-Minister

- ଜୁନ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ 

- ବାହାରର ଲୋକ ନୁହେଁ ଯିଏ ଓଡ଼ିଶା ସଂସ୍କୃତିକୁ ବୁଝୁଥିବ,ଜାଣୁଥିବ ସେ ହେବ ମୁଖ୍ୟମନ୍ତ୍ରୀ 

- ଓଡିଶାରେ ବିଜେଡି ଅସ୍ତ ହୋଇ ସାରିଛି 

ଭୁବନେଶ୍ୱର, 6 ମଇ  - ଜୁନ୍ ୪ ବିଜେଡି ସରକାରର ଏକ୍ସପାୟରୀ ଡେଟ୍ ଅଛି । ଜୁନ୍ ୬ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ହେବ । ଜୁନ ୧୦ ହେଉଛି ରାଜ୍ୟରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ତାରିଖ । ବିଜେପି ସରକାରର ଶପଥ ସମାରୋହକୁ ନିମନ୍ତ୍ରଣ ଜଣାଇବାକୁ ମୁଁ ଏଠାକୁ ଆସିଛି । କିଛି ଏଭଳି କହି ବ୍ରହ୍ମପୁର ଓ ନବରଙ୍ଗପୁରରେ ଦମ୍ଭ ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । 

ସେ ଆହୁରି କହିଛନ୍ତି ଯେ ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଞ୍ଜିନ ସରକାର । ଡବଲ ଇଞ୍ଜିନ ସରକାର ଓଡ଼ିଶାର ବିକାଶକୁ ଗତିଶୀଳ କରିବ । ଆପଣଙ୍କ ଉତ୍ସାହ ସ୍ପଷ୍ଟ କରୁଛି ଏଥର ବିଜେଡି ଯିବ, ଓଡ଼ିଶାରେ ବିଜେପି ଆସିବ । ଓଡ଼ିଶାକୁ ମିଳିବ ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ । ଆଗାମୀ ଦିନରେ ଓଡ଼ିଶାର ପୁଅ ବା ଝିଅ ହେବ ମୁଖ୍ୟମନ୍ତ୍ରୀ, ଯିଏ ଓଡ଼ିଶା ସଂସ୍କୃତିକୁ ବୁଝୁଥିବ, ଓଡ଼ିଶାକୁ ଜାଣୁଥିବ । କେହି ଓଡ଼ିଶା ବାହାରର ଲୋକ ମୁଖ୍ୟମନ୍ତ୍ରୀ ହେବେନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୋମବାର ଦିନ ଓଡିଶାର ବ୍ରହ୍ମପୁର ଓ ନବରଙ୍ଗପୁରରେ ଆୟୋଜିତ ବିଶାଳ ଜନସଭା ଗୁଡିକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡିଶାର ବିଜେଡି ସରକାରର ଦୁର୍ନୀତି ଉପରେ କଠୋର ପ୍ରହାର କରିବା ସହ ରାଜ୍ୟର ଜନସାଧାରଣଙ୍କ ଠାରୁ ରାଜ୍ୟରେ ପୂର୍ଣ ସଂଖ୍ୟା ଗରିଷ୍ଠତା ସହ ପଦ୍ମ ଫୁଲ ଫୁଟାଇବାକୁ ଆହ୍ୱାନ କରିବା ସହ ରାଜ୍ୟର ପ୍ରତ୍ୟେକ ଲୋକସଭା ଆସନରେ ବିଜେପିକୁ ବିଜୟୀ କରାଇବାକୁ ଅପିଲ କରିଛନ୍ତି । 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଓଡିଶାରେ ଚଳିତ ଥର ଦୁଇଟି ଯଜ୍ଞ ଏକା ସାଥିରେ ହେଉଛି । ଗୋଟିଏ ଯଜ୍ଞ ଭାରତରେ ଏକ ଶକ୍ତିଶାଳୀ ସରକାର ଗଠନ କରିବା ପାଇଁ ହେଉଥିବା ବେଳେ ଅନ୍ୟ ଗୋଟିଏ ଯଜ୍ଞ ଓଡିଶାରେ ବିଜେପି ନେତୃତ୍ୱରେ ଶକ୍ତିଶାଳୀ ରାଜ୍ୟ ସରକାର ଗଠନ ପାଇଁ ରହିଛି । ଜନସାଧାରଣଙ୍କ ଉତ୍ସାହରେ ଗୋଟିଏ ଭାବନା ହିଁ ଦେଖା ଦେଉଛି ଓ ତାହା ହେଉଛି ଓଡିଶାରେ ପ୍ରଥମ ଥର ପାଇଁ ଡବଲ ଇଂଜିନ ସରକାର । ଓଡିଶା ବିଜେପି ଏଠାକାର ଆକାଂକ୍ଷା, ଯୁବକ ମାନଙ୍କର ସ୍ୱପ୍ନ ଓ ଭଉଣୀ ଓ ଝିଅ ମାନଙ୍କର ସାମର୍ଥ୍ୟକୁ ଆଖି ଆଗରେ ରଖି ଖୁବ ଭିଜନାରୀ ସଂକଳ୍ପ ପତ୍ର ଜାରୀ କରିଛି । ଏହି ସଂକଳ୍ପ ପତ୍ରରେ ଯୁବକ, ମହିଳା ମାନଙ୍କ ପାଇଁ ରୋଜଗାର ମଧ୍ୟ ରହିଛି, ବୟସ୍କ ମାନଙ୍କ ପାଇଁ ସ୍ୱାସ୍ଥ୍ୟ, ମହାନ ସଂସ୍କୃତି ପାଇଁ ପର୍ଯ୍ୟଟନ ବିକାଶ ତଥା ଧାନ ଓ କେନ୍ଦୁ ପତ୍ର ପାଇଁ ଖୁବ ବଡ ବଡ ଘୋଷଣା ମାନ କରାଯାଉଛି । ଜନସାଧାରଣ ଭଲ ଭାବେ ଜାଣନ୍ତି ଯେ ବିଜେପି ଯାହା କୁହେ ତାହା କରିକି ଦେଖାଏ । ଏଠାରେ ସରକାର ଗଠନ ହେବା ପରେ ବିଜେପି ସମ୍ପୂର୍ଣ ଶକ୍ତି ସହ ଏହି ଘୋଷଣା ଗୁଡିକୁ ପୂରା କରିବ ଏହା ମୋଦୀର ଗାରେଂଟି ଅଟେ । 

ଆଜି ହେଉଛି ମଇ ୬, ଜୁନ ୬ ତାରିଖ ଦିନ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବଛା ଯିବେ । ଜୁନ ୧୦ ତାରିଖ ଦିନ ଭୁବନେଶ୍ୱରରେ ବିଜେପିର ମୁଖ୍ୟମନ୍ତ୍ରୀ ଙ୍କ ଶପଥ ଗ୍ରହଣ ସମାରୋହ ହେବ । ମୁଁ ଆଜି ଆପଣଙ୍କୁ ବିଜେପି ସରକାରର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ନିମନ୍ତ୍ରଣ ଦେଉଛି । 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଓଡିଶାରେ ବିଜେଡି ଅସ୍ତ ହୋଇ ସାରିଛି, କଂଗ୍ରେସ ପରାଜିତ ହୋଇ ସାରିଛି ଓ ଲୋକ ମାନେ ବିଜେପି ଉପରେ ଆଶ୍ୱସ୍ତ ଅଛନ୍ତି କାରଣ ବିଜେପି ଆଶାର ନୂଆ ସୂର୍ଯ୍ୟ ନେଇ ଆସିଛି । ଓଡିଶାରେ ପାଖା ପାଖି ୫୦ ବର୍ଷ କଂଗ୍ରେସ ଓ ପାଖାପାଖି ୨୫ ବର୍ଷ ବିଜେଡିର ସରକାର ରହିଛି । କିନ୍ତୁ ଓଡିଶାର ବିକାଶ ହୋଇ ନାହିଁ । ଓଡିଶା ରେ ଉର୍ବର ଭୂମି, ଖଣିଜ ସମ୍ପଦ, ସମୁଦ୍ର ଉପକୂଳ, ବ୍ରହ୍ମପୁର ଭଳି ବାଣିଜ୍ୟିକ କେନ୍ଦ୍ର, ସଂସ୍କୃତି ଓ ଐତିହ୍ୟ ସହିତ ସବୁକିଛି ରହିଛି । ହେଲେ ଏହି ଧନୀ ଓଡିଶାର ଲୋକ ମାନେ ଗରୀବ ହୋଇ ରହିଛନ୍ତି । ଏହି ପାପ ପାଇଁ କଂଗ୍ରେସ ଓ ବିଜେଡି ଦାୟୀ । ଓଡିଶାରେ ବିଜେଡିର ଛୋଟ ଛୋଟ ନେତା ମାନେ ବଡ ବଡ ଅଟ୍ଟାଳିକାର ମାଲିକ ହୋଇ ଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଅଂଚଳରୁ ସର୍ବାଧିକ ଶ୍ରମିକ କାମ କରିବାକୁ ଯାଉଛନ୍ତି, ଏଠାରେ ଡାକ୍ତରଖାନାର ଡାକ୍ତର ନାହାନ୍ତି, ଛାତ୍ର ମାନେ ତାଙ୍କର ପାଠପଢା ସମାପ୍ତ କରି ପାରୁ ନାହାନ୍ତି , ଏପରି କାହିଁକି ? ମୋଦୀ ଓଡିଶାର ବିକାଶ ପାଇଁ ଯଥେଷ୍ଟ ଓ ଉଚିତ ଧନ ଉପଲବ୍ଧ କରାଉଛି । ଏହା ସତ୍ୱେ ଏପରି କାହିଁକି ହେଉଛି ? 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଓଡିଶାର ବିଜେଡି ସରକାର, କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକୁ ଲାଗୁ କରୁ ନାହିଁ ଅଥବା ଉକ୍ତ ଯୋଜନା ଗୁଡିକ ଉପରେ ନିଜର ଷ୍ଟିକର ଲଗାଇ ଦେଉଛି । କେନ୍ଦ୍ରର ବିଜେପି ସରକାର ଓଡିଶାକୁ ଜଳ ଜୀବନ ମିଶନ ପାଇଁ ୧୦ ହଜାର କୋଟି ଟଙ୍କା ଆବଂଟିତ କରିଛି ହେଲେ ବିଜେଡି ସରକାର ଏହାର ସଦୁପଯୋଗ କରି ପାରି ନାହିଁ । 

ମୋଦି ଗାଁରେ ରାସ୍ତା ନିର୍ମାଣ ପାଇଁ ପଇସା ପଠାଉଛି କିନ୍ତୁ ଓଡ଼ିଶାର ଗାଁରେ ରାସ୍ତାର ଅବସ୍ଥା ବହୁତ ଖରାପ ଅଟେ, ମୋଦି ନିଶୁଳ୍କ ଚାଉଳ ପାଇଁ ଧନରାଶି ପଠାଉଛି କିନ୍ତୁ ବିଜେଡି ସରକାର ଏହି ଯୋଜନାକୁ ବି ନିଜର କହିଦେଉଛନ୍ତି । କାରଣ ବିଜେଡି ସରକାର କିଛି କରିନାହିଁ ଏଥିପାଇଁ ସେମାନଙ୍କୁ ଏହି ବେଇମାନୀ କରିବାକୁ ପଡୁଛି । ମୋଦି ପୂରା ଦେଶରେ ୬ କୋଟି ଗରିବଙ୍କୁ ୫ଲକ୍ଷ ଟଙ୍କା ଯାଏ ପ୍ରତିବର୍ଷ ନିଶୁଳ୍କ ସ୍ୱାସ୍ଥ୍ୟର ଗ୍ୟାରେଂଟି ଦେଇଛି କିନ୍ତୁ ଓଡ଼ିଶାର ଲୋକଙ୍କୁ ଏହି ଯୋଜନାର ଲାଭ ମିଳୁନାହିଁ, ରାଜ୍ୟର ବିଜେଡି ସରକାର ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶାରେ ଲାଗୁ ହିଁ ହେବାକୁ ଦେଇନାହାନ୍ତି । ଜୁନ ୧୦ରେ ଭୁବନେଶ୍ୱରରେ ଯେମିତି ହିଁ ମୋଦିର ମୁଖ୍ୟମନ୍ତ୍ରୀ ଶପଥ ନେବେ, ସେହିଦିନ ଓଡ଼ିଶାର ସମସ୍ତ ଲୋକଙ୍କୁ ଆୟୁଷ୍ମାନ ଭାରତର ଲାଭ ଦେବା ପ୍ରକ୍ରିୟା ଆରମ୍ଭ ହୋଇଯିବ ଏବଂ ୭୦ ବର୍ଷର ଅଧିକ ବୟସର ପ୍ରତିବର୍ଗର ବୟସ୍କଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଅଧୀନକୁ ଅଣାଯିବ । 

ଶ୍ରୀ ମୋଦି କହିଛନ୍ତି ଯେ, ଗତ ୧୦ ବର୍ଷରେ ମୋଦି ଆଦିବାସୀ କଲ୍ୟାଣର ବଜେଟ ୫ ଗୁଣା ବୃଦ୍ଧି କରିଛନ୍ତି, ଆଦିବାସୀ କ୍ଷେତ୍ରରେ ଏକଲବ୍ୟ ଆଦିବାସୀ ବିଦ୍ୟାଳୟର ସଂଖ୍ୟା ୪ଶହରେ ପହଂଚାଇଛନ୍ତି, ବନଧନ କେନ୍ଦ୍ର ଯୋଜନା ଲାଗୁ କରିଛନ୍ତି, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ସଂରକ୍ଷଣ ୧୦ ବର୍ଷ ଆଗକୁ ବୃଦ୍ଧି ହୋଇଛି ଏବଂ ୭ ପ୍ରତିଶତ ମନ୍ତ୍ରୀ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆବର୍ଗରୁ ହୋଇଛନ୍ତି 

ର୍ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଓଡିଶା ବିଜେପି ସୁଭଦ୍ରା ଯୋଜନା ମହିଳାମାନଙ୍କୁ ଆର୍ôଥକ ଭାବେ ସଶକ୍ତ କରିବା ପାଇଁ ଓ ସ୍ୱଂୟ ସହାୟକ ଗୋଷ୍ଠୀର ୨୫ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ସଂକଳ୍ପ ନେଇଛି । ଭାଜପା ଓଡିଶାର ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ରାଷ୍ଟ୍ରପତି କରିଛି ଏବଂ ପ୍ରତ୍ୟେକ ଓଡିଶାବାସୀ ଏହା ଉପରେ ଗର୍ବ କରନ୍ତି । ଯେତେବେଳେ ଓଡିଶାରେ ଓଡିଆ ସଂସ୍କୃତି କୁ ଜୀଉଁଥିବା ଓ ଏହି ସଂସ୍କୃତି ପ୍ରତି ସମର୍ପିତ ଥିବା ବ୍ୟକ୍ତି ଭାଜପାର ମୁଖ୍ୟମନ୍ତ୍ରୀ ହେବ ତେବେ ଏଠାକାର ଜନତାଙ୍କ ସମସ୍ୟାର ଦ୍ରୁତ ଗତିରେ ସମାଧାନ ହେବ । ଓଡିଶାର ଯୁବକମାନଙ୍କ ମଧ୍ୟରେ ପ୍ରତିଭାର କୌଣସି ଅଭାବ ନାହିଁ । ମୁଁ ଓଡିଶାର ଯୁବକମାନଙ୍କ ପ୍ରତିଭା ଦେଖିଛି ଏଥିପାଇଁ ମୋର ବିଶ୍ୱାସ ଅଛି ଯେ ଯଦି ଏଠାକାର ଯୁବକଙ୍କୁ ସୁଯୋଗ ମିଳେ ତେବେ ଓଡିଶାକୁ ଦେଶର ଏକ ନମ୍ବର କରାଯାଇପାରିବ । ୫ ବର୍ଷରେ ଭାଜପା ସରକାର ଓଡିଶାକୁ ଦେଶର ଏକ ନମ୍ବର ରାଜ୍ୟ କରିବ ଓ ଏହାର ମୋଦୀର ଗ୍ୟାରେଣ୍ଟି । ଭାଜପାର ପରିଚୟ ସୁଶାସନ ଅଟେ ଏଥିପାଇଁ ଭାଜପା ଶାସିତ ରାଜ୍ୟମାନଙ୍କରେ ବିକାଶ ନୂଆ ଗତିରେ ହେଉଛି । ଭାଜପା ଘୋଷଣା କରିଛି ଯେ ଓଡିଶାରେ ସରକାର ଗଢିବାର ଦ୍ୱିତୀୟ ଦିନରେ ୩୧୦୦ ଟଙ୍କା ପ୍ରତି କ୍ୱିଣ୍ଟାଲରେ ଧାନ କିଣାଯିବ । 

ଶ୍ରୀ ମୋଦୀ କହିଛନ୍ତି ଯେ ଛତିଶଗଡରେ ଭାଜପା ସରକାର ଫେରିବା ପରେ ବିକାଶ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି , ଆଜି ଛତିଶଗଡର ସରକାରକୁ ଜଣେ ଆଦିବାସୀ ପୁଅ ଚଲାଉଛି ଏବଂ ଭାଜପା ଛତିଶଗଡକୁ ସଜାଉଛି । ସେହିପରି ଓଡିଶାରେ ଭାଜପାର ଡବଲ ଇଞ୍ଜିନର ସରକାର ଗଠନ ହେଲେ ଓଡିଶା ମଧ୍ୟ ଦ୍ରୁତ ଗତିରେ ବିକାଶ ଆଡକୁ ଚାଲିବ । ମୋଦୀ ଓଡିଶାର ସାମୁଦ୍ରିକ ସାମର୍ଥ୍ୟକୁ ବଢାଇବା ପାଇଁ କାମ କରୁଛି । ଭାଜପାର ଫୋକସ୍ ଓଡିଶାର କୋଷ୍ଟାଲ ଇକୋନୋମି ଉପରେ ରହିଛି ଏବଂ ପ୍ରତ୍ୟେକ କ୍ଷେତ୍ରରେ ଅଧିକ ନିବେଶ କରାଯାଉଛି । ଭାଜପା ବୋଟ୍ ଗୁଡିକୁ ଆଧୁନିକ କରିବା ପାଇଁ ସବସିଡି ଦେଇଛି , ମତ୍ସ୍ୟଜୀବୀମାନଙ୍କୁ ପ୍ରଥମ ଥର କିଷାନ କ୍ରେଡିଟ୍ କାର୍ଡ ଦେଇଛି ଏବଂ ସାଗରମାଳା ଯୋଜନାରେ ଓହିଶାରେ କୋଟି କୋଟି ଟଙ୍କାର କାମ ହୋଇଛି । ମତ୍ସ୍ୟଜୀବୀମାନଙ୍କ ସୁରକ୍ଷା ଓ ସମୃଦ୍ଧି ଭାଜପା ପାଇଁ ସର୍ବୋପରି ଅଟେ । ଭାଜପା କୋଷ୍ଟାଲ ସର୍କିଟ୍ ଯୋଜନାରେ ବିଚ୍ ଟୁରିଜିମ୍ ର ବିସ୍ତାର ଉପରେ ମଧ୍ୟ କାମ କରୁଛି । ଭାଜପା ଗଞ୍ଜାମ ଜିଲ୍ଲାକୁ ଦେଶର ସବୁଠୁ ଆକର୍ଷକ ପର୍ଯ୍ୟଟନ ସ୍ଥଳ କରିବା ପାଇଁ ପ୍ରୟାସ କରୁଛି । ଓଡିଶା ଭାଜପା ରାଜ୍ୟକୁ ଦେଶର ଶୀର୍ଷ ୩ ପର୍ଯ୍ୟଟନ ରାଜ୍ୟ ମଧ୍ୟରେ ଆଣିବାକୁ ସଂକଳ୍ପ ନେଇଛି , ଯାହାଦ୍ୱାରା ଏଠାରେ ଯୁବକଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି ହେବ । ଆଜି ମୋଦୀ ବିକଶିତ ଓଡିଶା , ବିକଶିତ ଭାରତର ସଂକଳ୍ପ ନେଇ ଚାଲୁଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଜନ ସମୁଦ୍ରଙ୍କୁ ସ୍ଥାନୀୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀମାନଙ୍କୁ ବହୁମତରେ ବିଜୟୀ କରି ଦେଶରେ ମୋଦୀ ସରକାର ଓ ରାଜ୍ୟରେ ଭାଜପା ସରକାର ଗଢିବାକୁ ଆହ୍ୱାନ ଦେଇଛନ୍ତି । 

ଏହି କାର୍ଯ୍ୟକ୍ରମ ଗୁଡିକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀ , ଆସ୍କା ଲୋକସଭା ପ୍ରାର୍ଥୀ ଶ୍ରୀମତୀ ଅନୀତା ଶୁଭଦର୍ଶିନୀ ଏବଂ ନବରଙ୍ଗପୁର ପ୍ରାର୍ଥୀ ବଲଭଦ୍ର ମାଝୀ ଏବଂ ଅନ୍ୟ ନେତାମାନେ ମଞ୍ଚରେ ଉପସ୍ଥିତ ଥିଲେ ।

Author Image

RELATED NEWS

Recent Posts

The Independence:ପାଣ୍ଡିଆନଙ୍କ-ରାଜନୈତିକ-ଅଭିଳାଷକୁ-ଚରିତାର୍ଥ-କରିବା-ପାଇଁ-ବିଜେଡିର-ମ୍ୟାନିଫେଷ୍ଟୋ-ଆସିଛି-ଅନିଲ-ବିଶ୍ୱାଳ

ପାଣ୍ଡିଆନଙ୍କ-ରାଜନୈତିକ-ଅଭିଳାଷକୁ-ଚରିତାର୍ଥ-କରିବା-ପାଇଁ-ବିଜେଡିର-ମ୍ୟାନିଫେଷ୍ଟୋ-ଆସିଛି-ଅନିଲ-ବିଶ୍ୱାଳ

The Independence:Prime-Minister-Modi-will-come-to-Odisha-tomorrow

କାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

The Independence:Naveen-Bishnudev-Sai-has-not-done-anything-new-for-the-development-of-Odisha

ଓଡ଼ିଶାର ବିକାଶ ପାଇଁ ନୂଆ କିଛି କରିନାହାନ୍ତି ନବୀନ –ବିଷ୍ଣୁଦେବ ସାଏ

The Independence:Union-Ministers-response-to-allegations-of-BJP-breaking-BJD

ବିଜେଡିକୁ ବିଜେପି ଭାଙ୍ଗି ଦେବା ଅଭିଯୋଗ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା

The Independence:BJP-delegation-met-the-Chief-Electoral-Officer-of-the-state

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:The-Union-Minister-went-door-to-door-in-Sambalpur

ସମ୍ବଲପୁରରେ ଘର ଘର ବୁଲି ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ

The Independence:Hundreds-of-BJJ-leaders-and-workers-from-Bari-constituency-joined-the-BJP

ବରୀ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀ ବିଜେପିରେ ଯୋଗ ଦେଲେ

The Independence:BJP-delegation-met-the-Chief-Electoral-Officer-of-the-state

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:PMs-press-conference-in-Sambalpur-with-Modi-guarantee-and-Odisha-resolution-letter

ମୋଦୀ ଗ୍ୟାରେଣ୍ଟି ଏବଂ ଓଡ଼ିଶା ସଂକଳ୍ପ ପତ୍ର ନେଇ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରେସମିଟ୍

The Independence:BJG-government-will-end-Baijayant-Panda

ବିଜେଡି ସରକାରର ଅନ୍ତ ହେବ: ବୈଜୟନ୍ତ ପଣ୍ଡା

The Independence:BJC-candidate-Pranab-Das-showed-2-in-Arts-in-2009-while-science-student-showed-2-in-2024-is-ridiculous-Thachanambar-Acharya

ବିଜେଡି ପ୍ରାର୍ଥୀ ପ୍ରଣବ ଦାସ ସତ୍ୟପାଠରେ ୨୦୦୯ରେ +୨ କଳା ଦେଖାଇଥିବା ବେଳେ ୨୦୨୪ରେ +୨ ବିଜ୍ଞାନ ଛାତ୍ର ଦେଖାଇବା ହାସ୍ୟାସ୍ପଦ: ପିତାମ୍ବର ଆଚାର୍ଯ୍ୟ

The Independence:Union-Minister-in-Sambalpur-at-the-merger-festival

ସମ୍ବଲପୁରରେ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ

The Independence:ରାଜ୍ୟ-ମୁଖ୍ୟ-ନିର୍ବାଚନ-ଅଧିକାରୀଙ୍କୁ-ଭେଟିଲା-ବିଜେପି-ପ୍ରତିନିଧିମଣ୍ଡଳୀ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:June-4-Expiry-date-of-BJG-Govt---Prime-Minister

ଜୁନ୍ ୪ ବିଜେଡି ସରକାରର ଏକ୍ସପାୟରୀ ଡେଟ୍ – ପ୍ରଧାନମନ୍ତ୍ରୀ

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Cow-Slaughtering-Beef-Smuggling-in-Odisha-High

Odisha : ବୃଦ୍ଧି ପାଇବାରେ ଲାଗିଛି ଗୋମାଂସ ଚୋରାଚାଲାଣ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା