ଆଠଗଡ ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଗୋମାଂସ ଚୋରାଚାଲାଣ। ଆଜି ୧୫ ଟନରୁ ଉର୍ଦ୍ଧ୍ୱ କଟା ଗୋମାଂସ ନେଇ ବଡ଼ମ୍ବା ଆଡୁ ଆସୁଥିବା ଆଇଚର ଟ୍ରକକୁ ଜବତ କଲା ଖୁଣ୍ଟୁଣୀ ପୋଲିସ । ଚାଳକ ଓ ହେଲପର ଗିରଫ ହୋଇଥିବା ସୂଚନା । ତିଗିରିଆ ଆଡୁ ପଶ୍ଚିମବଙ୍ଗ ଯାଉଥିବା ଏକ ଗୋ ମାଂସ ବୋଝେଇ ଆଇଚର ଟ୍ରକ MH 25 AK -7864କୁ ଆଜି ଭୋରୁ ଖୁଣ୍ଟୁଣୀ ପୋଲିସ ଜବତ କରିଛି । ଏଥିରେ ସମ୍ପୃକ୍ତ ଚାଳକ ଓ ହେଲପରକୁ ପୋଲିସ ଗିରଫ କରିଛି ।
ପୋଲିସ ଏସଆଇ ବିକାଶ ସେଠୀଙ୍କ ସୂତ୍ରରୁ ପ୍ରକାଶ ଯେ ୧୦ ଟନରୁ ଉର୍ଦ୍ଧ କଟା ଯାଇଥିବା ଗୋରୁ ମାଂସ ନେଇ ବଡମ୍ବା ରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ଏହି ଗୋମାଂସ ଖୁଣ୍ଟୁଣୀ ଆଡେ ଆସୁଥିବା ଖବର ଖୁଣ୍ଟୁଣୀ ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆ ପାଇଥିଲେ । ସେ ତୁରନ୍ତ ଏହି ଗାଡିକୁ ଅଟକାଇବାକୁ ପେଟ୍ରୋଲିଂ କରୁଥିବା ଏସଆଇ ବିକାଶ ସେଠୀଙ୍କୁ କହିଥିଲେ । ସେଠି ଏହି ଗାଡିକୁ ଜଗି ରହିଥିବା ବେଳେ ଗାଡି ପହଁଚିବା ମାତ୍ରେ ତାକୁ ଅଟକାଇ କାବୁ କରିଥିଲେ ।
ଆଠଗଡ଼ରୁ ଭେଟେନାରୀ ସର୍ଜନ ଆସିବାସ ପରେ ସମସ୍ତ ମାଂସ ମାଟିରେ ପୋତାଯିବ ବୋଲି ସେଠି କହିଛନ୍ତି । ତେବେ ବଡ଼ମ୍ବା ରୁ ଖୁଣ୍ଟୁଣୀ ପର୍ଯ୍ୟନ୍ତ ଆସୁଥିବା ଏହି ଗୋମାଂସ ବୋଝେଇ ଟ୍ରକ ୪ ଟି ଥାନା ଦେଇ ଆସୁଥିବା ବେଳେ ସେଠାରେ କାହିଁକି ପୋଲିସ ଜବତ କରୁନି ୫ ଟି ଥାନା ଅତିକ୍ରମ କରିବା ପରେ ଖୁଣ୍ଟୁଣୀ ରେ ଜବତ କରାଯାଉଛି ତାହାକୁ ନେଇ ସାଧାରଣରେ ପୋଲିସ ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।