The Independence:Union-Minister-in-Sambalpur-at-the-merger-festival

 ସାଢେ ୪ କୋଟି ଓଡ଼ିଆଙ୍କ ଉନ୍ନତି ଆମର ସ୍ୱପ୍ନ – ଧର୍ମେନ୍ଦ୍ର ପ୍ରଧାନ

• ମୂଳ ପ୍ରସଙ୍ଗ ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଏବଂ ଓଡ଼ିଆଙ୍କ ଭବିଷ୍ୟତ

• ପାନୀୟ, ଜଳସେଚନ, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ରୋଜଗାର ସହ ଲୋକଙ୍କୁ ସବୁ ସୁବିଧା ଦେବା ସ୍ୱପ୍ନ

• ଜଣେ ଭଡ଼ାଟିଆ ନେତା ନିଜ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟବହାର କରୁଛନ୍ତି 

• କିଛି ଅଣଓଡ଼ିଆ ଅଧିକାରୀ ଓଡ଼ିଶାର ଗଣତନ୍ତ୍ରକୁ ନଷ୍ଟ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି

• ନାଚ, ଗୀତ ପାଇଁ ପଇସା ଅଛି କିନ୍ତୁ ଶିକ୍ଷା ବ୍ୟବସ୍ଥାକୁ ଦୃଢ କରିବାକୁ ଟଙ୍କା ନାହିଁ

• କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗଦେଲେ ନିର୍ବାଚନମଣ୍ଡଳୀର ଅନେକ ଯୁବ ସମର୍ଥକ 

ସମ୍ବଲପୁର, ମଇ ୬ –  ଆମର ଏଠାରେ ବିଧାୟକ ଓ ସାଂସଦ ହେବାର ସ୍ୱପ୍ନ ମାହିଁ । ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ନାହିଁ । ସାଢେ ୪ କୋଟି ଲୋକଙ୍କ ଜୀବନ ଧାରଣର ମାନ କିପରି ଉନ୍ନତ ହେବ, ତାହା ଆମର ମୁଖ୍ୟ ସ୍ୱପ୍ନ ବୋଲି ସୋମବାର ସମ୍ବଲପୁରରେ ଆୟୋଜିତ ମିଶ୍ରଣ ପର୍ବରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଚଳଚଞ୍ଚଳ ଅବସ୍ଥାରେ ନାହାନ୍ତି । ଜଣେ ଭଡ଼ାଟିଆ ନିଜ ଉଦ୍ଦେଶ୍ୟ ଚରିତାର୍ଥ କରିବା ପାଇଁ ବ୍ୟବହାର କରୁଛନ୍ତି । ଆଜିର ମୂଳ ପ୍ରଶ୍ନ ହେଉଛି ଓଡ଼ିଶାର ନେତୃତ୍ୱ କିଏ ନେବ ? ଓଡ଼ିଆ ଲୋକ ନେବ ନା ବାହାରର ନେତା । ମୂଳ ପ୍ରସଙ୍ଗ ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ଓଡ଼ିଆଙ୍କ ଭବିଷ୍ୟତ । ପ୍ରଧାନମନ୍ତ୍ରୀ ଏହିକଥା କହିବା କାରଣରୁ ଗୁମାସ୍ତା ତାଙ୍କୁ ଗାଳି ଓ ଅପମାନିତ କରୁଛି । ମୋଦୀ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ । ଜୁନ୍ ୧୦ରେ ରାଜ୍ୟରେ ବିଜେପି ସରକାର ହେବ । ମୋଦୀ ଯାହା କହନ୍ତି ତାହା କରନ୍ତି । ଏହା ସମସ୍ତଙ୍କୁ ଜଣା । ଖାଲି ଭଡ଼ାଟିଆ ଜାଣିପାରୁନି । ପ୍ଲେନରେ ଭିଡିଓ କରି ଦିବାସ୍ୱପ୍ନ ବୋଲି କହୁଛନ୍ତି । ଅପରପକ୍ଷରେ ଓଡ଼ିଶାବାସୀଙ୍କୁ ସୁବିଧା ଦେବା ପାଇଁ ବିଜେପି ପାଖରେ ସ୍ୱପ୍ନ ଅଛି । ଓଡ଼ିଶାରେ ପାନୀୟ, ଜଳସେଚନ ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ରୋଜଗାର ଦେବା ପାଇଁ ବିଜେପି ଆଖିରେ ସ୍ୱପ୍ନ ଅଛି ।  

ଯେଉଁମାନେ ସରକାର ଦାୟିତ୍ୱରେ ଅଛନ୍ତି ସେମାନେ ବ୍ୟାପକ ଓଡ଼ିଶା ବିରୋଧୀ କାମରେ ଲିପ୍ତ ଥିବାରୁ ଲୋକଙ୍କ ମଧ୍ୟରେ ଆକ୍ରୋଶ ରହିଛି । ଆଜି ପଞ୍ଚାୟତିରାଜ ବ୍ୟବସ୍ଥା ଧ୍ୱସ୍ତ । ନାମକୁ ମାତ୍ର କ୍ଷମତା ଦିଆଯାଇଛି । ଶିକ୍ଷକମାନଙ୍କର ତଣ୍ଟି ଚିପା ଯାଉଛି । ନାଚ, ଗୀତ ପାଇଁ ପଇସା ଅଛି । କିନ୍ତୁ ଶିକ୍ଷା ବ୍ୟବସ୍ଥାକୁ ଦୃଢ କରିବା ପାଇଁ ଟଙ୍କା ନାହିଁ । ଡାକ୍ତର ନାହାନ୍ତି । ରୋଜଗାର ନାହିଁ । ୨୪ ବର୍ଷ ଯେଉଁମାନଙ୍କ ହାତରେ ଶାସନ ରହିଲା, ସେମାନଙ୍କ ଶାସନରେ  ୬୦ ପ୍ରତିଶତ ଶିଶୁ ଓ ୬୬ ପ୍ରତିଶତ ମହିଳାଙ୍କ ଦେହରେ ରକ୍ତହୀନତା ଦେଖାଯାଇଛି । ଗୁମାସ୍ତା କହୁଛନ୍ତି ଆମେ କଥା କହୁନାହିଁ, କାମ କରୁଛୁ । ଏହା କଣ କରିବାର ନମୁନା ?  ଓଡ଼ିଶା ଏବେ ପରିବର୍ତ୍ତନ ମୁହାଁ । ବିଜେଡି ପାଖରେ କିଛି ପ୍ରସଙ୍ଗ ନାହିଁ । ମୂଳ ପ୍ରଶ୍ନର ଉତ୍ତର ଦେଉନାହାନ୍ତି । କିଛି ଅଣଓଡ଼ିଆ ଅଧିକାରୀ ଓଡ଼ିଶାର ଗଣତନ୍ତ୍ରକୁ ନଷ୍ଟ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ଲୋକଙ୍କ ତଣ୍ଟି  ଚିପି, ଲୁଟ୍ କରି ଅମାପ ଧନ ରଖିଥିବା ଶାସକ ଦଳର ନେତାମାନେ ଖର୍ଚ୍ଚ କରି ଲୋକଙ୍କ ମତ ବଦଳାଇଦେବେ ବୋଲି ଭାବୁଛନ୍ତି । ବିଜେପି ଏହି କାମକୁ କେବେ ହେଲେ କରାଇ ଦେବ ନାହିଁ ବୋଲି ସେ କହିଛନ୍ତି । 

ଏହି ମିଶ୍ରଣ ପର୍ବରେ ଅନେକ ଯୁବବର୍ଗ ବିଜେପିରେ ସାମିଲ ହୋଇଥିଲେ । ସବୁବେଳେ ଏକ ହୋଇ କାମ କରିବା ସହ ନରେନ୍ଦ୍ର ମୋଦୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଶ୍ରୀ ପ୍ରଧାନ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ 

Author Image

RELATED NEWS

Recent Posts

The Independence:ପାଣ୍ଡିଆନଙ୍କ-ରାଜନୈତିକ-ଅଭିଳାଷକୁ-ଚରିତାର୍ଥ-କରିବା-ପାଇଁ-ବିଜେଡିର-ମ୍ୟାନିଫେଷ୍ଟୋ-ଆସିଛି-ଅନିଲ-ବିଶ୍ୱାଳ

ପାଣ୍ଡିଆନଙ୍କ-ରାଜନୈତିକ-ଅଭିଳାଷକୁ-ଚରିତାର୍ଥ-କରିବା-ପାଇଁ-ବିଜେଡିର-ମ୍ୟାନିଫେଷ୍ଟୋ-ଆସିଛି-ଅନିଲ-ବିଶ୍ୱାଳ

The Independence:Prime-Minister-Modi-will-come-to-Odisha-tomorrow

କାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

The Independence:Naveen-Bishnudev-Sai-has-not-done-anything-new-for-the-development-of-Odisha

ଓଡ଼ିଶାର ବିକାଶ ପାଇଁ ନୂଆ କିଛି କରିନାହାନ୍ତି ନବୀନ –ବିଷ୍ଣୁଦେବ ସାଏ

The Independence:Union-Ministers-response-to-allegations-of-BJP-breaking-BJD

ବିଜେଡିକୁ ବିଜେପି ଭାଙ୍ଗି ଦେବା ଅଭିଯୋଗ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା

The Independence:BJP-delegation-met-the-Chief-Electoral-Officer-of-the-state

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:The-Union-Minister-went-door-to-door-in-Sambalpur

ସମ୍ବଲପୁରରେ ଘର ଘର ବୁଲି ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ

The Independence:Hundreds-of-BJJ-leaders-and-workers-from-Bari-constituency-joined-the-BJP

ବରୀ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀ ବିଜେପିରେ ଯୋଗ ଦେଲେ

The Independence:BJP-delegation-met-the-Chief-Electoral-Officer-of-the-state

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:PMs-press-conference-in-Sambalpur-with-Modi-guarantee-and-Odisha-resolution-letter

ମୋଦୀ ଗ୍ୟାରେଣ୍ଟି ଏବଂ ଓଡ଼ିଶା ସଂକଳ୍ପ ପତ୍ର ନେଇ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରେସମିଟ୍

The Independence:BJG-government-will-end-Baijayant-Panda

ବିଜେଡି ସରକାରର ଅନ୍ତ ହେବ: ବୈଜୟନ୍ତ ପଣ୍ଡା

The Independence:BJC-candidate-Pranab-Das-showed-2-in-Arts-in-2009-while-science-student-showed-2-in-2024-is-ridiculous-Thachanambar-Acharya

ବିଜେଡି ପ୍ରାର୍ଥୀ ପ୍ରଣବ ଦାସ ସତ୍ୟପାଠରେ ୨୦୦୯ରେ +୨ କଳା ଦେଖାଇଥିବା ବେଳେ ୨୦୨୪ରେ +୨ ବିଜ୍ଞାନ ଛାତ୍ର ଦେଖାଇବା ହାସ୍ୟାସ୍ପଦ: ପିତାମ୍ବର ଆଚାର୍ଯ୍ୟ

The Independence:Union-Minister-in-Sambalpur-at-the-merger-festival

ସମ୍ବଲପୁରରେ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ

The Independence:ରାଜ୍ୟ-ମୁଖ୍ୟ-ନିର୍ବାଚନ-ଅଧିକାରୀଙ୍କୁ-ଭେଟିଲା-ବିଜେପି-ପ୍ରତିନିଧିମଣ୍ଡଳୀ

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

The Independence:June-4-Expiry-date-of-BJG-Govt---Prime-Minister

ଜୁନ୍ ୪ ବିଜେଡି ସରକାରର ଏକ୍ସପାୟରୀ ଡେଟ୍ – ପ୍ରଧାନମନ୍ତ୍ରୀ

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Cow-Slaughtering-Beef-Smuggling-in-Odisha-High

Odisha : ବୃଦ୍ଧି ପାଇବାରେ ଲାଗିଛି ଗୋମାଂସ ଚୋରାଚାଲାଣ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା