– ଅଲ ଇଣ୍ଡିଆ ଅନ୍ନା ଡିଏମକେର ରାଜ୍ୟସଭା ସାଂସଦ ମୋହମ୍ମଦ ଜନ ରାଜ୍ୟସଭାରେ ସିଏବି ସମର୍ଥନରେ ଭୋଟ ଦେଇଥିବା କାରଣରୁ ଜମାତ ଫେଡେରେସନ ତାଙ୍କୁ ନିଷ୍କାସିତ କରି ଦେଇଛି ।
ମିଳିଥିବା ସୂଚନା ଅନୁସାରେ ମୋହମ୍ମଦ ଏହି ସଂଗଠନର ପାଟ୍ରନ ଭାବେ 2010ରୁ ରହି ଆସିଥିଲେ । ହେଲେ ଏହି ବିଲକୁ ସମର୍ଥନ କରିବା କାରଣରୁ କଟ୍ଟରପନ୍ଥୀ ମୁସଲମାନ ମାନେ ତାଙ୍କୁ ଏହି ସଂଗଠନରୁ ବାହାର କରି ଦେଇଛନ୍ତି । ସେ ମୁସଲମାନ ମାନଙ୍କୁ ଅପମାନ କରିଥିବା ଅଭିଯୋଗ କରି ଏହି ନିଷ୍କାସନ କରାଯାଇଛି ।