ତେଲେଙ୍ଗାନାର ଆଦିଲାବାଦରେ ଦିଲ୍ଲୀରୁ ତବଲିକ ଜମାତରୁ ଫେରିଥିବା ଜଣେ ଡାକ୍ତରଙ୍କର ଅବହେଳା ବିଷୟରେ ଜଣାପଡ଼ିବା ପରେ ସହରରେ ଆତଙ୍କର ପରିବେଶ ଦେଖାଦେଇଛି । ତବଲିକ ଜମାତ କାର୍ଯ୍ୟକ୍ରମରୁ ଫେରି ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସର ଜଣେ ଡାକ୍ତର ଗତ ୧୫ଦିନ ମଧ୍ୟରେ ଏକ ହଜାରରୁ ଉର୍ଦ୍ଧ୍ୱ ରୋଗୀଙ୍କୁ ଦେଖିସାରିଛନ୍ତି । ଶନିବାର ଗୋଟିଏ ଦିନରେ ସହରର ୧୦ ଜଣଙ୍କର ପଜେଟିଭ ବାହାରିଥିଲା । ଏହାଦ୍ୱାରା ପ୍ରଶାସନର ଚିନ୍ତା ବଢ଼ିଯାଇଛି । ପୋଲିସ ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ସହ ତାଙ୍କୁ କ୍ୱାରେଂଟାଇନ ୱାର୍ଡ଼କୁ ପଠାଇ ଦିଆଯାଇଛି ।
ମିଳିଥିବା ସୂଚନା ଅନୁସାରେ ସମ୍ପୃକ୍ତ ଡାକ୍ତର ତବଲିକ ଜମାତର କାର୍ଯ୍ୟକ୍ରମରୁ ଗତ ୧୭ ମାର୍ଚ୍ଚରେ ଫେରିଥିଲେ । ଏହାପରେ ଡାକ୍ତର ପ୍ରଶାସନକୁ ସୂଚନା ନଦେଇ ୧୫ଦିନ ଯାଏଁ ହଜାର ହଜାର ରୋଗୀଙ୍କର ଆଖି ଚିକିତ୍ସା କରିଥିଲେ । ଏ ସମ୍ପର୍କରେ ଜଣାପଡ଼ିଲା ପରେ ପୋଲିସ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ।