The Independence:Anti-India-Activities-in-Canada

ଦୀପାବଳି ଉତ୍ସବ ପାଳନ ସମୟରେ କାନାଡାରେ ଭାରତ ବିରୋଧୀ ଗୋଷ୍ଠୀ ହଙ୍ଗାମା କରିଥିବା ଦେଖିବାକୁ ମିଳିିଛି । ଏହା ପୂର୍ବରୁ ସେଠାକାର ଖାଲିସ୍ଥାନୀ ସମର୍ଥକମାନେ ବାପ୍‌ସ ମନ୍ଦିର ପାଚେରୀରେ ହିନ୍ଦୁ ବିରୋଧୀ ସ୍ଲୋଗାନମାନ ଲେଖିଥିଲେ । ମନ୍ଦିରର ପ୍ରବେଶ ଦ୍ୱାରରେ ଖାଲିସ୍ଥାନକୁ ସମର୍ଥନ କରିବାକୁ ଆହ୍ୱାନ ଦେଇ ଲେଖିଥିଲେ । କାନାଡାରେ ହିନ୍ଦୁ ବିରୋଧୀ ପ୍ରଚାର ପଛରେ ପାକ୍ ଯୋଜନାରେ ଏକ ସଂଗଠିତ ଷଡଯନ୍ତ୍ର ଇସଲାମିକ ଗୋଷ୍ଠୀ ପକ୍ଷରୁ ଚାଲୁରହିଛି । ଏମାନେ ଖାଲିସ୍ଥାନୀମାନଙ୍କ ସହ ମିଶି ହିନ୍ଦୁ ଓ ଭାରତ ବିରୋଧୀ ପ୍ରଚାର  ଖୁବ୍ ଚଳାଇଛନ୍ତି । ଏମିତି ଏକ ସଂଗଠନ ଜଷ୍ଟିସ୍ ଫର୍ ଅଲ୍ କାନାଡା ୨୦୧୨ରେ ବର୍ମା ଟାସ୍କଫୋର୍ସ ଗୋଷ୍ଠୀ ଆରମ୍ଭ କରିଥିଲେ । କାନାଡାର ସରକାରୀ କଳରେ ଭାରତ ବିରୋଧୀ ବିଚାର ପ୍ରତିଷ୍ଠା କରିବା ପାଇଁ ଏମାନେ କାର୍ଯ୍ୟ କରୁଛନ୍ତି ।

ସେଠାରେ ଉଇଘୂର ବ ।ଅ, କାଶ୍ମିର ବ ।ଅ, ଭାରତ ବ ।ଅ, ଶ୍ରୀଲଙ୍କା ଟାସ୍କ ଫୋର୍ସ, ସବିର ଶାହକୁ ମୁକ୍ତକର ପରି କାର୍ଯ୍ୟକ୍ରମ ଚଳାଇ ଆସିଛନ୍ତି । ପାକିସ୍ଥାନର ସନ୍ତ୍ରାସୀ ନେତା ଜମାତ-ଉଦ-ଦାୱାର ମୁଖ୍ୟ ହାଫିଜ୍ ସୟିଦ ସହ ସଂପର୍କ ରଖି ପାକ୍‌ରୁ  ହାୱାଲା ମାଧ୍ୟମରେ ଅର୍ଥଆଣି ଜାମ୍ମୁ ଓ କାଶ୍ମିରରେ ଅସ୍ଥିରତା ସୃଷ୍ଟି କରିବା ଅଭିଯୋଗ ଯୋଗୁ ୨୦୧୯ରେ ଜାତୀୟ ଅନୁସନ୍ଧାନକାରୀ  ସଂସ୍ଥା (ଏନ୍‌ଆଇଏ) ସବିରକୁ ଗିରଫ କରି ଜେଲରେ ରଖି ଆସିଛନ୍ତି । କାନାଡାରେ ଏହି ପ୍ରଚାର ପଛରେ ଜେଏଫ୍‌ଏ କାନାଡାର ତଜୀନ ହସନ ନାମରେ ଜଣେ ମହିଳା ସାମ୍ବାଦିକ ରହିଛି । ବ୍ରିଟେନରେ ଏକ ଆଇନସଂସ୍ଥା ଷ୍ଟୋକ୍ ହ୍ୱାଇଟ୍ କନ୍‌ସଲଟାନ୍ସୀ ପାଇଁ ଲେଖୁଥିବା ହସନ କାଶ୍ମିରରେ ଗଣହତ୍ୟା ଚାଲିଥିବା କହି ଭାରତ ବିରୋଧୀ ପ୍ରଚାର ଚଳାଇଛି । ଏହି ଆଇନ ପରାମର୍ଶଦାତା ସଂସ୍ଥାର ମାଲିକ ମଧ୍ୟ ଅନ୍ୟ ଜଣେ ତୁର୍କୀ ମୁସଲମାନ ହକନ କାମୁଜ । ସେ ବ୍ରିଟେନରେ ରହି ତୁର୍କୀର ରାଷ୍ଟ୍ରପତି ତୟିପ ଏର୍ଦୋଗାନ ଏବଂ ତାଙ୍କ ପୁଅ  ବିଲାଲ ଏର୍ଦୋଗାନଙ୍କ ସମର୍ଥନରେ କାର୍ଯ୍ୟ କରିଆସୁଛି ।

୨୦୧୬ରେ ଶିଶୁ ଯୈାନ ମାମଲାରେ ସଂପୃକ୍ତ ରହିଥିବା ବ୍ରିଟେନର ମୁସଲିମ ସଂସ୍ଥା ଏନ୍‌ସାର ଫାଉଣ୍ଡେସନ ସହ ତାର ସଂଗଠନ ‘ମୁସିଆଦ ୟୁକେ’ ଏବଂ ‘ତୁର୍ଗେଭ’ର ସଂପର୍କ ରହିଛି । ତଜୀନ ଷ୍ଟୋକ୍ ହ୍ୱାଇଟ କନ୍‌ସଲଟାନ୍ସୀ ସହ ମିଶି ଭାରତର ସେନାମୁଖ୍ୟ ଏବଂ ଗୃହମନ୍ତ୍ରୀଙ୍କୁ ଗିରଫ କରିବା ପାଇଁ ବ୍ରିଟେନ ପୁଲିସ ନିକଟରେ ଅଭିଯୋଗ ଆଣିଥିଲା । ଆମେରିକା ଏବଂ କାନାଡାରେ ସମାନ ଢଙ୍ଗରେ କାର୍ଯ୍ୟାନୁଷ୍ଠାନ କରାଯିବାକୁ ସେ ନିଜେ ବ୍ଲଗରେ ଲେଖିଆସୁଛି । ଚଳିତବର୍ଷ ୧୦ ଫେବୃଆରୀ ୨୦୨୨ଦିନ ସରିମ ନାମକ ଏକ ସଂଗଠନ (ସାଉଥ୍ ଏସିଆ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ ଫର୍ ମାଇନୋରିଟିଜ୍‌୍‌) ପକ୍ଷରୁ ଆୟୋଜିତ ୱେବିନାର ‘ପାଶ୍ଚାତ୍ୟ ଜଗତରେ ହିନ୍ଦୁତ୍ୱ ପ୍ରଭାବର’ ନବୋଦୟ ଶୀର୍ଷକ ଆଲୋଚନାରେ ସେ ବକ୍ତବ୍ୟ ରଖି ହିନ୍ଦୁ ବିରୋଧୀ ଘୃଣାତ୍ମକ ମନ୍ତବ୍ୟମାନ ଦେଇଥିଲା । ‘ସରିମ୍‌’ ହେଉଛି ପାକିସ୍ଥାନର କରାଚୀର ସଂଗଠନ ଯାହା ଦକ୍ଷିଣ ଏସିଆର ପାକିସ୍ଥାନ, ଶ୍ରୀଲଙ୍କା, ବଙ୍ଗଳାଦେଶ, ନେପାଳ, ଆଫଗାନିସ୍ଥାନ, ମାଳଦ୍ୱୀପ, ଭୁଟାନ ଓ ଭାରତରେ ମାନବାଧିକାର ରକ୍ଷା ପାଇଁ କାର୍ଯ୍ୟ କରୁଥିବା କଥା କହିଥାଏ ।

ସଂସ୍ଥାର ୱେବସାଇଟ୍ ସରିଫଏମ୍‌ଡଟ୍‌ଓଆର୍‌ଜି ନାମରେ ୨୩ମଇ ୨୦୧୯ରେ ପାକିସ୍ଥାନର ସିନ୍ଧ ପ୍ରଦେଶରେ ପଞ୍ଜିକୃତ ହୋଇଥିଲା । କିନ୍ତୁ ଏହି ୱେବସାଇଟକୁ ଲକ୍ଷ୍ୟ କଲେ ଜଣାପଡିବ ଯେ ଏହା କହୁଥିବା ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡିକ ସଂପର୍କରେ ନୁହେଁ, ବରଂ ଭାରତ କୈନ୍ଦ୍ରୀକ ପ୍ରଚାର କରିଥାଏ । ଜୁଲାଇ ୨୦୨୦ରେ ‘ସରିମ’ ଅମ୍ରିକ ସିଂହ ଏବଂ ଅଲ୍‌ଇଣ୍ଡିଆ ବ୍ୟାକ୍‌ୱାର୍ଡ ଏଣ୍ଡ୍ ମାଇନୋରିଟୀ କମ୍ୟୁନିଟିଜ୍ ଏମ୍ଲୟିଜ୍ ଫେଡେରେସନର ଉପସଭାନେତ୍ରୀ ମନୀଷା ବାଙ୍ଗରଙ୍କୁ ଗୋଟିଏ ୱେବ ସେମିନାରକୁ ଡାକିଥିଲା, ଯେଉଁମାନେ ସିଧାସଳଖ ସେଠାକୁ ଯାଇପାରିନଥିଲେ । ଆମେରିକାରେ କାର୍ଯ୍ୟରତ ମୁସଲମାନଙ୍କ ସଂଗଠନ ଓଏମ୍‌ଏଫ୍‌ଆଇ ସଂଗଠନର ପରାମର୍ଶଦାତା ମଣ୍ଡଳୀରେ ଅମ୍ରିକ ସିଂହ ରହିଛି । ଶିରୋମଣି ଅକାଳୀ ଦଳର ମାନବାଧିକାର ଶାଖାର ତିନିଜଣ ଅଧ୍ୟକ୍ଷଙ୍କ ମଧ୍ୟରୁ ଅମ୍ରିକ ଜଣେ ।

ଜେଏଫ୍‌ଏ ବା ଜଷ୍ଟିସ୍ ଫର ଅଲ୍ କାନାଡା ସନ୍ତ୍ରାସବାଦୀ ଗୋଷ୍ଠୀ ସହ ସଂପର୍କରଖି ମାନବାଧିକାର କଥା କହିବାକୁ ଯାଇ ବିଶ୍ୱରେ ହ୍ୟୁମାନ କନ୍‌ସର୍ନ ଇ ରନେସନାଲ (ଏଚ୍‌ସିଆଇ) ଏବଂ ୟାକ୍ୱିନ ଇନ୍‌ଷ୍ଟିଚ୍ୟୁଟ ସହ କାର୍ଯ୍ୟ କରିଥାଏ । ଏଚ୍‌ସିଆଇ କାନାଡାରେ ୧୯୮୦ରେ ଏକ ଏନ୍‌ଜିଓ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା । ଏହି ସଂସ୍ଥା କୋରୋନା କାଳରେ ୧୭ ଏପ୍ରିଲ ୨୦୨୧ରେ ଏବଂ ୫ମଇ ୨୦୨୧ରେ ଦୁଇଟି ପ୍ରଚାର ଅଭିଯାନ ଚଳାଇଥିଲା । ଭାରତରେ ପ୍ରଚାର କାର୍ଯ୍ୟ ପାଇଁ ସଂସ୍ଥା ବିଦେଶରୁ ୧୮ହଜାର କାନାଡା ଡଲାର ସଂଗ୍ରହ କରିଥିଲା ।

ଅଲ-କାୟଦା ସନ୍ତ୍ରାସବାଦୀଙ୍କୁ ଅର୍ଥ ଦେବା ଅଭିଯୋଗରେ ପାକିସ୍ଥାନର ସରକାର ଏଚ୍‌ସିଆଇର ପାକିସ୍ଥାନ ମୁଖ୍ୟ ଅଲି ନୱାଜକୁ  ଜୁଲାଇ ୨୦୧୯ରେ ଗିରଫ କରିଥିଲେ । ଏପରିକି ଆଫଗାନିସ୍ଥାନର ପୂର୍ବତନ ପାକ୍ ରାଷ୍ଟ୍ରଦୂତ ରୁସ୍ତମ ଶାହ ମହମ୍ମଦଙ୍କ ବିରୋଧରେ ସନ୍ତ୍ରାସବାଦୀଙ୍କୁ ଅର୍ଥ ପ୍ରଦାନ ଅଭିଯୋଗ ଅଲି ନୱାଜକୁ ୨୦୧୯ରେ ଗିରଫ କରାଯିବା ପରେ ଜଣାପଡିଲା । ଏଚ୍‌ସିଆଇ ସଂସ୍ଥା ସହ ତାଙ୍କର ସଂପର୍କ ରହିଥିବା ବିଷୟ ପାକିସ୍ଥାନୀ ସମ୍ବାଦପତ୍ର ଡନ୍ ପ୍ରକାଶ କରିଥିଲା । ଫଳସ୍ୱରୂପ ୧୬ଜୁନ୍ ୨୦୨୦ରେ ଅଲି ନୱାଜ, ଶାହ ମହମ୍ମଦ, ମହମ୍ମଦ ନୟିମ, ଶାହିିରୁମ୍ ଖାଁ, ମହମ୍ମଦ ଫାରୁକ ଅୱନ, ମହମ୍ମଦ ତାୟବ ଆଦି ଗିରଫ ହୋଇଥିଲେ ।

ଇସଲାମିକ କାଉନସିଲ ଅଫ ନର୍ଥ ଆମେରିକା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଟେକ୍ସାସର ଇସଲାମିକ ସଂଗଠନ ୟାକ୍ୱିନ ଇନ୍‌ଷ୍ଟିଚ୍ୟୁଟର ସଂସ୍ଥାପକ ଶେଖ ଉମର ସୁଲେମାନ ନିୟମିତ ଭାଷଣ ଦେଇଥାଏ । ସେ ମୁସଲିମ ବ୍ରଦରହୁଡକୁ ଖୋଲାଖୋଲି ସମର୍ଥନ କରିଥାଏ ।  ପାକିସ୍ଥାନ ଏବଂ ମୁସଲିମ ବ୍ରଦରହୁଡ ପକ୍ଷରୁ କାଶ୍ମିର ସମସ୍ୟା ପାଇଁ ଆୟୋଜିତ ରସେଲ ଟ୍ରିବ୍ୟୁନାଲ କାର୍ଯ୍ୟକ୍ରମରେ ଓମର ସୁଲେମାନ ଅନ୍ୟତମ ଅତିଥିଭାବେ ଯୋଗ ଦେଇଥିଲା ।

୨ ଡିସେମ୍ବର ୧୯୯୭ରେ ବ୍ରିଟେନର ସାଉଣ୍ଡ ଭିଜନ ସଂସ୍ଥା ଏକ ଭିଡିଓ ପ୍ରସ୍ତୁତକାରୀ କମ୍ପାନୀ ଭାବେ କାର୍ଯ୍ୟାରମ୍ଭ କରିଥିଲା । ବ୍ରିଟେନର ଏକ ବେସରକାରୀ କମ୍ପାନୀ ଭାବେ ଲୁସିନେ  ଜେମ୍ସ ଲିମିଟେଡ୍ ନାମରେ ଏହା ପଞ୍ଜିକୃତ ହୋଇଥିଲା ।  ସଂଗଠନଟି ଜଣେ ଏଜେ ଦ୍ୱାରା ପ୍ରଥମେ ପଞ୍ଜିକୃତ ହୋଇଥିଲା, ଯିଏକି ଅଳ୍ପଦିନ ପରେ ଇସ୍ତଫା ଦେଇଥିଲେ । ନିର୍ଦ୍ଦେଶକ ମଣ୍ଡଳୀ ସଦସ୍ୟଙ୍କ ହାତରେ ସଂଗଠନ ସ ।ଳନ ରହିଲା । ୨ ଡିସେମ୍ବର ୧୯୯୭ରେ ଜହୁର ଅହମ୍ମଦ ନିଆଜି ସାଉଣ୍ଡ ଭିଜନର ବୋର୍ଡରେ ନିଯୁକ୍ତ ହୋଇଥିଲେ । ଅହମ୍ମଦ ନିଆଜି ନିଜେ ଜଣେ ଲଣ୍ଡନ ବାସୀ ପାକ୍ ସାମ୍ବାଦିକ । ୧୯୮୧ରେ ବ୍ରିଟେନକୁ ଯିବା ପୂର୍ବରୁ ନିଆଜି ଦି ଡେଲି ହୁରିୟାତରେ କାର୍ଯ୍ୟ କରୁଥିଲେ । ବ୍ରିଟେନର ସେ ଦୈନିକ ମିଲ୍ଲତ (ଲଣ୍ଡନ)ର ସଂପାଦକଭାବେ ନିଯୁକ୍ତି ପାଇଲେ । ସେ ସେ ର ଫର୍ ପାକିସ୍ଥାନ ଷ୍ଟଡିଜ୍ ଏବଂ ପାକିସ୍ଥାନ ପ୍ରେସ ଇ ରନେସନାଲରେ ମଧ୍ୟ ଯୋଗ ଦେଇଥିଲେ । ୧୯୮୩ରେ ସେ ଦୈନିକ ଜଙ୍ଗ୍ (ଲଣ୍ଡନ)ରେ ଯୋଗ ଦେଇଥିଲେ ।

ବ୍ରିଟେନର ସାଉଣ୍ଡ ଭିଜନର ଦ୍ୱିତୀୟ ନିର୍ଦ୍ଦେଶକ ଭାବେ ନିଯୁକ୍ତ ଅବଦୁଲ ମାଲିକ ୨୭ ଜାନୁଆରୀ ୧୯୯୮ରେ ଯୋଗ ଦେଇଥିଲେ । ଏବେ ସେ ସାଉଣ୍ଡ ଭିଜନ ଏବଂ ଜେଏଫ୍‌ଏ ଦାୟିତ୍ୱରେ ରହିଛନ୍ତି । ତୃତୀୟ ନିର୍ଦ୍ଦେଶକ ରୂପେ ୧ ଜୁଲାଇ ୧୯୯୮ରେ ତନବୀର ଖୁର୍ସିଦ ମାଲିକ ଯୋଗ ଦେଇଥିଲେ । ତନ୍‌ବୀର ମାଲିକ ହେଉଛନ୍ତି ଡକ୍ଟର ଖୁର୍ସିଦ ମାଲିକଙ୍କ ପୁଅ । ଖୁର୍ସିଦ ଏବେ ସାଉଣ୍ଡ ଭିଜନ ଏବଂ ଜେଏଫ୍‌ଏର ଦାୟିତ୍ୱରେ ରହିଥିଲେ । ସଂସ୍ଥାଟି ୨୦ ଫେବୃଆରୀ ୨୦୧୮ରେ ଭାଙ୍ଗିଯାଇଥିଲା ।

କାନାଡାରେ ଭାରତ ବିରୋଧୀ ପ୍ରଚାର ପାଇଁ ମୁସଲିମ ସଂଗଠନଗୁଡିକ କାନାଡାର ସ୍ଥାନୀୟ ଖାଲିସ୍ଥାନୀ ଗୋଷ୍ଠୀଙ୍କୁ ଉସ୍‌କାଇବା ସହ ଅର୍ଥ ଯୋଗାଣ ଜାରି ରଖିଛନ୍ତି । ଭାରତ ବିରୋଧୀ ପ୍ରଦର୍ଶନ ବେଳେ ପଗଡିବାଜ୍ ଏବଂ ଟୋପିବାଜ୍ ଗୋଷ୍ଠୀ ସଡକରେ ଏକାଠି ହେବା ଦେଖାଯାଉଛି । ଟ୍ରୁଡେଉଙ୍କ ସରକାରରେ ଖାଲିସ୍ଥାନୀ ଗୋଷ୍ଠୀର ଲୋକେ ଅଂଶୀଦାର ଥିବା ହେତୁ କ୍ଷମତାର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଚୁପ୍ ରହିବା ଦେଖାଯାଇଛି । ସନ୍ତ୍ରାସବାଦୀମାନଙ୍କ ପ୍ରତି କାନାଡା ସରକାରଙ୍କ ନୀରବ ସମର୍ଥନ  ବହୁ ପୁରୁଣା । ଅତୀତରେ ୨୩ ଅଗଷ୍ଟ ୧୯୮୫ରେ ଏୟାର ଇଣ୍ଡିଆର ‘କନିଷ୍କ’ ବିମାନକୁ ବବ୍‌ର ଖାଲସାର ସନ୍ତ୍ରାସବାଦୀମାନେ ବୋମା ବିସ୍ଫୋରଣ କରି ଆଟଲା ିକ ମହାସାଗରରେ ଖସାଇ ଦେଇଥିଲେ । ସେହି ଘଟଣାରେ ବିମାନରେ ଥିବା ଯାତ୍ରୀ ଏବଂ କର୍ମଚାରୀଙ୍କ ସମତେ ମୋଟ ୩୨୯ ଜଣ ମୃତ୍ୟୁବରଣ କରିଥିଲେ ।

ଯାତ୍ରୀଙ୍କ ମଧ୍ୟରେ ୨୪ ଭାରତୀୟଙ୍କ ସମେତ ୨୭ ବ୍ରିଟେନବାସୀ ରହିଥିଲେ । ବୋଇଂ ୭୪୭-୨୩୭ ବି ପଞ୍ଜିକୃତ ଏହି ବିମାନଟି ମ ି୍ରଲ -ଲଣ୍ଡନ-ଦିଲ୍ଲୀ -ମୁମ୍ବାଇ ମଧ୍ୟରେ ଚଳାଚଳ କରୁଥିଲା । ମ ି୍ରଲରୁ ଲଣ୍ଡନ ଆସିବା ବାଟରେ ୩୧ ହଜାର ଫୁଟ ଉଚ୍ଚରେ ଉଡୁଥିଲା ବେଳେ ବିମାନରେ ବୋମା ବିସ୍ପୋରଣ ହୋଇଥିଲା । ଏହି ଘଟଣା ପଛରେ କାନାଡାର ଶିଖ ସନ୍ତ୍ରାସବାଦୀ ଗୋଷ୍ଠୀ ରହିଥିଲେ । କାନାଡାର ୨୬୮ ନାଗରିକଙ୍କର ଏହି ବିସ୍ଫୋରଣରେ ମୃତ୍ୟୁ ହୋଇଥିଲା । ଘଟଣାର ଅନୁସନ୍ଧାନ ପାଇଁ ସୁପ୍ରିମକୋର୍ଟ ଜଷ୍ଟିସ ଜନ୍‌.ସି ମେଜରଙ୍କ ଅଧ୍ୟକ୍ଷତାରେ ଏକ କମିଶନ ୨୦୦୬ରେ ବସିଥିଲା । ୧୭ଜୁନ୍ ୨୦୧୦ରେ କମିଶନଙ୍କ ରିପୋର୍ଟ ପ୍ରକାଶ ପାଇଥିଲା । ସେଥିରେ କାନାଡା ସରକାର, ରୟାଲ କାନାଡା ପୁଲିସ, କାନାଡିଆନ ସିକ୍ୟୁରିଟୀ ଇେ ଲିଜେନ୍ସ ସର୍ଭିସେସ୍ ଉକ୍ତ ସନ୍ତ୍ରାସବାଦୀ ଆକ୍ରମଣ ପାଇଁ ଅନୁମତି ଦେଇଥିବା କୁହାଯାଇଥିଲା ।

ଭାରତୀୟ ସମ୍ବାଦ ସେବା (ଭାସ୍‌)

ଭୁବନେଶ୍ୱର-୭୫୧୦୦୩

Author Image

Soumendra Jena

Recent Posts

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ

The Independence:China-Baloon-Spy-in-India

କ୍ଷେପଣାସ୍ତ୍ରଧାରୀ ବେଲୁନ ପାଇଁ ଚିନ୍ତା

The Independence:paribarbad-in-supreme-court

ସୁପ୍ରିମକୋର୍ଟରେ ବଂଶବାଦ

The Independence:Islamic-Terrorists-Journalism-Mukhtar-Baba

ସନ୍ତ୍ରାସବାଦୀ ସାମ୍ବାଦିକ

The Independence:TN-Pastor-Arrested-Under-POCSO-Act-For-Sexually-Assaulting-15-Year-Old-School-Girl-In-Tiruppur

୧୫ ବର୍ଷିଆ ସ୍କୁଲ ଛାତ୍ରୀଙ୍କୁ ଯୌନ ଶୋଷଣ ଅଭିଯୋଗରେ ଗିରଫ ହେଲେ ଖ୍ରୀଷ୍ଟିଆନ ପାଷ୍ଟର

The Independence:Warangal-Police-arrested-Azmad-Ali-Abu-for-repeatedly-raping-a-minor-girl

ହିନ୍ଦୁ ନାବାଳିକାଙ୍କୁ ବଳାତ୍କାର କରିଥିବାରୁ ଅମଜାଦ ଅଲ୍ଲି ଓ ଆବୁକୁ ଗିରଫ କରିଲା ଓାରାଙ୍ଗଲ ପୋଲିସ

The Independence:Islamists-harass-Sabarimala-pilgrims-returning-to-Andhra-Pradesh-by-train

ସାବରିମାଲାରୁ ଫେରୁଥିବା ଭକ୍ତମାନଙ୍କୁ ଇସଲାମିଷ୍ଟମାନଙ୍କର ଅସଦାଚରଣ

The Independence:They-performed-Namaz-3-times-nobody-objected-Ex-Army-man-thrashed-by-pantry-car-staff-after-he-sits-down-to-chant-Mantras-case-filed

ଟ୍ରେନରେ ତିନି ଥର ନମାଜ ହେଲା, କିନ୍ତୁ ଜଣେ ଅବସରପ୍ରାପ୍ତ ସୈନିକ ତଳେ ବସି ମନ୍ତ୍ର ପାଠ କରିବାରୁ ପ୍ୟାଂଟ୍ରି କର୍ମଚାରୀ ମାରିଲେ ମାଡ

The Independence:Gandhi-Revenge-Riots-killed-8000-Brahmins

ଗାନ୍ଧିଙ୍କ ପାଇଁ ଆଠ ହଜାର ବ୍ରାହ୍ମଣ ହତ୍ୟା

The Independence:Complaint-Filed-Against-Christian-Org-For-Intoxicating-Minors-And-Converting-Them

ଛୋଟ ପିଲମାନଙ୍କୁ ପ୍ରଲୋଭନ କରି ଚର୍ଚ୍ଚ ନେଉଥିବା ଓ ଖ୍ରୀଷ୍ଟିଆନ କରାଉଥିବା ବେଳେ ଧରାପଡିଲେ ପାଦ୍ରୀ

The Independence:Guntur-Govt-Hospital-Staff-Make-Merry-Christmas-Making-Public-Wait-Behave-Rudely-When-Questioned

ରୋଗୀମାନଙ୍କ ସେବା ଛାଡି ଗୁଂଟୁର ଡାକ୍ତରଖାନାର କର୍ମଚାରୀମାନେ ଖ୍ରୀଷ୍ଟମାସ ପାଳିଲେ, ଲୋକେ ପ୍ରତିବାଦ କରିବାରୁ ଖରାପ ବ୍ୟବହାର କଲେ

The Independence:The-Guardian-Anti-Hindu

ହିନ୍ଦୀ ପାଇଁ ଗାର୍ଡିଆନର ଗାତ୍ରଦାହ

The Independence:Incidents-of-Hindu-torture-in-Bangladesh-in-November

ନଭେମ୍ବର ମାସରେ ବଙ୍ଗଳାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣ

The Independence:INDIC-DOMINATION-OF-CHINA

ଚାଇନା ଉପରେ ଭାରତର ସାଂସ୍କୃତିକ, ଧାର୍ମୀକ ପ୍ରଭାବ

The Independence:Andhra-Bible-Mission-Church-Members-Attack-SC-Man-For-Objecting-To-Encroachments

ଆନ୍ଧ୍ର ପ୍ରଦେଶ: ରାସ୍ତା ଅବରୋଧକୁ ବିରୋଧ କରିବାରୁ ଦଳିତଙ୍କ ଉପରେ ଆକ୍ରମଣ କଲେ ବାଇବେଲ ଚର୍ଚ୍ଚ ମିଶନର ଲୋକମାନେ

The Independence:Anti-India-Activities-in-Canada

କାନାଡାରେ ଭାରତ ବିରୋଧୀ

The Independence:Assam-Hindu-Family-Complains-Land-Grab-by-Muslim-Neighbours

ଆସାମରେ ହିନ୍ଦୁମାନଙ୍କ ଜମି ଉପରେ କବଜା କରୁଛନ୍ତି ମୁସଲମାନମାନେ

The Independence:Halal-Jihad-Book-Launch-Cancelled-by-Telangana-Govt

ଇସଲାମିଷ୍ଟ ଶକ୍ତିଙ୍କ ଚାପରେ ତେଲେଙ୍ଗାନା ସରକାର: ହଲାଲ ଜିହାଦ ପୁସ୍ତକର ଉନ୍ମଚୋନକୁ କଲେ ବନ୍ଦ

The Independence:ACJ-Invites-Terrorist-Convicted-For-Killing-Rajiv-Gandhi-To-Deliver-Guest-Lecture

ଆତଙ୍କବାଦୀଙ୍କୁ ଅତିଥି କରି ବିବାଦରେ ଏସିଆନ କଲେଜ ଅଫ ଜର୍ଣ୍ଣାଲିଜିମ

The Independence:ISIS-Target-Killing

ଆଇଏସ୍‌ଆଇର ଟାର୍ଗେଟ କିଲିଂ