ଆଜି ହେଉଛି ଅଶୋକ ସିଂହଲଙ୍କ ୯୫ ତମ ଜନ୍ମ ଜୟନ୍ତୀ । ତାଙ୍କର ସମ୍ପୂର୍ଣ ଜୀବନ ରାଷ୍ଚ୍ରର ପୁନର୍ଜାଗରଣ ପାଇଁ ଲାଗିଥିଲା । ସେ ଏକ ଏପରି ସମୟରେ ଜନ୍ମ ଗ୍ରହଣ କରିଥିଲେ ଯେତେବେଳେ ଭାରତୀୟ ସମାଜ ପାଖା ପାଖି ୮ ଶହ ବର୍ଷ ଯାଏ ବିଦେଶୀ ଆକ୍ରମଣ ଓ ପରକୀୟ ରାଜସତାର ମୁକାବିଲା କରି ନିଜର ସ୍ୱାଧୀନତା, ମୂଲ୍ୟବୋଧ ଓ ଆଦର୍ଶ ପାଇଁ ସଂଘର୍ଷ କରୁଥିଲା । ରାଜନୈତିକ ଦୃଷ୍ଟିରୁ ଖଣ୍ଡିତ ଭାବେ ସ୍ୱାଧୀନତା ପ୍ରାପ୍ତହେବା ପରେ ତାର ସାଂସ୍କୃତିକ ଚେତନା ବିଦେଶୀ ଆଭାମଣ୍ଡଳରୁ ମୁକ୍ତ ହେବା ପରିବର୍ତେ ସ୍ୱାଧୀନତା ପରେ ଶାସକ ମାନଙ୍କର ହିନ୍ଦୁତ୍ୱ ପ୍ରତି ହୀନ ଓ ବିଦ୍ରୁପ ମାନସିକତା କାରଣରୁ ଅଧିକ ଭ୍ରମିତ ହେବାରେ ଲାଗିଥିଲା ।
ଯଦିଓ ସ୍ୱାଧୀନତା ପୂର୍ବରୁ ଓ ପରେ ଭିନ୍ନ ଭିନ୍ନ ପ୍ରକାରରେ ରାଷ୍ଟ୍ର ଜାଗରଣର ପ୍ରୟାସ ହୋଇଥିଲା କିନ୍ତୁ ଅଶୋକ ସିଂହଲଙ୍କ ନେତୃତ୍ୱରେ ୮୦ ଦଶକରେ ଆରମ୍ଭ ହୋଇଥିବା ଭାରତର ଆଦର୍ଶ ଓ ଅସ୍ମିତାର ନାୟକ ପୁରୁଷୋତମ ଶ୍ରୀରାମଙ୍କ ଜନ୍ମସ୍ଥାନର ମୁକ୍ତି ଆନ୍ଦୋଳନ ବିଶ୍ୱ ଇତିହାସରେ ଭାରତର ସାଂସ୍କୃତିକ ଜାଗରଣର ଅଦ୍ୱିତୀୟ ଅ୍ମାୟରେ ପରିଣତ ହୋଇଥିଲା ।
ସ୍ୱାଧୀନତା ପରେ କମ୍ୟୁନିଷ୍ଟ ଓ ସେକୁଲାରବାଦୀ ମାନେ ଦେଶରେ ଏପରି ଏକ ବାତାବରଣ ତିଆରି କଲେ ଯେଉଁଥିଲେ ତଥାକଥିତ ଶିକ୍ଷିତ ଓ ଆଧୁନିକ ସମାଜ ନିଜକୁ ହିନ୍ଦୁ କହିବାରେ ହୀନ ଭାବନା ଅନୁଭବ କରିବା ଆରମ୍ଭ କରିଥିଲା । ଶ୍ରୀରାମ ଜନ୍ମଭୂମି ଆନ୍ଦୋଳନର ଅଦଭୁତ ଚମତ୍କାର କାରଣରୁ କେବଳ ଯେ ଭାରତର ହିନ୍ଦୁ ସମାଜ ନୁହେଁ ବରଂ ବିଶ୍ୱର ବଡ ବଡ ଲେଖକ ଓ ବିଚାରକ ମାନେ ହିନ୍ଦୁତ୍ୱର ଗୁଣଗାନ କରିବା ଆରମ୍ଭ କରିଥିଲେ । ଭାରତର ରାଜନୀତିର କେନ୍ଦ୍ର ବିନ୍ଦୁ ହିନ୍ଦୁତ୍ୱ ହେଲା ।
ସେ ଶ୍ରୀରାମ ଜନ୍ମଭୂମି ଆନ୍ଦୋଳନ ମା୍ମମରେ ରାଷ୍ଟ୍ରର ସୁପ୍ତ ଭାବେ ରହିଥିବା ବିରାଟ ଚେତନା ଓ ଶୋଇଥିବା ହିନ୍ଦୁ ପୌରୁଷକୁ ଜାଗ୍ରତ କରିବାର କାମ କରିଥିଲେ ।
ଯଦିଓ ସେ ଗେରୁଆ ବସ୍ତ୍ର ଧାରଣ କରି ନ ଥିଲେ ହେଲେ ସେ ଭାରତର ମହାନ ଋଷି ପରମ୍ପରାର ପ୍ରତିନିଧିତ୍ୱ କରୁଥିଲେ ।
ଆଠଶହ ବର୍ଷର ଦାସତ୍ୱ କାରଣରୁ ଭାରତର ମନୀଷାରେ ପ୍ରବେଶ କରିଯାଇଥିବା ମାନସିକ ଦାସତ୍ୱକୁ ହଟାଇବା ପାଇଁ ସେ ସବୁବେଳେ ଚିନ୍ତିତ ଥିଲେ । ଏହାକୁ ଦୂର କରିବା ପାଇଁ ସେ ଅହର୍ନିଶ ଜୀବନର ଶେଷ ପର୍ଯ୍ୟନ୍ତ କାମ କରୁଥିଲେ ।
ବିଦେଶୀ ଆକ୍ରମଣକାରୀଙ୍କ ଦ୍ୱାରା ଅଯୋ୍ମାରେ ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମଙ୍କର ଜନ୍ମସ୍ଥାନକୁ ଧ୍ୱସ୍ତ କରି ସେହି ସ୍ଥାନରେ ବାବରର ସ୍ମୃତିରେ ଏକ ଢାଂଚା ଠିଆ କରାଇ ଦିଆ ଯାଇଥିଲା । ଦେଶ ସ୍ୱାଧୀନ ହେବା ପରେ ୟୁରୋପୀୟ ଶାସକ ମାନଙ୍କର ଚିହ୍ନ ଓ ପ୍ରତୀକ ଗୁଡିକୁ ହଟା ଯାଇଥିଲା ସୁଦ୍ଧା ଏହି ଦାସତ୍ୱର ଚିହ୍ନକୁ ହଟା ଯାଇ ନ ଥିଲା । ଏହି ଦାସତ୍ୱର ପ୍ରତୀକକୁ ହଟାଇବା ଅଶୋକ ସିଂହଲଙ୍କର ଜୀବନର ଲକ୍ଷ୍ୟ ଥିଲା । ଖୁବ ଶୀଘ୍ର ତାଙ୍କର ଏହି ସ୍ୱପ୍ନ ପୂରଣ ହେବାକୁ ଯାଉଛି କାରଣ ଜନ୍ମଭୂମି ଠାରେ ଭବ୍ୟ ମନ୍ଦିର ନିର୍ମାଣର କାମ ଆରମ୍ଭ ହୋଇ ସାରିଛି ।
ତାଙ୍କର ସବୁ ଠାରୁ ବଡ ଉପଲବ୍ଧି ହେଲା ଯେ ଛଦ୍ନ ସେକୁଲାରିଜମ ବିଷୟକୁ ରାଜନୀତିର ସେଂଟର ଷ୍ଟେଜରେ ଆଣି ଠିଆ କରାଇ ଦେଇଥିଲେ । ସାଧାରଣ ଭାବେ ଏହି ପ୍ରସଙ୍ଗରୁ ନିଜକୁ ଦୂରରେ ରଖିବାକୁ ଚେଷ୍ଟା କରୁଥିବା ବୁଦ୍ଧିଜୀବୀ, ରାଜନେତା ଓ ମୀଡିଆକୁ ଏହି ବିଷୟରେ ବିତର୍କ କରାଇବାକୁ ବା୍ମ କରିଥିଲେ ।
ଅଶୋକ ସିଂହଲ କେବେ ହେଲେ ନିର୍ବାଚନୀ ଆଖଡାରେ ଅଂଶ ବିଶେଷ ହୋଇଥିଲେ ନା କୌଣସି ରାଜନୈତିକ ପଦ ପଦବୀ ଚାହିଁଥିଲେ । ତାଙ୍କର ନିଜର ପରିବାର ନ ଥିଲା । ସଂଘର ପ୍ରଚାରକ ଭାବେ ସେ ରହିଥିଲେ ଓ ସାଧୁ ସନ୍ୟାସୀଙ୍କ ପରି ସମଗ୍ର ଦେଶ ତାଙ୍କର ଘର ଥିଲା ଓ ସମଗ୍ର ସମାଜ ତାଙ୍କର ପରିବାର ଥିଲା । ପ୍ରୟାଗରାଜର ଆନନ୍ଦ ଭବନର ପଛପଟେ ତାଙ୍କର ପୈତୃକ ଘରକୁ ସେ ବେଦ ବିଦ୍ୟାଳୟ ଓ ଆଶ୍ରମରେ ପରିବର୍ତିତ କରି ଦେଇଥିଲେ । ଦିଲ୍ଲୀର ତାଙ୍କର ଜୀବନଚର୍ଯ୍ୟା ଆରକେପୁରମ ସ୍ଥିତ ବିଶ୍ୱ ହିନ୍ଦୁ ପରିଷଦର ଏକ ଛୋଟ କୋଠରୀରେ ସୀମିତ ଥିଲା । ତାଙ୍କର ଜୀବନରେ ସେ କେବେ ହେଲେ କ୍ଷଣକ ପାଇଁ ନିଜକୁ ଶ୍ରୀରାମଙ୍କ ଠାରୁ ଅଲଗା ରଖି ନଥିଲେ ।
ବିଶ୍ୱ ହିନ୍ଦୁ ପରିଷଦ ମା୍ମମରେ ହଜାର ହଜାର ସ୍ଥାନରେ ଏକଲ ବିଦ୍ୟାଳୟ ଖୋଲିବା ଠାରୁ ଆରମ୍ଭ କରି ହଜାର- ହଜାର ମନ୍ଦିରର ବ୍ୟବସ୍ଥା ଠିକ କରିବା ସହିତ ତାମିଲନାଡୁ ଭଳି ରାଜ୍ୟରେ ଦଳିତ ପୂଜାରୀ ମାନଙ୍କୁ ପୂଜାପାଠରେ ସାମିଲ କରାଇବା, ବାରଣାସୀରେ ସବୁଠାରୁ ଅଧିକ ଅସ୍ପୃଶ୍ୟ ବୋଲି କୁହାଯାଉଥିବା ଡମ ରାଜାଙ୍କ ଘରେ ଶଙ୍କରାଚାଯ୍ୟ ଓ ଅନ୍ୟ ସାଧୁ ସନ୍ଥଙ୍କ ଭୋଜନ କରାଇବାର ବ୍ୟବସ୍ଥା କରାଇଥିଲେ । ସେ ଜୀବନସାରା ଶ୍ରୀରାମଙ୍କର କାମ କରିବାରେ ବ୍ୟସ୍ତ ଥିଲୋ ଗାଈ, ଗଙ୍ଗା, ଗୀତା ସମେତ ଧର୍ମ ସଂସ୍କୃତିର ପ୍ରତ୍ୟେକ ଅଂଶ ପାଇଁ ସେ ଅହର୍ନିଶ କାମ କରିଥିଲେ ।
ସନ୍ଥ ସମାଜକୁ ଏକଜୁଟ କରିବା, ଅସ୍ପୃଶ୍ୟତା କୁ ସମାପ୍ତ କରାଇବା ଠାରୁ ଆରମ୍ଭ କରି ନିର୍ମଳ ଗଙ୍ଗା- ଅବିରଳ ଗଙ୍ଗାର ଲଢେଇର ନେତୃତ୍ୱ କରିଥିଲେ କାରଣ ତାଙ୍କର ଜୀବନ ଗଙ୍ଗାର ପ୍ରବାହ ପରି ନିର୍ମଳ ଥିଲା । ତାଙ୍କର ବ୍ୟକ୍ତିତ୍ୱ କେତେ ବିଶାଳ ଥିଲା ତାହା ସଠିକ ଭାବେ ଲେଖିବା ସମ୍ଭବ ନୁହଁ ।
କାଶୀ ହିନ୍ଦୁ ବିଶ୍ୱ ବିଦ୍ୟାଳୟରୁ ଇଂଜିନିୟରିଂ ପାସ କରି ସମାଜ ପାଇଁ ନିଜକୁ ସମର୍ପିତ କରି ଦେଇଥିବା ଅଶୋକ ସିଂହଲ କେବଳ ହିନ୍ଦୁତ୍ୱର ଆ୍ମାତ୍ମିକ ଓ ଧାର୍ମିକ ଉତ୍କର୍ଷ ପାଇଁ କାମ କରି ନ ଥିଲେ ବରଂ ଶକ୍ତିଶାଳୀ ସଂଗଠିତ ରାଷ୍ଟ୍ରର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରୟାସ କରିଥିଲେ । ଏକ ସମରସତା ବିଶିଷ୍ଟ ସଂଗଠିତ ହିନ୍ଦୁ ସମାଜକୁ ଜାଗୃତ କରି ଜାତି, ପନ୍ଥ, ଭାଷା ଓ ବର୍ଗରେ ବିଭାଜିତ ହିନ୍ଦୁ ମାନଙ୍କୁ ଏକାଠି କରିବାକୁ ସେ ପ୍ରୟାସ କରିଥିଲେ ।
ତାଙ୍କର ଜୀବନ ରାମମୟ ଥିଲା । ପରମବୈଭବ ସମ୍ପନ୍ନ ଭାରତର ସ୍ୱପ୍ନକୁ ପୂରା କରିବା ପାଇଁ ସେ ଆଜୀବନ କାମ କରିଥିଲେ । ତାଙ୍କର ଘୋର ବିରୋଧୀ ମାନେ ମ୍ମ ଏହାକୁ ସ୍ୱୀକାର କରିବାକୁ ବା୍ମ ହୁଅନ୍ତି । ସିଂହଲଙ୍କ ବ୍ୟକ୍ତିତ୍ୱ ଆ୍ମାତ୍ମିକ ଅଧିଷ୍ଠାନ ଉପରେ ଦଣ୍ଡାୟମାନ ଥିଲା । ତାଙ୍କ ନିକଟରେ ଜ୍ଞାନ, ଭକ୍ତି ଓ କର୍ମର ସମନ୍ୱୟ ରହିଥିଲା ।