The Independence:Dhamanagar-Bye-Election

 ଏବେ ରାଜ୍ୟରେ ଦୁଇଟି ବଡ ଖବରକୁ ନେଇ ଚର୍ଚ୍ଚା ଜୋର । ଗୋଟିଏ ହେଲା ଅର୍ଚ୍ଚନା ନାଗ ନାମକ ଜଣେ ଅଭଦ୍ର ମହିଳାଙ୍କର ଯୌନ କେଳେଙ୍କାରୀର ର‌୍ୟାକେଟ ଯେଉଁଥିରେ ରାଜ୍ୟର ବଛା ବଛା ରାଜନୈତିକ ନେତୃତ୍ୱ, ବିଧାୟକ, ମନ୍ତ୍ରୀଙ୍କ ଠାରୁ ନେଇ ପୋଲିସ ଅଧିକାରୀ, ପ୍ରଶାସନିକ ଅଧିକାରୀ, ବ୍ୟବସାୟୀ, ସିନେମା କଳାକାର, ପ୍ରଯୋଜକ, ଠିକାଦାର ସମସ୍ତେ ସମ୍ପୃକ୍ତ ଥିବାର ଆଖି ଝଲସି ଗଲା ଭଳି ଖବର । ବାହାରକୁ ଓଡିଶା ଗୋଟିଏ ଶାନ୍ତିପ୍ରିୟ, ସବୁ କିଛି ଠିକ ଠାକ ଥିବା, ସ୍ୱଛ ଶାସନ ଚାଲିଥିବା ଇତ୍ୟାଦି କୁହାଯାଉଥିବା ବେଳେ ବାସ୍ତବରେ ଯେ ଓଡିଶାରେ ବଡ ବଡିଆ ମହଲରେ ନୀତି ନୈତିକତାର ସ୍ତର ଏତେ ତଳକୁ ଖସିଗଲାଣି ତାହା ଭାବିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି । ପୋଲିସର ତଦନ୍ତ ଯେଉଁ ଭଳି ଢଙ୍ଗରେ ଚାଲୁଛି ସେଥିରେ ଯେ ସେହି ସେକ୍ସ ସ୍କାଣ୍ଡାଲରେ ଯେଉଁ ଯେଉଁ ମାନେ ଜଡିତ ଅଛନ୍ତି ସେମାନେ ଧରାପଡିବେ ସେଭଳି ଆଶା ଆଦୌ ନାହିଁ । ହେଲେ କିଏ ଧରାପଡିବେ, କିଏ ଜେଲ ଯିବେ, କିଏ ବିଛୁଆତି, କିଏ ତୁଳସି ଏହା ଆମ ପାଇଁ ଯେତିକି ଗୁରୁତ୍ୱପୁର୍ଣ୍ଣ ନୁହେଁ ତାଠାରୁ ବେଶି ଗୁରୁତ୍ୱପୁର୍ଣ୍ଣ ଓ ଦୁଃଖର କଥା ହେଉଛି ଏକ ରାଜ୍ୟ ଭାବରେ, ଏକ ସମାଜ ଆକାରରେ ଆମେ ବିଫଳ ହୋଇଛୁ, ନିଜର ନୈତିକତାକୁ ସାରି ଦେଉଛୁ । ଆମେ ଯାହାକୁ ସଭାସମିତିରେ ମଂଚ ବସାଉଛୁ ସେମାନେ ସଂଜ ହେଲେ ଅର୍ଚ୍ଚନାଙ୍କ ଭଳି ଚରିତ୍ରମାନଙ୍କ ପାଖରେ ବନ୍ଧା ପଡିଯାଉଛନ୍ତି । ବର୍ତମାନ ଆମ ରାଜ୍ୟରେ ଶାସନ ବ୍ୟବସ୍ଥା ଭିତରେ ସେହି ଅର୍ଚ୍ଚନାଙ୍କ ଭଳି ବ୍ଲାକମେଲରମାନେ ଏବେ ନୁଆ ପ୍ରଭାବଶାଳୀ ସ୍ଥାନରେ ବସିଛନ୍ତି ।

ଏବେ ଆସିବା ଅନ୍ୟ ଗୁରୁତ୍ୱପୁର୍ଣ୍ଣ ଖବରକୁ ଯାହା ହେଉଛି ଧାମନଗରରେ ହେଉଥିବା ବିଧାନସଭା ଉପନିର୍ବାଚନ । ରାଜ୍ୟରେ ବିଧାନସଭାରେ ଯାହା ସ୍ଥିତି ଅଛି ଧାମନଗରର ଫଳାଫଳ କେଉଁ ସରକାର ଭାଙ୍ଗିଦେବନି କି ସରକାରକୁ ଅସ୍ଥିର କରିଦେବନି କିନ୍ତୁ ଏହି ଉପନିର୍ବାଚନର ଫଳାଫଳ ରାଜ୍ୟ ରାଜନୀତିରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ଓ ତାହା ପୁର୍ବରୁ ହେଉଥିବା ବିଜେପୁର ଉପନିର୍ବାଚନ ଉପରେ ଏକ ବଡ ପ୍ରଭାବ ପକାଇବ ସେଥିରେ କୌଣସି ସନ୍ଦେହ ନାହିଁ । ବୋଧହୁଏ ୨୦୨୪ ସାଧାରଣ ନିର୍ବାଚନର ଆଗରୁ ଧାମନଗର ଓ ବିଜେପୁର ରାଜ୍ୟର ସମସ୍ତ ରାଜନୈତିକ ଦଳମାନଙ୍କ ପାଇଁ ଏକ କ୍ୱାଲିଫାଇଙ୍ଗ ମ୍ୟାଚ ଭଳିଆ । ଏହି ଉପନିର୍ବାଚନର ଫଳାଫଳ ନା କେବଳ ରାଜନୈତିକ ଦଳମାନଙ୍କ ଉପରେ ପ୍ରଭାବ ପକାଇବ ବଂର ଭୋଟରମାନଙ୍କ ମାନସିକତା ଉପରେ ମଧ୍ୟ ଏକ ପ୍ରଭାବ ପକାଇବ । ସେ ଦୃଷ୍ଟିରୁ ସମସ୍ତ ରାଜନୈତିକ ଦଳମାନେ ସେମାନଙ୍କର ଜୋର ଲଗାଇ ଦେଇଥିବା ଦେଖିବାକୁ ମିଳୁଛି । ବର୍ତମାନ ଧାମନଗର ଉପନିର୍ବାଚନର ମନୋନୟନ ସରିଯାଇଛି ଓ ପାର୍ଥୀମାନେ ପ୍ରଚାର ଆରମ୍ଭ କରିସାରିଲେଣି । 

ବୋଧହୁଏ ବିଜୁ ଜନତା ଦଳର ଉପନିର୍ବାଚନର ଇତିହାସରେ ଏମିତି ଘଟଣା ପ୍ରଥମ ଥର ପାଇଁ ଘଟିବାକୁ ଯାଉଛି ଯେ ତାଙ୍କ ଦଳର ଜଣେ ନେତା ବିଦ୍ରୋହି ପାର୍ଥୀ ଭାବରେ ଠିଆ ହେବା ପାଇଁ ଯାଉଛନ୍ତି । ଆଗରୁ ବାଲେଶ୍ୱରରେ ଉପନିର୍ବାଚନରେ ସେମାନେ ସେଠିକାର ବିଧାୟକ ପାର୍ଥୀ ଥିବା ଜୀବନ ପ୍ରଦିପ ଦାସଙ୍କର ଟିକେଟ କାଟିଥିଲେ । ହେଲେ ସେତେବେଳେ ଜୀବନ ଦାସ ସ୍ୱାଧୀନ ଲଢିନଥିଲେ । ସେ ବିଜେପିରେ ଯୋଗ ଦେଇଥିଲେ । ଯାହା ଫଳରେ ବିଜୁ ଜନତା ଦଳ ଉପରେ ଏହାର ସେପରି କିଛି ପ୍ରଭାବ ଭୋଟ ସଂଖ୍ୟାରେ ପଡିଲା ନାହିଁ । ସେହିପରି ବିଜେପୁର ଉପନିର୍ବାଚନରେ ବିଜେପି ଯେତେବେଳେ ପ୍ରଣୟ ସାହୁଙ୍କୁ  ଟିକେଟ ଦେଇନଥିଲା ସେ ସେତେବେଳେ ବିଜେଡିରେ ଯୋଗ ଦେଇଥିଲେ ଓ ବିଜୁ ଜନତା ଦଳ ସେହି ନିର୍ବାଚନକୁ ଜିତିଥିଲା । ସେହିଭଳି ୨୦୧୪ ହେଉ ବା ୨୦୧୯ ହେଉ, ସାଧାରଣ ନିର୍ବାଚନ ସମୟରେ ମଧ୍ୟ ବିଜୁ ଜନତା ଦଳ ଅନେକ ବିଧାୟକଙ୍କର, ବିଧାୟକ ପାର୍ଥୀ ହୋଇଥିବା ନେତାଙ୍କର ଟିକେଟ କାଟିଛି । ହେଲେ ସେମାନେ କେହି କେବେ ସ୍ୱାଧୀନ ଲଢିନାହାନ୍ତି । ଅନ୍ୟ ଦଳକୁ ଯାଇ ବିଧାୟକ ଲଢିଛନ୍ତି ନହେଲେ ନିର୍ବାଚନ ଲଢିନାହାନ୍ତି । କିନ୍ତୁ ବୋଧହୁଏ ସେହି ପରମ୍ପରାରେ ରାଜୁ ଦାସ ହେବେ ପ୍ରଥମ ବ୍ୟକ୍ତି ଯିଏ ତାକୁ ରୋକ ଲଗାଇଛନ୍ତି । ବିଜୁ ଜନତା ଦଳ ପାଇଁ ସମସ୍ୟା ହେଉଛି ବର୍ତମାନ ତାଙ୍କର ନିଜର କର୍ମୀ ଭାଗ ଭାଗ ହୋଇଯିବେ । କାରଣ ଅନ୍ୟ ଦଳକୁ ଯାଇ ମିଶିଯିବା ଭିନ୍ନ କଥା କିନ୍ତୁ ସ୍ୱାଧୀନ ଲଢିବା ପୁରା ଭିନ୍ନ କଥା ।

ଏମିତି ଗୋଟିଏ ଧାରଣ କରିଦିଆଯାଇଛି ଯେ ବିଜୁ ଜନତା ଦଳରେ କାହାର କିଛି ନାହିଁ ସବୁ କିଛି ଭୋଟ ମିଳୁଛି କେବଳ ନବୀନ ପଟ୍ଟନାୟକଙ୍କ ନାଁରେ । ହେଲେ ଏହା ହେଉଛି ଏକ ଅର୍ଦ୍ଧ ସତ୍ୟ । କାରଣ ଗତ ୨୦୧୯ ନିର୍ବାଚନ ବେଳେ ଠିକ ନିର୍ବାଚନ ସମୟରେ ହିଁ ବିଜେଡିରେ ଟିକେଟ ନମିଳିବାରୁ ବିଜେପିକୁ ଆସି ନିର୍ବାଚନ ଲଢି ୪ ଜଣ ବିଧାୟକ ହୋଇଛନ୍ତି । ସେଥିରୁ ପୁଣି ୩ଟି ଆସନ ସେମାନେ ବିଜେଡି ହାତରୁ ଛଡାଇ ଆଣିଛନ୍ତି । ଯଦି ବିଜେଡିରେ କେବଳ ନବୀନ ବାବୁଙ୍କ ନାଁରେ ଭୋଟ ହେଉଥାନ୍ତା ତାହେଲେ ଏହା ସମ୍ଭବ ହୋଇଥାନ୍ତା କି? ତେଣୁ ବିଜେଡିର ଭୋଟ କହିଲେ ନବୀନ ବାବୁଙ୍କର ଛବି ଏବଂ ସ୍ଥାନୀୟ ନେତାମାନଙ୍କର ସଙ୍ଗଠନ । ଧାମନଗରରେ ରାଜୁ ଦାସଙ୍କ ସଙ୍ଗଠନ ସୁଦୃଢ ଥିଲା । ବର୍ତମାନ ବିଜୁ ଜନତା ଦଳର ପାର୍ଥୀନୀ ହୋଇଥିବା ଅବନ୍ତି ଦାସ ହେଉଛନ୍ତି ତିହିଡି ବ୍ଲକର ଅଧ୍ୟକ୍ଷା, ଯେଉଁ ବ୍ଲକର ମାତ୍ର ୧୨ଟି ପଂଚାୟତ ଅଛି ଧାମନଗର ବିଧାନସଭା ମଣ୍ଡଳୀରେ । ବାକି ଧାମନଗର ବ୍ଲକ ଓ ଏନଏସିରେ ଅବନ୍ତିଙ୍କର ସେମିତି କିଛି ସଙ୍ଗଠନ ନଥିଲା । ତେଣୁ ବର୍ତମାନ ରାଜୁ ଦାସଙ୍କର ପାର୍ଥୀତ୍ୱ ଏକ ବଡ ନିର୍ଣ୍ଣାୟକ ଭୂମିକାରେ ଠିଆ ହୋଇଛି । ରାଜୁ ଦାସ ନିଜେ ଜିତିବେ କି ନାହିଁ ତାହା କହିବା କଷ୍ଟକର କିନ୍ତୁ ବିଜେଡିକୁ ହରାଇଦେବେ ତାହା ସ୍ପଷ୍ଟ ।

ବିଜେପିରୁ ପାର୍ଥୀ ହୋଇଥିବା ସୂର୍ଯ୍ୟବଂଶୀଙ୍କ ପାଇଁ ମୁଖ୍ୟ ଉପାଦାନ ହେଉଛି ଅନୁକମ୍ପା, ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କର ସମର୍ଥକମାନଙ୍କର ସମବେଦନା । ଏହା ସହିତ ସେ ହେଉଛନ୍ତି ଜଣେ ଯୁବକ, ପୁଣି ଜଣେ ଇଂଜିନିୟର ଯାହା ତାଙ୍କ ପାର୍ଥୀତ୍ୱ ପାଇଁ ଆଉ ଏକ ଭଲ ଖବର । ବିଜେଡିର ପାର୍ଥୀନୀଙ୍କ ଅପେକ୍ଷା ତାଙ୍କର ଗ୍ରହଣିୟତା ଟିକିଏ ଅଧିକ ରହିବା ଏକ ସ୍ୱାଭାବିକ କଥା । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କର ନିକଟରେ ଓଡିଶା ଗସ୍ତ ସମୟରେ ଧାମନଗରରେ ବିଷ୍ଣୁ ସେଠୀଙ୍କର ଶୋକସଭାରେ ଯୋଗଦାନ ଓ ଏହା ପରେ ରାଜ୍ୟ ସରକାରଙ୍କୁ ଏକ ସାଧାରଣ ସଭାରେ ସିଧା ସଳଖ କଡା ଭାଷାରେ ସମାଲୋଚନା ନିହାତି ଭାବରେ ବିଜେପି ପାଇଁ ଲାଭ ଦେଇପାରେ । ୨୦୦୦ ମସିହାରୁ ଆଜି ପର୍ଯ୍ୟନ୍ତ ପୁରା ଉପକୂଳ ଓଡିଶାରେ ଧାମନଗର ହେଉଛି ଏକ ଏଭଳି ନିର୍ବାଚନ ମଣ୍ଡଳୀ ଯେଉଁଠି ବିଜେପି ସବୁବେଳେ ଏକ ଭଲ ପରିମାଣର ଭୋଟ ନିୟମିତ ଭାବରେ ପାଏ । ତେଣୁ ବର୍ତମାନର ସ୍ଥିତିରେ ଯଦି ବିଜେପି ତାର ଭୋଟକୁ କେବଳ ବାନ୍ଧିକି ରଖିଦିଏ ତାହେଲେ ମଧ୍ୟ ତାହା ଯଥେଷ୍ଟ ନିର୍ବାଚନ ଜିତିବା ପାଇଁ, କାରଣ ବିଜୁ ଜନତା ଦଳର ଭୋଟ ବିଭାଜନ ଆସନ୍ନ । କଂଗ୍ରେସ ଏହି ନିର୍ବାଚନରେ ଦୌଡରେ ରହିବା ଭଳି ମନେ ହେଉନାହିଁ । ବୋଧହୁଏ କଂଗ୍ରେସର ରାଜ୍ୟ ନେତୃତ୍ୱମାନେ ଜାଣିଶୁଣି ବାବା ହରେକୃଷ୍ଠଙ୍କୁ ପାର୍ଥୀ କରିଛନ୍ତି ନହେଲେ ଭଦ୍ରକ ଜିଲ୍ଲାରେ କଂଗ୍ରେସର ଅନେକ ଟାଣୁଆ ଦଳିତ ନେତା ଥିଲା ଯାହାଙ୍କୁ ଲୋକ ଚିହ୍ନନ୍ତି ।

ସବୁବେଳେ ସରପ୍ରାଇଜ କାର୍ଡ ଖେଳୁଥିବା ବିଜୁ ଜନତା ଦଳ ଏଥର ନିଜେ ସରପ୍ରାଇଜ ହୋଇଯିବ ନାହିଁ ତାହା କିଏ କହିପାରିବ? ବାସ୍ତବରେ ସରପ୍ରାଇଜ କାର୍ଡ ଯାହାକୁ କୁହାହେଉଛି ତାହା ହେଉଛି ରାଜନୈତିକ ନେତୃତ୍ୱମାନଙ୍କୁ ଦୁର୍ବଳ କରି ପଙ୍ଗୁ ପ୍ରାୟ ଦୁର୍ବଳ ନେତୃତ୍ୱମାନଙ୍କୁ ଆଗରେ ରଖି ପ୍ରଛନ୍ନରେ ପ୍ରଶାସନିକ ଅଧିକାରୀମାନଙ୍କ ଦ୍ୱାରା ଶାସନକୁ ହାଇଜାକ କରିନେବା । ତେଣୁ ସବୁବେଳେ ରାଜନୈତିକମାନଙ୍କୁ ଆଖି ଦେଖାଇ, ଲୋଭ ଦେଖାଇ ସଫଳ ହେବା ସମ୍ବବ ନୁହେଁ । ଧାମନଗର ଉପନିର୍ବାଚନର ଫଳାଫଳ ଯାହାବି ହେଉନା କାହିଁକି ଏହା କିନ୍ତୁ ରାଜ୍ୟ ରାଜନୀତିରେ ଏକ ବଡ ପ୍ରଭାବ ପକାଇବ । ବହୁତ ଦିନ ଧରି ଚାଲିଆସିଥିବା ଅନେକ ପ୍ରଚଳିତ ଧାରାରେ ହୁଏତ ଏହି ଉପନିର୍ବାଚନ ରୋକ ଲଗାଇପାରେ । ବାକି ରହିଲା ଜନତା ଜନାର୍ଦ୍ଦନଙ୍କ କଥା । ସେମାନେ ଯାହାକୁ ବାଛିବେ ସେ ହିଁ ସର୍ବଶ୍ରେଷ୍ଠ ।

Author Image

Independence News

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ