– ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ମୁସଲମାନ ଯୁବତୀ ଇକରା ଅନୱର 11 ହଜାର ଟଙ୍କାର ରାଶି ସମର୍ପଣ କରିଛନ୍ତି । ଶ୍ରୀ ରାମ ମନ୍ଦିର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ପୂର୍ବରୁ ସେ ନିଜ ହାତରେ ଶ୍ରୀରାମ ଲେଖା ହୋଇଥିବା ଏକ ସ୍ଥାଯୀ ଟେଟୁ ତିଆରି କରିଛନ୍ତି । ସେ ଆଇନ ଶିକ୍ଷାର ଛାତ୍ରୀ ।
ଏହି ଅବସରରେ ସେ କହିଛନ୍ତି ଯେ ପ୍ରଭୁ ଶ୍ରୀରାମ ଆମର ପୂର୍ବପୁରୁଷ । ତେଣୁ ସମସ୍ତେ ମନ୍ଦିର ନିର୍ମାଣ କାମରେ ସହଯୋଗ କରିବା ଉଚିତ । ସେ କହିଛନ୍ତି ଯେ ମନ୍ଦିର ନିର୍ମାଣ ସମାପ୍ତ ହେଲେ ସେ ଶ୍ରୀରାମ ଲାଲାଙ୍କର ଦର୍ଶନ କରିବାକୁ ଯିବେ ।