The Independence:National-Logistics-Policy-of-India-Shaping-Logistics-of-Future

 କେନ୍ଦ୍ର ସରକାର ନିକଟରେ ରାଷ୍ଟ୍ରୀୟ ବସ୍ତୁ ପରିବହନ ନୀତି ଘୋଷଣା କରିଛନ୍ତି । ବସ୍ତୁ ଓ ଉତ୍ପାଦର ଭଣ୍ଡାରିକରଣ, ଯୋଗାଣ, ଉ ମ ପରିବହନର ବ୍ୟବସ୍ଥିତ ନୀତିକୁ ଲଜିଷ୍ଟିକ୍ ପଲିସି କୁହାଯାଏ । ଏହାର ଲକ୍ଷ୍ୟ ହେଲା ଦ୍ରବ୍ୟ -ବସ୍ତୁଗୁଡିକୁ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଗ୍ରାହକମାନଙ୍କ ସୁବିଧା ଦୃଷ୍ଟିରୁ ସମୟାବଦ୍ଧ ପରିବହନ ମାଧ୍ୟମରେ ପହ ।ଇବା ଏବଂ ଏହାର ସୁରକ୍ଷା ପାଇଁ ଉ ମ ଭଣ୍ଡାର ବ୍ୟବସ୍ଥା ଯୋଗାଇ ଦେବା । ଏହା ସବୁବେଳେ ମୂଲ୍ୟ ଦୃଷ୍ଟିରୁ ଲାଭଜନକ ଏବଂ କମ୍ ସମୟରେ ଯୋଗାଣ ହେବା ଆବଶ୍ୟକ ।

ଦେଶର ଦୁର୍ବଳ ଭଣ୍ଡାର ଏବଂ ପରିବହନ ବ୍ୟବସ୍ଥା ଯୋଗୁ ଅନେକ ଖାଦ୍ୟାନ୍ନ ଏବଂ ଅନ୍ୟାନ୍ୟ ବସ୍ତୁ ପ୍ରତିବର୍ଷ ନଷ୍ଟ ହୋଇ ଲକ୍ଷଲକ୍ଷ କୋଟି ଟଙ୍କା  କ୍ଷତି ହେଉଛି । ସେମିତି ପରିବହନର ଖର୍ଚ୍ଚ ଦୃଷ୍ଟିରୁ ବିଚାର କଲେ ଆମେରିକାରେ ୮ ପ୍ରତିଶତ, ଚୀନରେ ୧୦ ପ୍ରତିଶତ ପରିବହନ ଖର୍ଚ୍ଚ ହେଉଥିବା ସମୟରେ ଭାରତରେ ୧୪ ପ୍ରତିଶତ ଖର୍ଚ୍ଚ ହେବା ଯୋଗୁ ପ୍ରତିଯୋଗିତାମୂଳକ ବଜାର ଦରରେ ଭାରତର ବସ୍ତୁର ମୂଲ୍ୟ ଅଧିକ ହେଉଛି । ତେଣୁ ବିଦେଶକୁ ରପ୍ତାନୀ କ୍ଷେତ୍ରରେ ଦେଶର ବ୍ୟବସାୟୀ ଏବଂ ଶିଳ୍ପସଂସ୍ଥା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦେଶ ଯେ ପର୍ଯ୍ୟନ୍ତ ବସ୍ତୁ ଓ ସାମଗ୍ରୀର ପରିବହନକୁ ବ୍ୟବସ୍ଥିତ ନକରିଛି ସେ ପର୍ଯ୍ୟନ୍ତ ସମସ୍ୟା ଜାରି ରହିଥିବ ବୋଲି ବିଶେଷଜ୍ଞଙ୍କ ମତ ।

ବିଶ୍ୱର ବସ୍ତୁ ପରିବହନ କ୍ଷେତ୍ରରେ ଦକ୍ଷତା ଦୃଷ୍ଟିରୁ ଦେଶମାନଙ୍କର ସାରଣୀ ପ୍ରସ୍ତୁତ କରାଯାଇଛି । ଏଥିପାଇଁ ବହିଃଶୁଳ୍‌କ କ୍ଷେତ୍ରରେ ଦକ୍ଷତା, ବ୍ୟବସ୍ଥାର ଗୁଣବ ।, ଜାହାଜ ପରିବହନ ବ୍ୟବସ୍ଥାର ସୁପରିଚାଳନା, ପରିବହନ ସେବାର ଗୁଣବ ।, ବସ୍ତୁ ପରିବହନର ଅବସ୍ଥିତିକୁ ଜାଣିବା, ପରିବହନ ନିମନ୍ତେ ସମୟସାରଣୀକୁ ବିଚାରକୁ ନିଆଯାଇ ଏହି ସୂଚକାଙ୍କ ପ୍ରସ୍ତୁତି କରାଯାଇଥାଏ । ପରିବହନକୁ ସୁଗମ କରିବା ନିମନ୍ତେ ଏହିସବୁ ବିଷୟ ଉପରେ ଧ୍ୟାନ ଦିଆଯିବା ଜରୁରୀ ହୋଇଥାଏ ।

୨୦୧୮ର ପରିବହନ ସୂଚକାଙ୍କକୁ ଦେଖିଲେ ପଏ ଅନୁଯାୟୀ ପୃଥିବୀର ଶ୍ରେଷ୍ଠ ୧୦ ଦେଶଙ୍କ ସ୍ଥାନ ଏହିପରି ରହିଛି ଜର୍ମାନୀ (୪.୨୦), ସ୍ୱିଡେନ (୪.୦୫), ବେଲଜିୟମ(୪.୦୪), ଅଷ୍ଟ୍ରିଆ (୪.୦୩), ଜାପାନ (୪.୦୩), ନେଦରଲାଣ୍ଡ (୪.୦୨), ସିଙ୍ଗାପୁର (୪.୦୦), ଡେନମାର୍କ (୩.୯୯), ବ୍ରିଟେନ (୩.୯୯), ଫିନଲାଣ୍ଡ (୩.୯୨) । ବସ୍ତୁ ପରିବହନ  ଦକ୍ଷତା ସୂଚକାଙ୍କ ଯେଉଁ ୬ଟି ମୁଖ୍ୟ ବିଷୟକୁ ନେଇ ବିଚାର କରିଥାଏ ତାହା ସରଳ ଭାବେ ବୁଝାଯାଇପାରେ । ପରିବହନ  ନିଷ୍କାସନ ବ୍ୟବସ୍ଥାରେ ଦକ୍ଷତା କହିଲେ ଗତି, ସହଜତା, କାର୍ଯ୍ୟ ସଂପାଦନର ନିର୍ଦ୍ଧିଷ୍ଟ ସମୟାବଧିକୁ ଆଧାର କରି ସୀମାରେ ନିୟନ୍ତ୍ରଣ କରୁଥିବା ସଂସ୍ଥା ଏବଂ ସୀମାଶୁଳ୍‌କକୁ ନେଇ ବିଚାର କରାଯାଏ ।

ଦ୍ୱିତୀୟରେ ବାଣିଜ୍ୟ ଓ ପରିବହନ ପାଇଁ ଢା ।ଗତ ବ୍ୟବସ୍ଥା (ବନ୍ଦର, ରେଳପଥ, ସଡକ, ସୂଚନା ପ୍ରଯୁକ୍ତିବିଦ୍ୟା)ର ଉ ମ ଉପଲବ୍‌ଧତାକୁ ବିଚାରକୁ ନିଆଯାଏ । ତୃତୀୟରେ ପରିବହନ ପାଇଁ ସୁଲଭ ଦରରେ ବ୍ୟବସ୍ଥା ମଧ୍ୟ ରହିଛି । ଚତୁର୍ଥରେ ଢା ।ଗତ ସେବାର ଗୁଣବ । ଏବଂ ଦକ୍ଷତା (ପରିବହନ ପରିଚାଳକ, ସୀମା ଶୁଳ୍‌କ ଦଲାଲ) ବଡ କଥା । ପ ମରେ ପଠାଯାଇଥିବା ବସ୍ତୁ ଓ ଦ୍ରବ୍ୟର ସ୍ଥିତି ସଂପର୍କରେ ଜାଣିପାରିବାର ଦକ୍ଷତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଶେଷରେ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଲକ୍ଷ୍ୟ ସ୍ଥଳରେ ଯେପରି ମାଲ ପହ ।ଯାଇ ପାରିବ ତା ଉପରେ ଜୋର ଦିଆଯାଇଥାଏ ।

କେନ୍ଦ୍ର ସରକାରଙ୍କ କୌଣସି ନୀତିର ସଫଳତା ରାଜ୍ୟଗୁଡିକର କ୍ରିୟାନ୍ୱୟନ କ୍ଷେତ୍ରରେ ଦକ୍ଷତା ଉପରେ ନିର୍ଭରଶୀଳ । ରାଜ୍ୟଗୁଡିକର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ୨୦୧୫ରୁ ବିଶ୍ୱବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ ବିଷୟ ଅନୁଯାୟୀ ସୂଚକାଙ୍କ ପ୍ର୍‌ସ୍ତୁତ ହେଉଛି । ଏଥିରେ ଅନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ସହଯୋଗ କରୁଛି । ଫେବୃଆରୀ ୨୦୧୭ରେ କେନ୍ଦ୍ର ସରକାର ଜାତିସଂଘ ବିକାଶ କାର୍ଯ୍ୟକ୍ରମ ଏବଂ ରାଷ୍ଟ୍ରୀୟ ଉତ୍ପାଦକତା ପରିଷଦକୁ ରାଜ୍ୟଗୁଡିକର ଦକ୍ଷତା ବୃଦ୍ଧି ପାଇଁ ଦାୟିତ୍ୱ ଦେଇଥିଲେ । ଯାହା ଫଳରେ ଭିନ୍ନ ଭିନ୍ନ ରାଜ୍ୟ ବାଣିଜ୍ୟ ସଂସ୍କାର କାର୍ଯ୍ୟଯୋଜନା ପ୍ରସ୍ତୁତ କରି ସେମାନଙ୍କ ସ୍ଥାନ ସୂଚକାଙ୍କରେ କ୍ରମଶଃ ଉନ୍ନତି ହେବା ଦିଗରେ କାର୍ଯ୍ୟ କରୁଛନ୍ତି ।

ସେମିତି ବାଣିଜ୍ୟରେ ସହଜତା ପାଇଁ ୫ ସେପ୍ଟେମ୍ବର ୨୦୨୦ରେ ରାଜ୍ୟଗୁଡିକର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ୧୮୧ ସଂସ୍କାର ବିନ୍ଦୁ ସ୍ଥିର କରାଯାଇଥିଲା, ଯାହା ୪୫ ବାଣିଜ୍ୟ ପରିଚାଳନା କ୍ଷେତ୍ରକୁ ଛୁଇଁ ପାରୁଥିଲା ।୨୦୧୯ର ଉପଲବ୍‌ଧ ସୂଚନା ଅନୁସାରେ ରାଜ୍ୟର ବସ୍ତୁ ପରିବହନ କ୍ଷେତ୍ରରେ ଉ ମ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଯେଉଁ ସୂଚକାଙ୍କ ପ୍ରସ୍ତୁତ କରାଯାଇଥିଲା ତଦନୁସାରେ ସ୍ଥିତି ଏହିପରି ଥିଲା- (୧) ଆନ୍ଧ୍ର ପ୍ରଦେଶ, (୨) ଉ ର ପ୍ରଦେଶ, (୩) ତେଲେଙ୍ଗାନା, (୪) ମଧ୍ୟ ପ୍ରଦେଶ,(୫) ଝାଡଖଣ୍ଡ,(୬) ଛତିଶଗଡ (୭) ହିମାଚଳ ପ୍ରଦେଶ, (୮) ରାଜସ୍ଥାନ, (୯) ପଶ୍ଚିମବଙ୍ଗ, (୧୦) ଗୁଜରାଟ । ରାଜ୍ୟଗୁଡିକ ମଧ୍ୟରେ ତୀବ୍ର ପ୍ରତିଦ୍ୱ୍‌ନ୍ଦ୍ୱିତା ଚାଲିବା ଯୋଗୁ ପ୍ରତିବର୍ଷ ଏହି ସୂଚକାଙ୍କରେ ବ୍ୟାପକ ପରିବ ର୍ନ ହେଉଥିବା ଦେଖିବାକୁ ମିଳୁଛି ।

ଏଥିପାଇଁ ଗତ ୧୯ ସେପ୍ଟେମ୍ବର ୨୦୨୨ରେ ରାଷ୍ଟ୍ରୀୟ ବସ୍ତୁ ପରିବହନ ନୀତି ଘୋଷଣା କରି କେନ୍ଦ୍ର ସରକାର କହିଛନ୍ତି  ସେ ରାଜ୍ୟଗୁଡିକ ଏଥିପ୍ରତି ଧ୍ୟାନ ଦେଲେ ୧୦ ପ୍ରତିଶତ ପରିବହନ ଖର୍ଚ୍ଚ କମ୍ ହେବା ସହ ବିଦେଶକୁ ରପ୍ତାନୀ ୫ରୁ ୮ ପ୍ରତିଶତକୁ ବୃଦ୍ଧିପାଇବ । ଆମେରିକାରେ ବସ୍ତୁପରିବହନ ଖର୍ଚ୍ଚ ୮ ପ୍ରତିଶତ, ଚୀନରେ ୧୦ ପ୍ରତିଶତ ହେଉଥିଲା ବେଳେ ଭାରତରେ ୧୪ ପ୍ରତିଶତ ଖର୍ଚ୍ଚ ହେଉଛି । ତେଣୁ ଦେଶ ଭିତରେ ବସ୍ତୁର ମୂଲ୍ୟ  ଅଧିକ ରହୁଥିବା ହେତୁ ବିଦେଶକୁ ରପ୍ତାନୀ କରିବା ସହଜ ହେଉନାହିଁ । କାରଣ ଆନ୍ତର୍ଜାତିକ ବଜାରର ପ୍ରତିଦ୍ୱନ୍ଦ୍ୱିତାମୂଳକ ମୂଲ୍ୟର ଲଢେଇରେ ଭାରତର ବସ୍ତୁର ମୂଲ୍ୟ ଅନ୍ୟରାଷ୍ଟ୍ର ତୁଳନାରେ ଅଧିକ ରହିବା ଯୋଗୁ ବିକ୍ରି ସମ୍ଭବ ହେଉନାହିଁ ।

ପ୍ରଧାନମନ୍ତ୍ରୀ ଗତିଶକ୍ତି ମାଷ୍ଟରପ୍ଲାନ ଅନୁସାରେ ଏ କ୍ଷେତ୍ରର ବିକାଶ ପାଇଁ ଯେଉଁ ନୀତିର ଘୋଷଣା କରାଯାଇଛି ତାର ତିନୋଟି ଲକ୍ଷ୍ୟ ରହିଛି- (୧) ୨୦୩୦ସୁଦ୍ଧା ଆନ୍ତର୍ଜାତିକ ଦର ତୁଳନାରେ ଭାରତର ପରିବହନ ଖର୍ଚ୍ଚକୁ ହ୍ରାସ କରିବା , (୨) ୨୦୩୦ ସୁଦ୍ଧା ପରିବହନ ଦକ୍ଷତା ସୂଚକାଙ୍କର ୨୫ଟି ଦେଶ ମଧ୍ୟରେ ରହିବା , (୩) ଦେଶରେ ପରିବହନର ଶୃଙ୍ଖଳିତ, ତଥ୍ୟ ଆଧାରିତ ନିଷ୍ପ ି ନେବାଲାଗି ଏକ ବ୍ୟବସ୍ଥା ନିର୍ମାଣ କରିବା ।

ଦେଶର ବିକାଶ ପାଇଁ ରପ୍ତାନୀରେ ବୃଦ୍ଧି ଏବଂ ଆମଦାନୀରେ ହ୍ରାସ ହେବା ଆବଶ୍ୟକ । ଦେଶରେ ୧ ମେଟ୍ରିକ ଟନ ଓଜନର ମାଲ ପରିବହନ ପାଇଁ ସଡକ ପଥରେ ୩.୬୯ଟଙ୍କା , ଜଳପଥରେ ୨ଟଙ୍କା, ରେଳପଥରେ ୧.୬୦ଟଙ୍କା, ଆକାଶ ପଥରେ ୧୮ଟଙ୍କା ଖର୍ଚ୍ଚ ହେଉଛି । ଦେଶର ମୋଟ ବସ୍ତୁ ପରିବହନର ୭୨ ପ୍ରତିଶତ ସଡକପଥରେ, ମାତ୍ର ୧୭.୫ ପ୍ରତିଶତ ରେଳପଥରେ ହେଉଛି । କିନ୍ତୁ ବିଶ୍ୱର ବିକଶିତ ରାଷ୍ଟ୍ରଗୁଡିକରେ ରେଳପଥ ଓ ଜଳପଥରେ ସବୁଠୁ ଅଧିକ ପରିବହନ ହୋଇଥାଏ । ଭାରତରେ ବସ୍ତୁ ପରିବହନ ନିମି ଆବଶ୍ୟକ କେ ନର ଅଭାବ ଯୋଗୁ ରେଳପଥରେ ଅଧିକ ପରିବହନ ହୋଇପାରୁ ନାହିଁ । ସେଥିପ୍ରତି ଦୃଷ୍ଟି ଦେଇ ୯୦,୦୦୦ ରେଳ ୱାଗନ କିଣିବା ଲାଗି କେନ୍ଦ୍ର ସରକାର ଆଦେଶ ଦେଇସାରିଛନ୍ତି । ଏହାଛଡା ରେଳଧାରଣାର ଅଭାବ ହେତୁ ରେଳ ପରିବହନ ଅଧିକ ସମୟ ନେଉଛି, ଯାହାର ଆଧୁନିକୀକରଣ ଆବଶ୍ୟକ ।

ଏହାଛଡା ସଡକ ସମସ୍ୟାକୁ ଦେଖିଲେ ଗୋଟିଏ ଟ୍ରକ୍ ଭାରତରେ ଦିନକୁ ୩୦୦ କିମି ଅତିକ୍ରମ କରିପାରୁଥିବା ସ୍ଥଳେ ଆମେରିକାରେ ଗୋଟିଏ ଟ୍ରକ ଦିନକୁ ୯୦୦ କିମି ବାଟ ଯାଇଥାଏ । ଭାରତରେ ବାଇପାସ୍ ସଡକର ଅଭାବ ଯୋଗୁ ଟ୍ରକ ପରିବହନ ଅଧିକ ସମୟ ନେଇଥାଏ । ଏହାଛଡା ଲକ୍ଷ୍ୟସ୍ଥଳରେ ମାଲ ଯୋଗାଇ ଦେବାପରେ ଶତକଡା ୪୦ ପ୍ରତିଶତ ଟ୍ରକ୍ ମୂଳସ୍ଥାନକୁ ଖାଲି ଫେରିଥାଏ । ଅନ୍ୟପକ୍ଷରେ ପୃଥିବୀରେ ୬୦ ପ୍ରତିଶତ ପରିବହନ ରେଳ ଯୋଗେ ହୋଇଥାଏ । ଭାରତରେ ରେଳ ଷ୍ଟେସନଗୁଡିକରେ ମାଲ ଲଦିବା ଏବଂ ଖଲାସ କରିବା ଠିକ୍ ଭାବେ ହେଉନଥିବା ଯୋଗୁ ମାଲର ସୁରକ୍ଷା ପାଇଁ ଲୋକେ ସଡକ ପରିବହନକାରୀ ସଂସ୍ଥା ଉପରେ ଅଧିକ ଭରସା କରିଥାନ୍ତି ।

ଏହିସବୁ ସମସ୍ୟାର ସମାଧାନ ପାଇଁ ଅଲଗା ଅଲଗା କାର୍ଯ୍ୟରତ ବିଭାଗଗୁଡିକୁ ୟୁଲିପ୍ ପ୍ଲାଟଫର୍ମ ସହ ଯୋଡାଯିବା କାର୍ଯ୍ୟ  ଆସନ୍ତା ଛଅମାସ ମଧ୍ୟରେ ଶେଷ ହେବ । ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ସହ ପରିବହନ ଢା । ନିର୍ମାଣ ପାଇଁ ଏସବୁକୁ ଯୋଡାଯିବ । ପୂର୍ବରୁ ସରକାର ସାଗରମାଳା, ଭାରତମାଳା, ରାଷ୍ଟ୍ରୀୟ ରେଳ ଯୋଜନା, ପୂର୍ବ ପଶ୍ଚିମ ପରିବହନ କରିଡର ଆଦି ନିର୍ମାଣ ପରି ଯୋଜନା ଚାଲୁ ରଖିଛନ୍ତି । ଦେଶରେ ଏବେ ଆମେରିକାର ଜିପିଏସ୍‌କୁ ସ୍ଥିତି ଜାଣିବାପାଇଁ ବ୍ୟବହୃତ ହେଉଥିଲା ବେଳେ ଆଗାମୀ ଦିନରେ ଏହା ବଦଳରେ ଭାରତର ନାଭିକ ବ୍ୟବସ୍ଥା ୨୦୨୩ରୁ ଚାଲୁ ହୋଇଯିବ ।

ମୋବାଇଲ ମାଧ୍ୟମରେ ଦେଶୀ ଟ୍ରାକିଂ ବ୍ୟବସ୍ଥା ରହିବ । ଜାତୀୟ ରାଜପଥ ସଂସ୍ଥା ସମେତ ଅନେକ ସେବା ପ୍ରଦାନକାରୀ ସଂସ୍ଥା ୟୁଲିପ୍ ପ୍ଲାଟଫର୍ମ ସହ ଯୋଡି ହୋଇ ଦେଶରେ କାମ କରିବେ । ଭଣ୍ଡାରୀକରଣ ବ୍ୟବସ୍ଥା, କେ ନର ରଖିବା ବ୍ୟବସ୍ଥା ଆଦି ଅଧିକ ନିର୍ମିତ ହେବ । ଦେଶର ଏହି କ୍ଷେତ୍ର ଜିଡିପିର ୧୪ ପ୍ରତିଶତ ଏବଂ ପରିମାଣରେ ପ୍ରାୟ ୨୦୦ ବିଲିଅନ ଡଲାର ହେବ । ଏହି କ୍ଷେତ୍ର ୧ କୋଟି ୨୦ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେଇଛି । ଆଗାମୀ  ୫ ବର୍ଷରେ ୧୦.୫ ପ୍ରତିଶତ ହାରରେ ଏହାର ବୃଦ୍ଧି ସମ୍ଭାବନା ରହିଛି । କିନ୍ତୁ ୮୦ ପ୍ରତିଶତ ନିଯୁକ୍ତି ଅସଂଗଠିତ ହୋଇଥିବା ହେତୁ ଅନେକ ସମୟରେ ଆବଶ୍ୟକ ତଥ୍ୟ ମିଳିନଥାଏ ।

ତେଣୁ ନୂତନ ନୀତିରେ ସମନ୍ୱିତ ପରିବହନ ବ୍ୟବସ୍ଥାର ଯୋଜନା (ସିଏଲ୍‌ପି), ଏକୀକୃତ ପରିବହନର ଶୃଙ୍ଖଳିତ ବ୍ୟବସ୍ଥା (ୟୁଲିପ୍‌) ସେବାର ସୁବିଧା ପାଇଁ ଡାସ୍‌ବୋର୍ଡ ପ୍ରସ୍ତୁତି (ଇ-ଲଗ୍‌ସ) ଉପରେ ଧ୍ୟାନ ଦିଆଯିବ । ୟୁଲିପ୍‌ରେ ୩୦ଟି ପରିବହନଗତ ବ୍ୟବସ୍ଥା, ୭ ମନ୍ତ୍ରଣାଳୟରେ ବିଭାଗକୁ ଯୋଡାଯାଇଛି । ଏହି ନୀତି ଦେଶ ଏକ ବ୍ୟବସ୍ଥିତ ପରିବହନର ଶୃଙ୍ଖଳା ନିର୍ମାଣ କରିବ ଏବଂ ତାହା ବିଶ୍ୱସ୍ତରୀୟ ହେବ ବୋଲି ଆଶା କରାଯାଉଛି ।

ଭାରତୀୟ ସମ୍ବାଦ ସେବା (ଭାସ୍‌)

ଭୁବନେଶ୍ୱର-୭୫୧୦୦୩

Author Image

Soumendra Jena

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ