ପଞ୍ଜାବ ନିର୍ବାଚନ ପାଇଁ ଆଉ ଦିନ କେତେଟା ବାକିଥିବା ବେଳେ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ନବଜ୍ୟୋତ ସିଂ ସିଦ୍ଧୁଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ଏନଆରଆଇ ଭଉଣୀ ସୁମନ ଟୁର୍ । ସୁମନ ଅଭିଯୋଗ କରିଛନ୍ତି ଯେ ତାଙ୍କ ମା’ଙ୍କୁ ସିଦ୍ଧୁ ଘରୁ ବାହାର କରିଦେବା ସହ ନୂଆଦିଲ୍ଲୀ ଷ୍ଟେସନରେ ଛାଡ଼ିଦେଇ ଆସିଥିଲେ । ତାଙ୍କ ମା’ ଷ୍ଟେସନରେ ଜଣେ ପରିତ୍ୟକ୍ତା ମହିଳା ପରି ମୃତ୍ୟୁବରଣ କରିଥିଲେ ।
ଏକ ସାମ୍ବାଦିକ ସମ୍ମିଳନୀରେ ସୁମନ କହିଛନ୍ତି ଯେ ୧୯୮୬ରେ ସେମାନଙ୍କ ବାପାଙ୍କ ମୃତ୍ୟୁପରେ ସିଦ୍ଧୁ ତାଙ୍କ ବୃଦ୍ଧା ମା’ଙ୍କୁ ଘରୁ ବାହାର କରିଦେଇଥିଲେ । ଘରେ ତାଙ୍କ ପାଇଁ କୌଣସି ସ୍ଥାନ ନାହିଁ ବୋଲି କହି ତାଙ୍କୁ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଛାଡ଼ିଆସିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପିତାଙ୍କ ମୃତ୍ୟୁପରେ ସିଦ୍ଧୁ, ମା’ ଓ ଭଉଣୀମାନଙ୍କୁ ପରିତ୍ୟାଗ କରିଦେଇଥିଲେ । କିନ୍ତୁ ଆମେମାନେ କୌଣସି ସହାୟତା ମାଗିନଥିଲୁ ବୋଲି ସୁମନ କୋହଭରା କଣ୍ଠରେ କହିଛନ୍ତି ।