ଏବେ ଦଶହରା ପୁଜା ସାରା ଦେଶରେ ଉଲ୍ଲାସ ଉଦ୍ଦିପନାରେ ସମାପ୍ତ ହୋଇଛି । ଦଶହରାରେ ଏକ ବଡ ଉସ୍ତ୍ରବ ହେଉଛି ନବରାତ୍ରୀ । ସାରା ଦେଶରେ ଅନେକ ସ୍ଥାନରେ ନବରାତ୍ରୀରେ ଗରବା ଅବସରରେ ନାଚ ଗୀତର ହୋଇ ଏହି ଉସ୍ତ୍ରବ ପାଳିତ ହୁଏ । ଆଜିର ସୋସିଆଲ ମେଡିଆର ରିଲ, ଭିଡିଓର ଯୁଗରେ ଗରବାରେ ସାମିଲ ହୋଇ ନାଚିବା ଗୋଟିଏ ଧାରା ପାଲଟିଛି । ଏହା ଖୁସିରେ କଥା ।
ହେଲେ କିଛି ଭିଡିଓରେ ଦେଖିବାକୁ ମିଳୁଛି ସାମୁହିକ ନାଚଗୀତରେ ସାମିଲ ହେଉଥିବା କିଛି ଲୋକ କିନ୍ତୁ ନା ଦେବୀଙ୍କର ପୁଜାରେ ସାମିଲ ହେଉଛନ୍ତି ନା ପୁଜାର ଆଧ୍ୟାତ୍ମିକତାକୁ ବୁଝୁଛନ୍ତି । ଗୋଟିଏ ଭିଡିଓରେ ଦେଖିବାକୁ ମିଳିଛି ଜଣେ ନାମୀ ଅଭିନେତ୍ରୀ ଦେବୀ ଦୁର୍ଗାଙ୍କର ପ୍ରସାଦ ଖାଇବାକୁ ମନାକରୁଛନ୍ତି । ତେଣୁ ଏଭଳି କେବଳ ନବରାତ୍ରୀର ପୁଜାରେ କେବଳ ନାଚିବା, ମୌଜ, ମସ୍ତି ପାଇଁ ଗରବାକୁ ଆସୁଥିବା ଲୋକମାନେ ସେଠାକୁ ନଗଲେ ଭଲ ।
ନବରାତ୍ରୀରେ ହିନ୍ଦୁମାନେ ନ ଦିନ ଧରି ନଖାଇ ନପିଇ ଉପବାସ ରଖିଥାଆନ୍ତି । ଗରବା ଅବସରରେ ମା ଅମ୍ବିକାଙ୍କର ଉପସନା ହୁଏ ଓ ମାଙ୍କର ମୃର୍ତୀ ଚାରିପଟେ ଶ୍ରଦ୍ଦାର ସହିତ ନାଚ ହୁଏ ।
ହେଲେ କିଛି ସେକୁଲାର ଓ ନିଜକୁ ଲିବେରାଲ ବୋଲାଉଥିବା ବିଶେଷ ବର୍ଗବାଲା ଏହାକୁ କେବଳ ଏକ ସାଂସ୍କୃତିକ ଉସ୍ତ୍ରବ ବୋଲି ପ୍ରଚାର କରୁଛନ୍ତି । ଗରବାର ଆଧ୍ୟାତ୍ମିକ ଦିଗକୁ ସେମାନେ ଜାଣିଶୁଣି ଲୋପ କରିବା ପ୍ରୟାସରେ ଅଛନ୍ତି ।
ସେମାନେ ଏବେ ଗରବାକୁ ଏକ ମୌଜ ମସ୍ତିର ଉସ୍ତ୍ରବ ଦେଖାଇ ସେଠାରେ ମଧ୍ୟ ସେମାନଙ୍କର ପୁରୁଣା ଜାତି, ଧର୍ମର କାର୍ଡ ଖେଳିବାରେ ଲାଗିଛନ୍ତି ।
ଏବେ ଗରବା ହେଉଥିବା ଅନେକ ସ୍ଥାନରେ ମୁସଲିମ ଯୁବକମାନେ ମଧ୍ୟ ପଶି ଯାଇଥିବାର ଖବର ଆସିଥିଲା । ସେଠାରେ ପଶି ହିନ୍ଦୁ ମହିଳା, ଝିଅମାନଙ୍କୁ ଅଶ୍ଳିଳ ଇଙ୍ଗିତ ଦେଇ ଧରା ପଡି ମାଡ ମଧ୍ୟ ଖାଇଥିବାର ଖବର ମଧ୍ୟ ଆସିଛି । ସେଥିପାଇଁ ଚଳିତ ବର୍ଷ ବହୁତ ସ୍ଥାନରେ ଆୟୋଜକମାନେ ଗରବାରେ ପ୍ରବେଶ ପଥରେ ଯାଂଚର ବ୍ୟବସ୍ଥା କରିଛନ୍ତି ଯାହା ସେକୁଲାରମାନଙ୍କ ଆଖିରେ ଯାଇନାହିଁ ।