The Independence:Odisha-Government-Negligence-in-Shree-Jagannath-Temple-Ratna-Bhandar

 ଏବେ କିଛି ଦିନ ହେଲାଣି ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ରତ୍ନଭଣ୍ଡାର ଖୋଲାଯିବାକୁ ନେଇ । ସତରେ କଣ ଏଥର ରତ୍ନଭଣ୍ଡାର ଖୋଲାଯିବ ନା ଆଗଥର ଭଳି ସରକାର କିଛି ନା କିଛି ବାହାନା ଦେଖାଇ ପୁଣି ଅଟକିବେ ରତ୍ନଭଣ୍ଡାର ଖୋଲିବା ନେଇ । ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥା ରତ୍ନ ଭଣ୍ଡାରର ଭିତର କାନ୍ଥ ଓ ଛାତ ବିପଦରେ ଅଛି ବୋଲି କହିବା ପରେ ଏବେ ଏହାକୁ ଖୋଲିବା ନେଇ ସରକାର ପୁଣି ଦ୍ୱନ୍ଦରେ ପଡିଯାଇଛନ୍ତି । ସମାନ ପରିସ୍ଥିତିରେ ୨୦୧୮ରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏକ ୧୬ ଜଣିଆ ଦଳ ଯାଇଥିଲେ ରତ୍ନଭଣ୍ଡାର ଯାଂଚ କରିବାକୁ । ସେତେବେଳେ ଯାଇ ରତ୍ନଭଣ୍ଡାର ଚାବି ହଜିବା ଘଟଣା ସାମ୍ନାକୁ ଆସିଥିଲା । ଏବେ ସରକାର ସତରେ ରତ୍ନଭଣ୍ଡାର ଖୋଲିବା ପାଇଁ ରାଜି ହେବେ ନା ଆଗଥର ଭଳି ଅମଙ୍ଗ ହେବେ ତାହା ଏକ ବଡ ପ୍ରଶ୍ନ ।  ବର୍ତମାନ ଆଇନ ମନ୍ତ୍ରୀ ମଧ୍ୟ ଏବେ ସୁଦ୍ଧା ସେହି ଏହା ଉପରେ କୌଣସି ସ୍ପଷ୍ଟତା ଆଣିନାହାନ୍ତି । ନିଷ୍ପତି ଉପରେ ତର୍ଜମା ହେଉଛି ବୋଲି ଆଇନ ମନ୍ତ୍ରୀ କହିବାର ଅର୍ଥ ହେଲା ସରକାର ପ୍ରସ୍ତୁତ ନାହାନ୍ତି ରତ୍ନଭଣ୍ଡାର ଖୋଲିବା ପାଇଁ । ବର୍ତମାନ ଆଇନ ମନ୍ତ୍ରୀ ହେଉଛନ୍ତି ଶ୍ରୀମନ୍ଦିର ପରିଚାଳନା ପ୍ରସଙ୍ଗରେ ଅନଭିଜ୍ଞ । ପ୍ରଥମ ଥର ପାଇଁ ସେ ଆଇନ ମନ୍ତ୍ରୀର ଦାୟିତ୍ୱ ନେଇଛନ୍ତି । ତେଣୁ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସେ ନିଜେ ନିଷ୍ପତି ନେଉଥିବେ ତାହା ବିଶ୍ୱାସ ହେଉ ନାହିଁ । ଆଉ ଏପଟେ ଚାବି ହଜିବା ଦୋଷରେ ଉବୁଟୁବୁ ସରକାର ସେପଟେ ପୁରା ଭଣ୍ଡାର ଘରର ସ୍ଥାୟୀତ୍ୱ ପ୍ରତି ବିପଦକୁ ଡାକିଆଣିଲେଣି ।

ରତ୍ନଭଣ୍ଡାରର ଚାବି ହଜିବାକୁ ନେଇ ଉଠିଥିବା ବିବାଦ ୨୦୧୮ ମସିହାରୁ ଆରମ୍ଭ ହେଲାଣି । ରତ୍ନ ଭଣ୍ଡାର ଚାବି ହଜିବା ଘଟଣା ଦିନକୁ ଦିନ ଏତେ ଗୋଳିଆ ଓ ଅଡୁଆ ଭିତରକୁ ଚାଲିଯାଉଛି ଯେ ଓଡିଶାର ଲୋକମାନେ ଏକଥା ଦୃଢ  ନିଶ୍ଚିନ୍ତ ହେଲେଣି ଯେ ରତ୍ନ ଭଣ୍ଡାରରୁ କିଛି ସମ୍ପତି ଚୋରୀ ହୋଇଯାଇଛି ବୋଧେ ଯେଉଁଥିପାଇଁ ସରକାର ଏହାକୁ ଖୋଲିବା ପାଇଁ ଡରୁଛନ୍ତି । ଯାହା ଜଣାପଡୁଛି ସରକାର ମଧ୍ୟ ଜାଣିସାରିଲେଣି ଯେ ରତ୍ନଭଣ୍ଡାରରୁ ଚୋରୀ ହୋଇଛି ବୋଲି । ସରକାରଙ୍କ ଜ୍ଞାତସାରରେ ଏହି ଚୋରୀ ହୋଇଛି କି ନାହିଁ ତାହା ହୁଏତ ଅସ୍ପଷ୍ଟ ଅଛି କିନ୍ତୁ ସରକାର ରତ୍ନ ଭଣ୍ଡାର ଚାବି ଖୋଲିବା ପାଇଁ ଡରିବାର ଅର୍ଥ ହେଉଛି ରତ୍ନ ଭଣ୍ଡାରରୁ ନିଶ୍ଚୟ କିଛି ମୂଲ୍ୟବାନ ଜିନିଷ ଗାଏବ ହୋଇଯାଇଛି । ୨୨ ବର୍ଷର ସରକାର । ତେଣୁ ଦୋଷ ଆଉ କାହା ମୁଣ୍ଡରେ ଲଦି ସରକାର ଖସିଯାଇପାରିବେନି । ସେହି ମୁଖ୍ୟମନ୍ତ୍ରୀ, ସେହି ମନ୍ତ୍ରୀ ଗଣ, ସେହି ସଚିବ-ଅଧିକାରି ସମସ୍ତେ ଦୀର୍ଘ ଦିନ ହେଲାଣି କ୍ଷମତା ଉପଭୋଗ କରୁଛନ୍ତି । ରତ୍ନଭଣ୍ଡାରରୁ ଚୋରି କଥା ସାମ୍ନାକୁ ଆସିଲେ ଏମାନେ କେହି ଲୋକଙ୍କ ନଜରରୁ ଖସିକି ଯାଇପାରିବେନି । ତେଣୁ ଏମାନେ କେହି ହ୍ୱିସଲ ମାରି କିଳାକୁ ଡାକିବା ପାଇଁ ଚାହୁଁ ନାହାନ୍ତି । ରତ୍ନଭଣ୍ଡାର ଖୋଲିବାର ଏକମାତ୍ର ଉପାୟ ହେଉଛି ହାଇକୋର୍ଟ ହେଉ ନହେଲେ ସୁପ୍ରିମକୋର୍ଟଙ୍କର ନିର୍ଦ୍ଦେଶ । ତାକୁ ମଧ୍ୟ ସରକାର ଟାଳିବା ପାଇଁ ଅତୀତରେ ବାରମ୍ବାର ଚେଷ୍ଟା କରିଛନ୍ତି ।

ଶ୍ରୀ ଜଗନ୍ନାଥଙ୍କର ରତ୍ନଭଣ୍ଡାର ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ସମ୍ପତି । ଏହା ହେଉଛି ଓଡିଆ ଜାତିର ଗର୍ବ ଓ ଗୌରବର ଗାଥାର ସାକ୍ଷୀ । ଚାବି ହଜିବା ଘଟଣାକୁ ଏବେ ୪ ବର୍ଷରୁ ଅଧିକ ଦିନ ବିତିଗଲାଣି । ରତ୍ନଭଣ୍ଡାର ଚାବି ହଜିବା ପରେ ଏଥିରେ ଥିବା କୋଟି କୋଟି ଟଙ୍କା ମୁଲ୍ୟର ଅଳଙ୍କାର ବାସ୍ତବରେ ସୁରକ୍ଷିତ ଅଛି କି ନାହିଁ ତାହା ସାଧାରଣରେ ଯେଉଁ ସନ୍ଦେହ ତିଆରି ହୋଇଥିଲା ତାହା ଆଜିବି ସେହି ସନ୍ଦେହରେ ହିଁ ରହିଛି । ରତ୍ନଭଣ୍ଡାରର ଭିତର ଗୃହର ଅଳଙ୍କାରର ୧୯୭୮ ମସିହାରେ ଏକ ତାଲିକା ପ୍ରସ୍ତୁତ ହୋଇଥିଲା । ସେହିପରି ୧୯୮୪  ମସିହାରେ ଶେଷଥର ପାଇଁ ରତ୍ନଭଣ୍ଡାର ଖୋଲାଯାଇଥିଲା । ୩୮ ବର୍ଷ ହେଲାଣି ଗୋଟିଏ ବଡ ଗମ୍ଭୀରା ଘର ବନ୍ଦ ରହିବାର ଅର୍ଥ ଏହାର ସ୍ଥାୟୀତ୍ୱ ପ୍ରତି ବିପଦ । ଘର ଭିତରର ଆର୍ଦତା ବଢିଯିବଣି, ତଳ ଚଟାଣ ଦବି ଯିବାର ଆଶଙ୍କା ମଧ୍ୟ ରହିଛି । ଛାତ ମରାମତି କରାନଗଲେ ସେଥିରୁ ଖସି ତଳେ କ୍ଷତିକାରିବାର ଆଶଙ୍କା ରହିଛି । ତେଣୁ ବର୍ତମାନ ଭଣ୍ଡାର ଘର ଖୋଲି କେବଳ ସୁନା, ରୂପା, ମୋତିକୁ ଗଣନା କରିବା ଯେତିକି ଆବଶ୍ୟକ ଭଣ୍ଡାର ଘରର ସ୍ଥାୟୀତ୍ୱକୁ ଯାଂଚ କରିବା ମଧ୍ୟ ସେତିକି ଆବଶ୍ୟକ ।

ରାଜ୍ୟ ସରକାର ଏବେ ୫ଟି ଉପରେ ଗୁରୁତ୍ୱ ଦେଉଛନ୍ତି । ସେହି ୫ଟି ବ୍ୟବସ୍ଥାକୁ ରାଜ୍ୟ ସରକାର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଲାଗୁକରନ୍ତୁ । ନିର୍ଦ୍ଦିଷ୍ଟ ସମୟ ସୀମା ଓ ପୁରା ସ୍ୱଛତାରେ ରତ୍ନଭଣ୍ଡାରକୁ ଖୋଲି ଏହାର ଯାଂଚ ହେଉ । ମାର୍ଚ୍ଚ ୨୨, ୨୦୧୮ରେ ରତ୍ନଭଣ୍ଡାର ଚାବି ହଜିଥିବା କଥା ପ୍ରଶାସନ ସ୍ୱୀକାର କରିଥିଲା । ବଢୁଥିବା ଜନଆକ୍ରୋଶ ଏବଂ ପ୍ରତିବାଦକୁ ପ୍ରଶମିତ କରିବା ପାଇଁ ରାଜ୍ୟ ସରକାର ଜୁନ ୮, ୨୦୧୮ରେ ଏକ ବିଚାର ବିଭାଗୀୟ ତଦନ୍ତ କମିଶନ ଘୋଷଣା କରିଲେ । ୩ ମାସ ଭିତରେ ରିପୋର୍ଟ ପ୍ରଦାନ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା । ହେଲେ ରାଜ୍ୟ ସରକାର ଏହାର କାର୍ଯ୍ୟକାଳକୁ ଆଉ ୩ ମାସ ବୃଦ୍ଧି କରିଲେ । ୬ ମାସ ପରେ ନଭେମ୍ବର ୩୦, ୨୦୧୮ ରେ କମିଶନ ରିପୋର୍ଟ ପ୍ରଦାନ କଲେ । ରିପୋର୍ଟ ଆସିଲା  ହେଲେ ସରକାର ସେହି ତଦନ୍ତ ରିପୋର୍ଟକୁ ଚାପିଦେଲେ, ସାର୍ବଜାନିନ କରିଲେ ନାହିଁ । ରାଜ୍ୟ ସରକାର ରଘୁବର ଦାସ ତଦନ୍ତ କମିଶନ ବସାଇବାର ଦୁଇ ଦିନ ପରେ ତତକାଳିନ ପୁରୀ ଜିଲ୍ଲାପାଳ ହଠାତ ରାତି ୯ଟା ବେଳେ ଏକ ଲଫାଫା ଦେଖାଇ ସେଥିରେ ରତ୍ନଭଣ୍ଡାରର ନକଲି ଚାବି ମିଳିଲା ବୋଲି କହିଥିଲେ । ଗଣମାଧ୍ୟମରେ କେବଳ ଏକ ଲଫାଫା ଦେଖାଇଥିଲେ, କୌଣସି ଚାବି ଦେଖାଇ ନଥିଲେ । ଏହା ହେଉଛି ୨୦୧୮ ମସିହାର ଘଟଣା । ଏବେ ୨୦୨୨ରେ ଜଣାପଡୁଛି ଜିଲ୍ଲାପାଳଙ୍କର ଏହା ଗଣମାଧ୍ୟମରେ ଏକ ଷ୍ଟଂଟ ବାଜି ଥିଲା । କାରଣ ସେ ସେହି ସେଭଳି କୌଣସି ଚାବିକୁ ନା ପୁରୀ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଦେଇଥିଲେ, ନା ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଦେଇଥିଲେ ନା ତଦନ୍ତ କରୁଥିବା କମିଶନଙ୍କୁ ଜଣାଇଥିଲେ । ତେଣୁ ଏଭଳି ମିଛ କହିଥିବା ପୁରୀର ତତକାଳିନ ଜିଲ୍ଲାପାଳଙ୍କ ବିରୋଧରେ ରତ୍ନଭଣ୍ଡାରର ନକଲି ଚାବି ଚୋରୀ କରିବା ନେଇ ଅପରାଧୀକ ମାମଲା ରୁଜୁ ହେବା କଥା ।

ରତ୍ନଭଣ୍ଡାର ଖୋଲାଯିବା ନେଇ ଅନେକ ଆନ୍ଦୋଳନ ହୋଇଛି । ବିଧାନସଭାରେ ମଧ୍ୟ ବିରୋଧୀ ଦଳ ପକ୍ଷ୍ୟରୁ ଏହି ପ୍ରସଙ୍ଗ ବାରମ୍ବାର ଉଠାଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରତ୍ନଭଣ୍ଡାର ଖୋଲାଯାଉ ବୋଲି ଦାବି କରିଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଏ ଓଡିଆ ଜାତିର ଜାତିପ୍ରାଣ । ରତ୍ନଭଣ୍ଡାର କେବଳ କିଛି ସୁନା, ରୁପା, ମୋତି, ମାଣିକର ଏକ ବସ୍ତୁ ଭଣ୍ଡାର ନୁହେଁ ବଂର ଏହା ହେଉଛି ଆମ ପୁର୍ବ ପୁରୁଷଙ୍କର ପୌରୁଷତ୍ୱର ପ୍ରମାଣ । ଆମର ବିରତ୍ୱର ସନ୍ତକ ହେଉଛି ରତ୍ନ ଭଣ୍ଡାର । ତେଣୁ ସରକାର ଏହାକୁ ଏକ ରାଜନୈତିକ ଲାଭ କ୍ଷତିରେ ନଦେଖନ୍ତୁ । ରତ୍ନଭଣ୍ଡାର ଖୋଲିଦେଲେ କାଳେ କିଛି ଚୋରୀ କଥା ସାମ୍ନାକୁ ଆସିବ ଓ ଏହାଦ୍ୱାର ସରକାର ବା ଶାସକ ଦଳର ରାଜନୈତିକ କ୍ଷତି ହେବ ଏହି ମନସ୍ତତ୍ୱର ଉପରକୁ ଉଠିଯିବା ଭଲ । କାରଣ ଶ୍ରୀଗଜ୍ନନାଥ ହେଉଛି ରାଜନୀତିର ବହୁ ଉପରେ । ତେଣୁ ସରକାର ଉଚ୍ଚ ମନ କରନ୍ତୁ, ରାଜନୈତିକ ଲାଭ କ୍ଷତି ଠାରୁ ଓଡିଆ ଅସ୍ମିତାକୁ ପ୍ରାଥମିକତା ଦିଅନ୍ତୁ ସବୁ ସମସ୍ୟାର ସମାଧାନ ଆପେ ଆପେ ହୋଇଯିବ ।

Author Image

Anil Biswal

Recent Posts

The Independence:If-the-BJP-government-is-formed-in-Odisha-drinking-water-problem-will-be-solved-as-a-priority-Bhatrahari-Mahatab

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ଅଗ୍ରାଧିକାର ଭିତିରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ: ଭତୃହରି ମହତାବ

The Independence:Odisha-Cow-Slaughtering

Odisha : ଗୋ ମାଂସ ବୋଝେଇ ଟ୍ରକ ଜବତ

The Independence:Jagannath-Temple-Odisha-Mumbai

ଓଡିଶା ବାହାରେ ମହାପ୍ରଭୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର

The Independence:Modi-Government-9-Years-Seva-Susasan-Garib-Kalyana

ନ’ ବର୍ଷର ସୁଶାସନ

The Independence:Rath-Yatra-2023-Lakhs-of-devotees-witness-Suna-Besha-of-Holy-Trinity-in-Puri

ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜୀଉଙ୍କ ସୁନାବେଶ, ମହଣ ମହଣ ସୁନା ଅଳଙ୍କାରରେ ସଜ୍ଜିତ ତିନି ଠାକୁର

The Independence:Puri-Ratha-Jatra-2023-Jay-Jagannath

ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ତିନି ରଥ

The Independence:Ratha-Jatra-2023-ନୀଳାଦ୍ରିବିଜେରେ-ନୀଳକନ୍ଦରକୁ-ଫେରନ୍ତି-ନୀଳାଦ୍ରିନାଥ-ସରେ-ଜନ୍ମବେଦି-ଲୀଳା

Ratha Jatra 2023: ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା

The Independence:Jagannath-Temple-Rath-Jatra

ଏକାବନ ଦିନରେ ଚଳଚଞ୍ଚଳ ରଥଖଳା

The Independence:ପ୍ରେମିକାକୁ-ଛୁରୀ-ଭୁଷିଲା-ପଥରରେ-ଛେଚି-ମୁହଁ-ନଷ୍ଟ-କଲା-ଜହ୍ଲାଦ-ପ୍ରେମିକ-ସାହିଲ-ଖାଁ

ପ୍ରେମିକାକୁ ଛୁରୀ ଭୁଷିଲା, ପଥରରେ ଛେଚି ମୁହଁ ନଷ୍ଟ କଲା ଜହ୍ଲାଦ ପ୍ରେମିକ ସାହିଲ ଖାଁ

The Independence:Land-Jihad-Dwarka

ଜମି ଜିହାଦର ଅନ୍ୟନାମ ଦ୍ୱାରକା

The Independence:Odisha-cant-make-progress-with-Shashikala-syndrome-Dharmendra

‘ଶଶୀକଳା ସିଣ୍ଡ୍ରୋମ’ କହିବାରୁ ସରକାରଙ୍କୁ ବାଧିଲା: ଧର୍ମେନ୍ଦ୍ର

The Independence:Land-Jihad-Love-Jihad-Jameen-Jihad-in-Odisha

ରାଜ୍ୟରେ ବଢ଼ୁଛି ଜିହାଦୀଙ୍କ ସଂଖ୍ୟା !

The Independence:The-Kerala-Story-Official-Trailer--Vipul-Amrutlal-Shah--Sudipto-Sen--Adah-Sharma--Aashin-A-Shah

The Kerala Story Official Trailer | Vipul Amrutlal Shah | Sudipto Sen | Adah Sharma | Aashin A Shah

The Independence:Guddu-Muslim-Odisha-Link-BJD

ଗୁଡ୍ଡୁ ମୁସଲମାନର ଖାସ୍, ବିଜେଡି ବିଧାୟକଙ୍କ ରାଇଟହାଣ୍ଡ

The Independence:important-files-of-the-jagannath-temple-administration-have-gone-missing

ଗାଏବ ହେଲା ଜଗନ୍ନାଥ ମନ୍ଦିର ପ୍ରଶାସନର ଗୁରୁତ୍ଵପୂର୍ଣ୍ଣ ଫାଇଲ

The Independence:Debacle-in-American-Banking-System

ଆମେରିକାର ବ୍ୟାଙ୍କିଂ ବ୍ୟବସ୍ଥାରେ ବିପର୍ଯ୍ୟୟ

The Independence:palghar-sadhu-lynching-case-to-be-investigated-by-cbi

ପାଲଘର ସାଧୁହତ୍ୟା ମାମଲାର ହେବ ସିବିଆଇ ତଦନ୍ତ

The Independence:Mix-Mandate-in-USA-Joe-Biden

ଆମେରିକାରେ ମିଶ୍ରିତ ଜନମତ

The Independence:Jayshankar-in-Fiji

ଫିଜିରେ ବିଜି ଜୟଶଙ୍କର

The Independence:Women-Freedom-Fighters-of-India-Name-List-and-Their-Roles

ଭାରତର ମହାନ ମହିଳା ସ୍ୱାଧୀନତା ସଂଗ୍ରାମୀମାନେ ଯାହାଙ୍କୁ ଇତିହାସକାରମାନେ ଭୁଲି ଯାଇଥିଲେ

The Independence:Dharmendra-Seeks-Centres-Intervention-For-Protection-Of-Archaeological-Assets-In-Odisha

ଓଡ଼ିଶାରେ ଅସୁରକ୍ଷିତ ଶିଶୁପାଳ ଗଡ଼ ଓ ଲଳିତଗିରି ପରି ଐତିହ୍ୟ କୀର୍ତ୍ତିରାଜି

The Independence:ଶ୍ରୀମନ୍ଦିରର-ପ୍ରସିଦ୍ଧ-ଦୋଳଯାତ୍ରା

ଶ୍ରୀମନ୍ଦିରର ପ୍ରସିଦ୍ଧ ଦୋଳଯାତ୍ରା

The Independence:Young-writer-Om-Priyadarshis-book-on-Paika-movement-released

ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

The Independence:Baijayanta-Panda-listens-Man-Ki-Baat-Programme-at-Bhawanipatna

ଭବାନୀପାଟଣା “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

The Independence:ଜର୍ଜ-ସୋରୋସଙ୍କ--ନେଟୱର୍କ-ଓ-କଣ୍ଢେଇ-ମାନଙ୍କୁ-ଚିହ୍ନଟ--ଜରୁରୀ

ଜର୍ଜ ସୋରୋସଙ୍କ ନେଟୱର୍କ ଓ କଣ୍ଢେଇ ମାନଙ୍କୁ ଚିହ୍ନଟ ଜରୁରୀ